Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଏବେ ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଦିନକ ପରେ ରାମ ମନ୍ଦିର ଭୂମି ପୂଜନ ଉତ୍ସବ, ଆରମ୍ଭ ହେଲାଣି ପୂଜାବିଦ୍ଧି, ଆଲୋକମାଳାରେ ଝଲସୁଛି ଅଯୋଧ୍ୟା ନଗରୀ ଓ ୨୦ ହଜାର ମନ୍ଦିର

3/08/2020 at 6:42 PM

ଅଯୋଧ୍ୟା, ୦୩|୦୮:  ଅଯୋଧ୍ୟାରେ ରାମମନ୍ଦିର ଭୂମିପୂଜନ ପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ୫ ରେ ଭୂମି ପୂଜନ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ପୂଜା ବିଧି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଭୂମିପୂଜନ କାର୍ଯ୍ୟକ୍ରମ ପାଇଁ ଅଯୋଧ୍ୟା ନଗରୀକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି । ଏଠାରେ ଥିବା ୨୦ ହଜାର ମନ୍ଦିରକୁ ଆଲୋକିତ କରାଯାଇଛି । ଆଜି ଅଯୋଧ୍ୟା ଯାଇ ଭୂମିପୂଜନ ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ରାମମନ୍ଦିର ଭୂମିପୂଜନ ପାଇଁ ପ୍ରସ୍ତୁତି ଜୋରଦାର । ଆଉ ଏହି ପ୍ରସ୍ତୁତିର ଅନୁଧ୍ୟାନ କରୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ୫ ତାରିଖ ଭୂମି ପୂଜନ କାର୍ଯ୍ୟକ୍ରମରେ ଯେପରି କୌଣସି ସାମାନ୍ୟ ଅସୁବିଧା ନରୁହେ ସେ ସବୁ ନିଜେ ବୁଲି ତଉଲି ନେଉଛନ୍ତି  ଯୋଗୀ ଆଦିତ୍ୟ ନାଥ । ଆଯୋଧ୍ୟାରେ ରାମମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ ଭିତ୍ତି ପ୍ରସ୍ତର ସ୍ଥାନପ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ସହ ରହିବେ ଆରିଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଆଉ କିଛି ସାଧୁ ସନ୍ଥ । ରାମ ମନ୍ଦିର ଭୂମିପୂଜନ କାର୍ଯ୍ୟ ନିମନ୍ତେ ସମଗ୍ର ଅଯୋଧ୍ୟା ନଗରୀକୁ ଆଲୋକ ମାଳାରେ ସଜ୍ଜିତ କରାଯାଇଛି। ଅଯୋଧ୍ୟାରେ ଦୀପାବଳୀ ଭ୍ରମ ସୃଷ୍ଟି ହୋଇଛି। ନଗରୀରେ ଥିବା ୨୦ହଜାର ମନ୍ଦିରକୁ ଆଲୋକିତ କରାଯାଇଛି।  ଅଯୋଧ୍ୟାରେ ଭଜନ କୀର୍ତ୍ତନ ଚାଲିଛି । ଅଯୋଧ୍ୟାକୁ ଯାଇଥିବା ସମସ୍ତ ରାସ୍ତାକୁ ପରିଷ୍କାର କରାଯାଇଛି। ଏହା ସହିତ ଅଯୋଧ୍ୟା ନଗରୀକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ଆସନ୍ତାକାଲିଠୁ ପୂରା ଅଯୋଧ୍ୟାକୁ ସିଲ କରାଯିବ । ସହରରେ ସାଢେ ୩ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହେବେ । ଡ୍ରୋନ୍‌ ଦ୍ବାରା ଅଯୋଧ୍ୟା ଉପରେ ନଜର ରଖାଯିବ । ଏହା ପୂର୍ବରୁ ଯୋଗୀ ଆଦିତ୍ୟନାଥ ହନୁମାନଗଡି ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ।  

ଭୂମିପୂଜନ ସମାରୋହ ପାଇଁ ସଂସ୍କାର ଭାରତୀ ପକ୍ଷରୁ ଆକର୍ଷଣୀୟ କଳସ ପ୍ରସ୍ତୁତ କରାଯାଉଛି । ଏସବୁ କଳସ ସାକେତ ମହାବିଦ୍ୟାଳୟଠାରୁ ରାମ ଜନ୍ମଭୂମି ମାର୍ଗରେ ରଖଯିବ । ଏଥିପାଇଁ ମୋଟ ୫ହଜାର ୧ଶହ କଳସ ପ୍ରସ୍ତୁତ କରାଯାଇଛି । ସେହିପରି ଭୂମି ପୂଜନ ସମାରୋହ ପାଇଁ ୧ଲକ୍ଷ ୧୧ ହଜାର ଲଡୁ ତିଆରି ହେଉଛି । ପ୍ରଧାନମନ୍ତ୍ରୀ ମୋଦି ଭଗବାନ ରାମଙ୍କୁ ଏହି ଲଡୁ ଭୋଗ କରିବେ । କାର୍ଯ୍ୟକ୍ରମରେ ପାଖାପାଖି ୨ଶହ ଅତିଥି ସାମିଲ ହେବେ । କାର୍ଯ୍ୟକ୍ରମରେ ଟ୍ରଷ୍ଟ ସହ ଜଡିତ ବ୍ୟକ୍ତି , ରାମମନ୍ଦିର ଆନ୍ଦୋଳନ ସହ ଜଡିତ ବ୍ୟକ୍ତି ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ପାଖକୁ ନିମନ୍ତ୍ରଣ ପଠାଯାଇଛି   ଅଯୋଧ୍ୟା ଭୂମି ବିବାଦରେ ପକ୍ଷ ଥିବା ଇକବାଲ ଅନସାରୀଙ୍କୁ ଭୂମିପୂଜନ କାର୍ଯ୍ୟକ୍ରମ ପାଇଁ ପ୍ରଥମେ ନିମନ୍ତ୍ରଣ କରାଯାଇଛି। ରାମମନ୍ଦିର ଭୂମି ପୂଜନ ପାଇଁ ସେ ନିମନ୍ତ୍ରଣ ପତ୍ର ପାଇଥିବା ଇକବାଲ ଅନସାରୀ ସୂଚନା ଦେଇଛନ୍ତି ।

ସେହିପରି ଘରେ ରହି ଏହି କାର୍ଯ୍ୟକ୍ରମକୁ ଦେଖିବା ସହ ଶ୍ରୀରାମଚରିତ ମାନସ ପାଠ କରିବାକୁ ଯୋଗୀ ଆଦିତ୍ୟନାଥ ଲୋକଙ୍କୁ ଅପିଲ୍ କରିଛନ୍ତି । ଭୂମି ପୂଜନ ସମୟରେ ସାମିଜକ ଦୂରତା ଓ କୋଭିଡ୍ ନିୟମ ପାଳନ ଉପରେ ଗୁରୁତ୍ବ ଦିଆଯାଇଛି ।

   Related Posts