ରାମ ମନ୍ଦିର ପାଇଁ ପଠାଉଛନ୍ତି କି ସୁନା ଓ ରୂପାର ଇଟା, ଜାଣନ୍ତୁ ଲୋକଙ୍କ ପାଇଁ ଟ୍ରଷ୍ଟର କ'ଣ ରହିଛି ଅପିଲ୍

Published By : Prameya-News7 Bureau | July 27, 2020 IST

ଅଯୋଧ୍ୟା ୨୭।୦୭: ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଏବେ ଦାନ କରାଯାଉଥିବା ସୁନା ଓ ରୂପାର ଇଟା ସ୍ଵୀକାର କରିବ ନାହିଁ। ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ସମସ୍ତ ଦାନଦାତାଙ୍କୁ ଅପିଲ୍ କରିଛନ୍ତି ଯେ ସେମାନେ ସୁନା, ରୂପା ଓ ଅନ୍ୟ ଧାତୁରେ ନିର୍ମିତ ମୂଲ୍ୟବାନ ଇଟା ଦାନ କରନ୍ତୁ ନାହିଁ। ଏହା ବଦଳରେ ଦାନ କରିବାର ଅଛି ତ ଟ୍ରଷ୍ଟର ଆକାଉଣ୍ଟକୁ ଅର୍ଥ ଦାନ କରନ୍ତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୫ ତାରିଖରେ ରାମ ମନ୍ଦିରର ଭୂମି ପୂଜନ ପାଇଁ ଅଯୋଧ୍ୟା ଆସୁଛନ୍ତି।

ସେ କହିଛନ୍ତି ଲୋକେ ରୂପାର ଇଟା ଦାନ କଲେ ତାହା ସାଧାରଣ ଦାନ କୁହାଯିବ। ମାତ୍ର ଏବେ ସୂଚନା ମିଳୁଛି ଯେ ଅନେକ ଦାନଦାତା ସୁନା ଓ ରୂପାର ସାମଗ୍ରୀ ଦାନ ପାଇଁ ଅଯୋଧ୍ୟା ଆସୁଛନ୍ତି, ଯାହାର ମୂଲ୍ୟାଙ୍କନ କରିବା ଟ୍ରଷ୍ଟ ପାଇଁ ମୁସ୍କିଲ।

{"id":306424,"sizeSlug":"large"}

ଏ ପର୍ଯ୍ୟନ୍ତ ୧ କ୍ଵିଣ୍ଟାଲରୁ ଅଧିକ ବହୁମୂଲ୍ୟ ଇଟା ଦାନ

ଏହା ବ୍ୟତୀତ ଏହି ସବୁ ମୂଲ୍ୟବାନ ଇଟା ରଖିବା ପାଇଁ ବ୍ୟାଙ୍କରେ ଲକର ନାହିଁ। ତେଣୁ ସେ ଦାନଦାତାଙ୍କୁ ଅପିଲ୍ କରିଛନ୍ତି ସେମାନେ ଦାନରେ ଅନଲାଇନ୍ କିମ୍ବା ନଗଦ ଅର୍ଥ ଟ୍ରଷ୍ଟର ଖାତାରେ ଜମା କରନ୍ତୁ। ଚମ୍ପତ ରାୟ କହିଛନ୍ତି ଏ ପର୍ଯ୍ୟନ୍ତ ପ୍ରାୟ ୧ କ୍ଵିଣ୍ଟାଲରୁ ଅଧିକ ରୂପା ଓ ଅନ୍ୟ ଧାତୁର ଇଟା ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଦାନ କରାଯାଇଛି।

ଅଗଷ୍ଟ ୫ରେ ଅଯୋଧ୍ୟା ଆସିବେ ମୋଦୀ

{"id":306425,"sizeSlug":"large"}

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିରର ଭୂମି ପୂଜନ ପାଇଁ ଅଗଷ୍ଟ ୫ରେ ଅଯୋଧ୍ୟା ଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତର କାର୍ଯ୍ୟକ୍ରମ ମଧ୍ୟ ସ୍ଥିର ହୋଇ ସାରିଛି। ପ୍ରଧାନମନ୍ତ୍ରୀ ସେହି ଦିନ ପୂର୍ବାହ୍ନ ୧୧ଟା ୩୦ରେ ଅଯୋଧ୍ୟା ପହଞ୍ଚି ଲୋକଙ୍କୁ ସମ୍ବୋଧିତ କରିବେ। ଅଯୋଧ୍ୟା ପହଞ୍ଚିବା ପରେ ସାକେତ ବିଶ୍ଵ ବିଦ୍ୟାଳୟରୁ ରାମ ଜନ୍ମଭୂମି ଅଭିମୁଖେ ଯାତ୍ରା କରିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ହନୁମାନଗଢି ମଧ୍ୟ ଯିବେ। ପ୍ରାପ୍ତ ସୂଚନା ଅନୁଯାୟୀ ଭୂମି ପୂଜନ କାର୍ଯ୍ୟକ୍ରମରେ ୨୦୦ ଅତିଥି ସାମିଲ ହେବେ।

୩୨ ସେକେଣ୍ଡରେ ମୋଦୀ ରଖିବେ ଆଧାରଶୀଳା

ପ୍ରସ୍ତାବିତ କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାରେ ରାମ ମନ୍ଦିର ପ୍ରବାସ ସମୟରେ ଭାଷଣ ମଧ୍ୟ ରଖିବେ। ମୋଦୀଙ୍କ କାର୍ଯ୍ୟକ୍ରମ ଦୁଇ ଘଣ୍ଟା ନିର୍ଦ୍ଧାରିତ ହୋଇଛି। ଭୂମି ପୂଜନର ସମୟ ମଧ୍ୟାହ୍ନ ୧୨ଟା ୧୫ ମିନିଟ୍‌ରେ ୩୨ ସେକେଣ୍ଡ ରହିବ। ଏହି ସମୟରେ ମୋଦୀ ରାମ ମନ୍ଦିରର ଆଧାରଶିଳା ରଖିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.