Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରଙ୍ଗ : ଅନ୍ତରାଷ୍ଟ୍ରୀୟ ବ୍ୟାଘ୍ର ଦିବସ : ଅନଲାଇନ୍‌ରେ ନନ୍ଦନକାନନରେ ହେଉଛି ପାଳିତ
  • ||
  • କେନ୍ଦ୍ରାପଡା : ମହାକାଳପଡା ଅଞ୍ଚଳରେ ଦେଖାଗଲା ବିରଳ ପ୍ରଜାତିର ଲାଲ୍ ରଙ୍ଗର ବଗ
  • ||
  • କଳାହାଣ୍ଡି : ନାବାଳକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ବଡ ଭାଇକୁ ତୀର ମାଡ
  • ||
  • ତେଲକୋଇ : ଫ୍ରି ଫାୟାର ଗେମ୍ ନେଲା ଜୀବନ, ଗୁରୁତର ଥିବା ଛାତ୍ରଙ୍କ ମୃତ୍ୟୁ
  • ||
  • ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇବ ପଶ୍ଚିମ ଓଡିଶାର କଳାକୃତୀ, ୮ ଓଡିଆ କଳାକାର ହାସଲ କଲେ ସଫଳତା
  • ||
  • କାମାକ୍ଷାନଗର : ଟିକା ନେଇ ଶିଶୁ ମୃତ୍ୟୁ ଅଭିଯୋଗ, ପ୍ରାଣ ହରାଇଲେ ୨ ମାସର ଶିଶୁ କନ୍ୟା
  • ||
  • ସମ୍ବଲପୁର :ବନ୍ଦ ହେଲା ହୀରକୁଦ ଜଳଭଣ୍ଡାରର ୨ଟି ଗେଟ୍, ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୫ ଜଣଙ୍କ ଜୀବନ
  • ||
  • ଆଉ ଏକ ଲଘୁଚାପ, ୩୦ ଯାଏଁ ସାରା ରାଜ୍ୟରେ ବର୍ଷା
  • ||
  • ବରଗଡ଼ : ଗାଁ ମୁଣ୍ଡରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ନା ଆଉ କିଛି ?
  • ||

ଅଯୋଧ୍ୟା ରାମ ମନ୍ଦିର ପୂଜାରୀ କରୋନା ସଂକ୍ରମିତ, ୧୬ ପୋଲିସ କର୍ମଚାରୀ ମଧ୍ୟ କୋଭିଡ୍ ପଜିଟିଭ୍

30/07/2020 at 2:47 PM

ଅଯୋଧ୍ୟା ୩୦।୭: ଅଯୋଧ୍ୟାରେ ରାମ ଜନ୍ମଭୂମି ମନ୍ଦିରର ଶିଳାନ୍ୟାଶ ଏବଂ ଭୂମିପୂଜନ ପୂର୍ବରୁ ମନ୍ଦିରର ପୂଜାରୀ ପ୍ରଦୀପ ଦାସ ଏବଂ ସୁରକ୍ଷାରେ ମୁତୟନ ୧୬ ପୋଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଗ୍ନିଶମ କର୍ମଚାରୀ, ପିଏସି ଏବଂ ପୋଲିସ ଯବାନ ମଧ୍ୟ ସାମିଲ ଅଛନ୍ତି । ଏହାର ସୂଚନା ମିଳିବା ପରେ ପ୍ରଶାସନିକସ୍ତରରେ ହଇଚଇ ସୃଷ୍ଟି ହୋଇଛି । ଏମାନଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

ପୂଜାରୀ ପ୍ରଦୀପ ଦାସ ରାମ ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ସହାୟକ । ମୁଖ୍ୟ ପୁରୋହିତଙ୍କ ସହିତ ଅନ୍ୟ ୪ ଜଣ ପୁରୋହିତ ରାମ ଲଲାଙ୍କର ସେବା କରନ୍ତି । ପ୍ରଦୀପ ଦାସ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଏବଂ ଅନ୍ୟ ୩ ଜଣ ପୁରୋହିତଙ୍କର ମଧ୍ୟ କରୋନା ପରୀକ୍ଷା କରାଯାଇଥିଲା । ବର୍ତ୍ତମାନ ପ୍ରଦୀପ ଦାସଙ୍କୁ ହୋମ୍ କ୍ବାରେଣ୍ଟାଇନରେ ରଖାଯାଇଛି । କରୋନାରେ ସଂକ୍ରମିତ ୧୬ ଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ କ୍ୟାଣ୍ଟିନ କ୍ବାରେଣ୍ଟାଇନ୍ ରେ ରଖାଯାଇଛି । ରାମ ଲଲା ମୁଖ୍ୟ ପୁରୋହିତ ସତ୍ୟେନ୍ଦ୍ର ଦାସ ଏବଂ ଅନ୍ୟ ୩ ସହଯୋଗୀ ପୁରୋହିତଙ୍କ କରୋନା ପରୀକ୍ଷା ରିପୋର୍ଟ ଆସିଛି । ପୁରୋହିତମାନଙ୍କୁ ଟ୍ରୁ ନେଟ୍ ମେସିନ୍ ସାହାଯ୍ୟରେ ସ୍କ୍ରିନ କରାଯାଇଥିଲା । ସମସ୍ତ ପୁରୋହିତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଏଥିରେ ମୁଖ୍ୟ ପୁରୋହିତ ଅନ୍ତର୍ଭୁକ୍ତ ଅଛନ୍ତି । ଜନ୍ମଭୂମିର ସୁରକ୍ଷାରେ ନିୟୋଜିତ ଅନ୍ୟ ସୁରକ୍ଷାକର୍ମୀଙ୍କ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ।

ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାକୁ ଆସି ରାମ ମନ୍ଦିରର ଭୂମି ପୂଜା ଏବଂ ଶିଳାନ୍ୟାସ କରିବେ । ଏହି ଗସ୍ତ ସମୟରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଏଲ.କେ. ଆଡଭାନୀ, ସଂଗଠନର ମୁଖ୍ୟ ମୋହନ ଭଗବାନ୍ ଭଳି ପ୍ରମୁଖ ଯୋଗଦେବେ ।

   Related Posts