ରାମ ମନ୍ଦିର ନିର୍ମାଣ ପାଇଁ ଜନ୍ମଭୂମି କାର୍ଯ୍ୟଶାଳାରେ ଏନରିକ୍ ପଥର ସାହାଯ୍ୟରେ ଚାଲିଛି ପଥର ସଫେଇ କାର୍ଯ୍ୟ

Published By : Prameya-News7 Bureau | May 17, 2020 IST

ଅଯୋଧ୍ୟା ୧୭/୦୫ : କରୋନା ଯୋଗୁଁ ସାରା ଦେଶରେ ଲକଡାଉନ ଜାରି ରହିଛି | ଫଳରେ ଅନେକ କାର୍ଯ୍ୟ ସ୍ଥଗିତ ରହିଛି | ଉତ୍ତର ପ୍ରଦେଶର ଶ୍ରୀରାମ ନଗରୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଧୀରେ ଧୀରେ ଅଗ୍ରଗତି କରୁଛି | ରାମ ଜନ୍ମଭୂମି ପରିସରରେ ଲାଗ ଯାଇଥିବା ଲୁହାର ବ୍ୟାରିକେଡ଼ ହଟାଯାଉଛି ଏବଂ ସଫେଇ କାର୍ଯ୍ୟ ଚାଲିଛି | ମନ୍ଦିରରେ ବ୍ୟବହାର ହେବାକୁ ଥିବା ପଥରର ସଫେଇ କାର୍ଯ୍ୟ ମଧ୍ୟ ଚାଲିଛି |

ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟଶାଳାରେ ବର୍ତ୍ତମାନ ରାମ ମନ୍ଦିର ନିର୍ମାଣ ପାଇଁ ଆସିଥିବା ପଥରର ସଫେଇ କାମ ଆରମ୍ଭ ହୋଇଯାଇଛି | ୩ ଜଣ କୁଶଳ କାରିଗର ଏହି କାମରେ ଲାଗିଛନ୍ତି | ଲକଡାଉନ ଅବଧି ଶେଷ ହେବାପରେ ଅଧିକ ସଂଖ୍ୟକ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବ | ବର୍ତ୍ତମାନ ସଫେଇ କାର୍ଯ୍ୟରେ ନିୟୋଜିତ ଥିବା ୩ ଶ୍ରମିକ ସାମାଜିକ ଦୂରତା ପାଳନ କରି ସଫେଇ କାର୍ଯ୍ୟ କରୁଛନ୍ତି |

{"id":271254,"sizeSlug":"large"}

୨୦୦୨ ମସିହାରୁ ରାମ ଜନ୍ମଭୂମି କାର୍ଯ୍ୟଶାଳାରେ କାମ କରୁଥିବା ଜଣେ କାରିଗର କହିଛନ୍ତି ଯେ, ଏକ ବିଶେଷ ପଥର ସାହାଯ୍ୟରେ ପଥରର ସଫେଇ କରାଯାଉଛି | ଏହାକୁ ଏନରିକ ପଥର କୁହାଯାଏ | ଏହି ପଥର କେବଳ ପଥର ସଫେଇ କାମରେ ହିଁ ଲାଗିଥାଏ | ଏହି ବିଶେଷ ପଥରକୁ ବ୍ଲେଣ୍ଡର ମେସିନରେ ଲଗାଯାଇ ପଥର ସଫେଇ କରାଯାଇଥାଏ | କାରିଗରଙ୍କ କହିବାନୁଯାୟୀ, ଏହି ପଥର ମନ୍ଦିର ନିର୍ମାଣର ଆଧାର ଶିଳାରେ ବ୍ୟବହୃତ ହେବ | ଲକଡାଉନ ପରେ ଅଧିକ ସଂଖ୍ୟକ କାରିଗର କାର୍ଯ୍ୟରେ ନିୟୋଜିତ ହେବେ | ଏହି ୩ କାରିଗର ଦୈନିକ ୮ ଘଣ୍ଟା କାମ କରୁଛନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.