ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିବାକୁ ଚାହୁଁଛନ୍ତି କି ? ଟ୍ରଷ୍ଟ ଜାରି କଲା ଆକାଉଣ୍ଟର ସବିଶେଷ ତଥ୍ୟ

Published By : Prameya-News7 Bureau | August 12, 2020 IST

ଅଯୋଧ୍ୟା ୧୨।୦୮: ଅଯୋଧ୍ୟାରେ ଭଗବାନ ରାମ ମନ୍ଦିର ନିର୍ମାଣ ଆରମ୍ଭ ହୋଇ ଯାଇଛି। ବୁଧବାର ଶ୍ରୀ ରାମଜନ୍ମଭୂମି ତୀର୍ଥ ଟ୍ରଷ୍ଟ ପକ୍ଷରୁ ଏହାର ସୂଚନା ଦିଆଯାଇଛି। ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ଗସ୍ତ କରି ଭୂମି ପୂଜନ କରିବା ସହିତ ମନ୍ଦିର ନିର୍ମାଣର ଶିଳାନ୍ୟାସ କରିଥିଲେ। ଏବେ ଭବ୍ୟ ରାମ ମନ୍ଦିର ନିର୍ମାଣ ଆରମ୍ଭ ହୋଇ ଯାଇଛି। ଟ୍ରଷ୍ଟ ତରଫରୁ ବୁଧବାର ଆକାଉଣ୍ଟ ନମ୍ବର ଏବଂ ଅନ୍ୟ ସମ୍ବନ୍ଧିତ ସୂଚନା ମଧ୍ୟ ଜାରି କରାଯାଇଛି। ଏହି ଆକାଉଣ୍ଟରେ ଜନତା ଦାନ କରି ମନ୍ଦିର ନିର୍ମାଣରେ ନିଜର ଯୋଗଦାନ ଦେଇ ପାରିବେ।

wp:html /wp:html

ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ବୁଧବାର ଏକ ଭିଡିଓ ଜାରି କରିଛନ୍ତି। ସେ କହିଛନ୍ତି ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିରର ଭୂମି ପୂଜନ କରିଥିଲେ। ଏବେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। ଚମ୍ପତ ରାୟଙ୍କ ଅନୁଯାୟୀ କୋଟି କୋଟି ରାମ ଭକ୍ତ ମନ୍ଦିର ନିର୍ମାଣରେ ଯୋଗଦାନ ଦେବାକୁ ଚାହୁଁଛନ୍ତି। ଯାହାକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ପକ୍ଷରୁ ଦାନ ଦେବାର ସମସ୍ତ ସୂଚନା ପ୍ରଦାନ କରାଯାଉଛି। ଭକ୍ତଙ୍କୁ ମନ୍ଦିର ନିର୍ମାଣ ହେତୁ ଯଥାଶକ୍ତି ଏବଂ ଯଥା ସମ୍ଭବ ଦାନ କରିବାକୁ ଆହ୍ଵାନ କରାଯାଇଛି।

{"id":313512,"sizeSlug":"large"}

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର ନିଷ୍ପତ୍ତି ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟ୍ରଷ୍ଟ ଗଠନ କରାଯାଇଥିଲା। ଏହା ପାଖରେ ରାମ ମନ୍ଦିର ସଞ୍ଚାଳନ ସମ୍ବନ୍ଧିତ ଅଧିକାର ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୂମି ପୂଜନ ପାଇଁ ଟ୍ରଷ୍ଟ ତରଫରୁ ଆମନ୍ତ୍ରିତ କରାଯାଇଥିଲା। ଏହା ପରେ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ଭୂମି ପୂଜନ କରିବା ସହିତ ଶିଳାନ୍ୟାସ୍ ମଧ୍ୟ କରିଥିଲେ।

ରାମ ମନ୍ଦିରର ମୂଳ ମୋଡେଲରେ କିଛିଟା ପରିବର୍ତ୍ତନ କରାଯାଇଛି। ଏହାରି ଆଧାରରେ ମନ୍ଦିରର ଉଚ୍ଚତା ଅଧିକ ହେବ। ଏବେ ମନ୍ଦିର ତିନି ମହଲା ହେବା ସହିତ ଏହାର ଉଚ୍ଚତା ୩୦୦ ଫୁଟ୍ ହେବ। ଏହା ବ୍ୟତୀତ ୩ ଗମ୍ବୁଜ ପରିବର୍ତ୍ତେ ୫ ଗମ୍ବୁଜ ରହିବ। ପୂରା ମନ୍ଦିରରେ ୩୧୮ ସ୍ତମ୍ଭ ରହିବ ଏବଂ ପ୍ରତି ମହଲାରେ ୧୦୬ ସ୍ତମ୍ଭ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.