Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଆସନ୍ତାକାଲି ସମଗ୍ର ଦୁନିଆ ଦେଖିବ ରାମ ଜନ୍ମଭୂମିର ଲାଇଭ ଟେଲିକାଷ୍ଟ : ଜାଣନ୍ତୁ କେଉଁ କେଉଁମାନଙ୍କୁ କରାଯାଇଛି ଆମନ୍ତ୍ରିତ

4/08/2020 at 1:10 PM

ଅଯୋଧ୍ୟା ୪/୮: ଅଯୋଧ୍ୟାରେ ରାମ ଜନ୍ମଭୂମି ନିର୍ମାଣ ପାଇଁ ଭୂମି ପୂଜା ପୂର୍ବରୁ ହିଁ ଧାର୍ମିକ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। ଅଯୋଧ୍ୟାରେ ଚାରିଆଡ଼େ ବ୍ୟାରିକେଡ ଲଗାଇ ଦିଆଯାଇଛି। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅପିଲ କରିଛନ୍ତି ଯେ ଅଯୋଧ୍ୟାରେ ବୁଧବାର ହେବାକୁ ଥିବା ଭୂମି ପୂଜା ସମାରୋହରେ ଯେଉଁମାନଙ୍କୁ ଆମନ୍ତ୍ରିତ କରାଯାଇୟଛି କେବଳ ସେମାନେ ହିଁ ଆସିବେ। ସମଗ୍ର ଅଯୋଧ୍ୟାକୁ ନୂଆବୋହୂ ଭଳି ସଜାଯାଇଛି। ଅଯୋଧ୍ୟାରେ ଚାରିଆଡ଼େ ସଜା ଯାଇଛି। କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ଏହା ସହିତ କରୋନା ସଙ୍କଟ ଯୋଗୁଁ ନିୟମ ପ୍ରତି ମଧ୍ୟ ଖାସ୍ ଦୃଷ୍ଟି ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦି ବୁଧବାର ସକାଳେ ଅଯୋଧ୍ୟାରେ ପହଞ୍ଚିବେ। କେତେକ ଅତିଥି ଆଜି ଆସି ପହଞ୍ଚିବେ।

ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ସୋମବାର କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ହେବାକୁ ଥିବା ଭୂମିପୂଜା କାର୍ଯ୍ୟକ୍ରମ ପାଇଁ ୧୭୫ଜଣ ପ୍ରତିଷ୍ଠିତ ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଛି। ନିମନ୍ତ୍ରଣ ତାଲିକା ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନି ଏବଂ ମୁରଲୀ ମନୋହର ଜୋଶୀଙ୍କ ବ୍ୟତୀତ ବରିଷ୍ଠ ଓକିଲ କେ ପରାସରଣ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ବ୍ୟକ୍ତିଗତ ଭାବେ ଚର୍ଚ୍ଚା କରି କରାଯାଇଛି। ମୁଖ୍ୟ ସମାରୋହ ପାଇଁ ଆମନ୍ତ୍ରିତ କରାଯାଇଥିବା ୧୭୫ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମଧ୍ୟରୁ ୧୩୫ଜଣ ସନ୍ଥ ଯେଉଁମାନେ ବିଭିନ୍ନ ଆଧ୍ୟାତ୍ମିକ ପରମ୍ପରା ସହ ଜଡ଼ିତ ଏବଂ ସେମାନେ ସମସ୍ତେ ଉପସ୍ଥିତ ରହିବେ।

ଏହା ବ୍ୟତୀତ ସହରର କିଛି ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଆମନ୍ତ୍ରିତ କରାଯାଇଛି। ବିହିପର ଦିବଂଗତ ନେତା ଅଶୋକ ସିଙ୍ଘଲଙ୍କ ପୁତୁରା ସଲିଲ ସିଙ୍ଘଲ୍ କାର୍ଯ୍ୟକ୍ରମରେ ଯଜ୍ଞକର୍ତ୍ତା ରହିବେ। ଏହା ସହିତ ନେପାଳର ସନ୍ଥଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି କାରଣ ଜନକପୁରର ବିହାର,ଉତ୍ତରପ୍ରଦେଶ ଏବଂ ଅଯୋଧ୍ୟା ସହ ମଧ୍ୟ ସମ୍ପର୍କ ରହିଛି। ରାଜ୍ୟ ସରକାର ଏକ ଡାକ ଟିକେଟ ମଧ୍ୟ ଜାରି କରିବେ ଯାହା ମନ୍ଦିରର ଡିଜାଇନ ଉପରେ ପର୍ଯ୍ୟବେସିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିସର​ରେ ପାରିଜାତ ଗଛ ମଧ୍ୟ ଲଗାଇବେ।

ଭୂମିପୂଜା ଏବଂ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମନ୍ଦିର ଆନ୍ଦୋଳନ ସହ ଜଡ଼ିତ ଅନେକ ବଡ଼ ବଡ଼ ବ୍ୟକ୍ତି ନଜର ଆସିବେ ନାହିଁ। ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନି,ଡା ମୁରଲୀ ମନୋହର ଜୋଶୀ ଏବଂ ଉମା ଭାରତୀ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ମଧ୍ୟ ଐତିହାସିକ କାର୍ଯ୍ୟକ୍ରମରେ ଭାଗ ନନେବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ଭାଇରସ୍ ଯୋଗୁଁ ଅନେକ ବୟସ୍କ ନେତାଙ୍କୁ ଭୂମିପୂଜା କାର୍ଯ୍ୟକ୍ରମରେ ଯୋଗ ନଦେବାକୁ କୁହାଯାଇଛି। ଆଡଭାନିଙ୍କ ବୟସ ୯୦ବର୍ଷରୁ ଅଧିକ । ଅନେକ ମହାନ ହସ୍ତୀଙ୍କ ବୟସକୁ ଆଖି ଆଗରେ ରଖି ସେମାନଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନା କରାଯାଇଛି।

ଯୋଗୀ ଆଦିତ୍ୟନାଥ ଏହି ଆୟୋଜନକୁ ଐତିହାସିକ ବୋଲି କହିଛନ୍ତି। ୫୦୦ବର୍ଷ ପରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଛି। ଦୂରଦର୍ଶନରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେବ।

   Related Posts