ଆସନ୍ତାକାଲି ଅଯୋଧ୍ୟା ଉପରେ ନଜର : ଶିବସେନାର ସ୍ଲୋଗାନ୍ ‘ପ୍ରଥମେ ରାମ ମନ୍ଦିର ପରେ ସରକାର’

Published By : Prameya-News7 Bureau | November 24, 2018 IST

ଆସନ୍ତାକାଲି ଅଯୋଧ୍ୟା ଉପରେ ନଜର । ଏକାଠି ହେବାକୁ ଯାଉଛନ୍ତି ପ୍ରାୟ ୨ଲକ୍ଷ ଆରଏସଏସ୍ ଏବଂ ବିଶ୍ବ ହିନ୍ଦୁ ପରିଷଦ କର୍ମୀ । ଧର୍ମସଭାରେ ବହୁସଂଖ୍ୟାରେ ଶିବସେନା କର୍ମୀ ଏବଂ ସାଧୁ ସନ୍ଥ ମଧ୍ୟ ସାମିଲ ହେବେ । ଏତେ ସଂଖ୍ୟାରେ କର୍ମୀ ଏବଂ ସାଧୁ ସନ୍ଥ ଏକାଠି ହେଉଥିବାରୁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସହରରେ ୧୪୪ଧାରା ଜାରି କରାଯାଇଛି । ରାମ ମନ୍ଦିର ନିର୍ମାଣ ନେଇ ଦାବି ଜୋର ଧରୁଛି ।  ‘ପ୍ରଥମେ ରାମ ମନ୍ଦିର ପରେ ସରକାର’ ଶିବସେନା ଏହି ସ୍ଲୋଗାନ୍ ଦେଉଥିବା ବେଳେ ଭିଏଚ୍ ପି ସ୍ଲୋଗାନ୍ ଦେଉଛି ‘ମନ୍ଦିର ସେଇଠି ନିର୍ମାଣ ହେବ ଯଦି ମନ୍ଦିର ଜଲ୍ ଦି ତିଆରି ହେବ । ଶିବସେନା କହିଛି, ୩ ରୁ ୪ହଜାର ସୈନିକ ଥାଣେରୁ ୫ଟି ସ୍ୱତନ୍ତ୍ର ରେଳରେ ଅଯୋଧ୍ୟା ଆସିବେ। ଶିବସେନାର ୨୨ ଜଣ ସାଂସଦ ଏବଂ ୬୨ ଜଣ ବିଧାୟକ ସାମିଲ ହେବେ । ଏପଟେ ଉଦ୍ଧବ ଥାକ୍ ରେ ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି । ସେ ଆଜି ସାଧୁସନ୍ଥଙ୍କ ସହ ଆଲୋଚନା କରିବେ । ତେଣୁ ରାମମନ୍ଦିରକୁ ପ୍ରସଙ୍ଗ କରି ୨୦୧୯ ନିର୍ବାଚନ ଆଗରୁ ଏହି ସମାବେଶ ଏକରକମର ଶକ୍ତି ପ୍ରଦର୍ଶନ ବୋଲି କୁହା ଯାଇପାରେ । ଦିଲ୍ଲୀରେ ଅନୁଷ୍ଠିତ ସାଧୁ ସମାବେଶରେ ରାମନ୍ଦିର ନିର୍ମାଣ ନେଇ ଡିସେମ୍ବର ୬ତାରିଖ ସୁଦ୍ଧା ନିଷ୍ପତ୍ତି ନେବାକୁ ସରକାରଙ୍କୁ ଅଲଟିମାଟମ୍ ଦେଇଥିଲେ ସାଧୁସନ୍ଥ । ନହେଲେ ଆନ୍ଦୋଳନ ତେଜିବ ବୋଲି ଚେତାବନୀ ଦେଇଥିଲେ । ଆଉ ଆସନ୍ତାକାଲି ଅଧୋଧ୍ୟାରେ ଏତେ ସଂଖ୍ୟାରେ ଶିବସେନା. ଭିଏଚ୍ପି ଏବଂ ଆରଏସ୍ଏସ୍ କର୍ମୀ ଏକାଠି ହେଉଛନ୍ତି । ତେଣୁ ଯେକୌଣସି ଅପ୍ରିତିକର ସ୍ଥିତକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ଆଗରେ ବଡ ଚାଲେଞ୍ଜ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.