ଭୂକମ୍ପରୋଧ ହେବ ଅଯୋଧ୍ୟା ରାମ ମନ୍ଦିର, ଭୂଇଁରେ ପଡ଼ିବନି ଛାଇ : ୨୦୦ ଫୁଟ ଗଭୀର ହେବ ଭିତ୍ତିପ୍ରସ୍ତର

Published By : Prameya-News7 Bureau | August 08, 2020 IST

ଅଯୋଧ୍ୟା ୦୮/୦୮ : ଅଗଷ୍ଟ ୫ ତାରିଖରେ ଅଯୋଧ୍ୟା ରାମ ମନ୍ଦିର ଭୂମିପୂଜନ ପରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି | ସୂଚନା ଅନୁଯାୟୀ, ମନ୍ଦିର ଭିତ୍ତିପ୍ରସ୍ତର ୨୦୦ ଫୁଟ ଗଭୀର ହେବ | ଏଥିପାଇଁ ଲାର୍ସନ୍ ଟୁବ୍ରୋ କମ୍ପାନୀ ଭୂଇଁ ତଳେ ୨୦୦ ଫୁଟ ପର୍ଯ୍ୟନ୍ତ ମାପ କରିଛି ଯେପରିକି ଭୂମି ମନ୍ଦିରର ଭାର ବହନ କରିପାରିବ | ଏହାସହ ରାମ ମନ୍ଦିର ନିର୍ମାଣ ଟେକନୋଲୋଜି ବ୍ୟବହାର ହେବ ଯେପରିକି ମନ୍ଦିର ହଜାରେ ବର୍ଷ ଯାଏଁ ସୁରକ୍ଷିତ ରହିବ | ମନ୍ଦିରକୁ ଭୂକମ୍ପ ରୋଧ କରିବା ପାଇଁ ଭିତ୍ତିପ୍ରସ୍ତର ଅତ୍ୟନ୍ତ ମଜବୁତ କରାଯିବ | କିନ୍ତୁ ବର୍ଷା ଯୋଗୁଁ ବର୍ତ୍ତମାନ ଭିତ୍ତିପ୍ରସ୍ତର ପାଇଁ ଖନନ କାର୍ଯ୍ୟ ଆରମ୍ଭ କରାଯାଇନାହିଁ | ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ଯେ ଭିତ୍ତିପ୍ରସ୍ତରର ନକ୍ସା ତିଆରି କରାଯାଇଛି | 

ରାମ ମନ୍ଦିର ଟ୍ରଷ୍ଟ ପଦାଧିକାରୀ ଚମ୍ପତ ରାୟଙ୍କ ଅନୁଯାୟୀ, ପ୍ରଥମେ ଭିତ୍ତିପ୍ରସ୍ତରର ନକ୍ସା ଫାଇନାଲ ହେବ | ତାପରେ ଖନନ କାର୍ଯ୍ୟ ଆରମ୍ଭ ହେବ | ଏଥିପାଇଁ ମାସେରୁ ଦୁଇ ମାସ ସମୟ ଲାଗିବ | ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ଟେକ୍ନୋଲୋଜି ହିସାବରେ ହେବ | ସେଥିପାଇଁ ଅନୁକୂଳ ପାଣିପାଗରେ ଖନନ କାର୍ଯ୍ୟ ଆରମ୍ଭ କରାଯିବ | ବର୍ଷାରେ ଭିତ୍ତିପ୍ରସ୍ତରରେ ପାଣି ଭର୍ତ୍ତି ହେବାର ସମ୍ଭାବନା ରହିଛି |

{"id":311547,"width":565,"height":423,"sizeSlug":"large"}

ଧାର୍ମିକ ବିଶ୍ୱାସ ଆଧାରରେ ଭିତ୍ତିପ୍ରସ୍ତରର ଛାଇ ଯେପରି ଜମି ଉପରେ ନ ପଡେ ସେଥିପ୍ରତି ଦୃଷ୍ଟି ଦିଆଯିବ | ଧାର୍ମିକ ବିଶ୍ୱାସ ଅନୁସାରେ ନିର୍ମାଣ କାର୍ଯ୍ୟ ହେବ | ମନ୍ଦିରର ଶିଖର ଛାଇ ମଧ୍ୟ ଭୂଇଁରେ ପଡ଼ିବନାହିଁ | ସେଥିପାଇଁ ଜମିରୁ ଯେଉଁ ମାନକ ରହିଛି ସେହି ଉଚ୍ଚତାରେ ମନ୍ଦିର ନିର୍ମାଣ ହେବ | ମନ୍ଦିର ହଜାରେ ବର୍ଷ ଯାଏଁ ସୁରକ୍ଷିତ ରହିବ |  

ଟ୍ରଷ୍ଟର ଅନ୍ୟ ସଦସ୍ୟ ମଧ୍ୟ ମନ୍ଦିରକୁ ଐତିହାସିକ ଓ ଆକର୍ଷଣୀୟ କରିବାକୁ ପ୍ରସ୍ତୁତି କରିଛନ୍ତି | ମନ୍ଦିରର ସମ୍ପୂର୍ଣ ୭୦ ଏକର ଜମି ଉପରେ ମାନଚିତ୍ରକୁ ପାସ କରାଯିବ ଏବଂ ଏଥିପାଇଁ ଟ୍ରଷ୍ଟ ସରକାରୀ ଟ୍ୟାକ୍ସ ମଧ୍ୟ ଜମାକରିବ ଯେପରିକି ଭବିଷ୍ୟତରେ କୌଣସି ବିବାଦ ନ ଉପୁଜିବ |

ମେ ମାସରୁ l&t କମ୍ପାନୀ କାର୍ଯ୍ୟରତ ରହିଛି ଏବଂ ଆଗକୁ ମଧ୍ୟ ସବୁ ଦାୟିତ୍ୱ କମ୍ପାନୀର | ପ୍ରଥମେ ପଥର ପରିସର ଯାଏଁ ପହଂଚାଇବା ବ୍ୟବସ୍ଥା କରାଯିବ | ଅଗଷ୍ଟ ପରେ ଅର୍ଥାତ ବର୍ଷା ମାସ ପରେ ଭିତ୍ତିପ୍ରସ୍ତର କାମ ଆରମ୍ଭ ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.