Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୃତୀୟ ଦିନିକିଆ: ୩ ଓ୍ବିକେଟ୍‌ରେ ଶ୍ରୀଲଙ୍କା ବିଜୟୀ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୪୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୬ ଡିସଚାର୍ଜ
  • ||
  • ରାଜଧାନୀରେ ବଢୁଛି ଆକ୍ଟିଭ କେସ୍ : ଭୁବନେଶ୍ବରରୁ ଦିନକରେ ୩୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୫ ସୁସ୍ଥ
  • ||
  • କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ, ତଥାପି ଆସିନି ସମ୍ପୂର୍ଣ୍ଣ ଆଶ୍ୱସ୍ତିର ସମୟ, ସତର୍କତାର ମନ୍ତ୍ର ସହ ମୁଖ୍ୟମନ୍ତ୍ରୀ କହିଲେ- ସ୍ୱାସ୍ଥ୍ୟସେବାକୁ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା
  • ||
  • +୩ ରେ ସାମିଲ ହେବ ବିପର୍ଯ୍ୟୟ ପରିଚାଳନା କୋର୍ସ, ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
  • ||
  • ଜି.ଉଦୟଗିରି : ପୁଅ ଓ ଝିଅକୁ କୂଅରେ ଫିଙ୍ଗି ମାରିଦେଲେ, ବାପା ଓ ମା’ ଗିରଫ
  • ||
  • ଭୁବନେଶ୍ବର : ‘ନୀଳାଦ୍ରି ବିଜେ’ ଅବସରରେ ନ୍ୟୁଜ୍ ୭ ପ୍ରସ୍ତୁତ କଲା ଆଉ ୨ଟି ଓଡିଆ ଭଜନ- ‘ବଡଦାଣ୍ଡ କାନ୍ଦେ କଇଁକଇଁ’ ଓ ‘ଏତେ ଅଭିମାନ କିଆଁ’
  • ||
  • ସୁନ୍ଦରଗଡ : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ମହିଳାଙ୍କ ସମେତ ୨ ଗୁରୁତର
  • ||
  • ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ : କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ସମ୍ମାନ ପାଇଁ ଲଢିବ ଘରୋଇ ଦଳ
  • ||
  • ଗଜପତି : ଖୋଲିବ କି ACFO ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ : କାର୍ଯ୍ୟାଳୟରେ ଡିଏଫଓଙ୍କୁ ଚାଲିଛି ଜେରା
  • ||

ରାମ ମନ୍ଦିର ଭୂମିପୂଜନ : ପ୍ରଧାନମନ୍ତ୍ରୀଙ୍କ ପାଇଁ ମାତ୍ର ୩୨ ସେକେଣ୍ଡ୍ ଅତି ଶୁଭ ମୁହୂର୍ତ୍ତ, କୁଣ୍ଡଳୀ ପ୍ରସ୍ତୁତ କରିଛନ୍ତି କାଶୀ ପଣ୍ଡିତ

23/07/2020 at 6:23 PM

ଅଯୋଧ୍ୟା ୨୩/୦୭ : ଅଯୋଧ୍ୟା ରାମ ମନ୍ଦିର ଭୂମିପୂଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଅଭିଜିତ ମୁହୂର୍ତ୍ତର ୩୨ ସେକେଣ୍ଡ ଅତ୍ୟନ୍ତ ମହତ୍ଵପୁର୍ଣ ରହିବ | ଅଗଷ୍ଟ ୫ ତାରିଖ ୧୨ଟା ୧୫ ମିନିଟ ୧୫ ସେକେଣ୍ଡ ପରେ ଠିକ ୩୨ ସେକେଣ୍ଡ ମଧ୍ୟରେ ପ୍ରଥମ ଇଟା ସ୍ଥାପନା କରିବାକୁ ହେବ | କାଶୀର ପ୍ରଖ୍ୟାତ ଜ୍ୟୋତିଷ ଆଚାର୍ଯ୍ୟ ଗଣେଶ୍ୱର ଶାସ୍ତ୍ରୀ ଦ୍ରାବିଡ଼ ଭୂମିପୂଜନ ପାଇଁ ମୁହୂର୍ତ୍ତ ଓ କୁଣ୍ଡଳୀ ପ୍ରସ୍ତୁତ କରିଛନ୍ତି | ଭାଦ୍ରବ ପକ୍ଷ ଓ ଅସ୍ଥିର ତୁଳା ଲଗ୍ନ ଦୋଷ ସମାପ୍ତ କରିବାକୁ ଏହି କିଛି ସେକେଣ୍ଡର ମୁହୂର୍ତ୍ତ ବିଶେଷ ମହତ୍ଵପୁର୍ଣ | ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ସ୍ୱୟଂ ଭୂମିପୂଜନ ଅନୁଷ୍ଠାନର ପ୍ରସ୍ତୁତି ତଦାରଖ କରୁଛନ୍ତି | ରାମ ମନ୍ଦିର ଗର୍ଭଗୃହରେ ଭୂମିପୂଜନ ପାଇଁ ଲଗ୍ନ, ତିଥି, ବାରକୁ ନେଇ ସୋସିଆଲ ମିଡ଼ିଆରେ ଦେଶର ତମାମ ବିଦ୍ୱାନ ଅନେକ ଚର୍ଚ୍ଚା କରିଛନ୍ତି |

ରାମ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ମହନ୍ତ କମଳ ନୟନ ଦାସ କହିଛନ୍ତି ଯେ ଅଗଷ୍ଟ ୫ ତାରିଖ ୧୨ଟା ୧୫ ମିନିଟ ୧୫ ସେକେଣ୍ଡ ପରେ ୩୨ ସେକେଣ୍ଡ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗର୍ଭଗୃହର ପ୍ରଥମ ଇଟା ସ୍ଥାପନା କରିବାକୁ ହେବ | ୪୦ କିଲୋଗ୍ରାମ ଓଜନର ରୁପା ଇଟା ମହନ୍ତ ନୃତ୍ୟ ଗୋପାଳ ଦାସ ପ୍ରଧାନମନ୍ତ୍ରୀଙ୍କୁ ହସ୍ତାନ୍ତର କରିବେ | ପୂଜନ କାର୍ଯ୍ୟର ସଂଯୋଜକ ବିଶ୍ୱ ହିନ୍ଦୁ ପରିଷଦର କାରସେବକ ପୁରମ ସ୍ଥିତ ବେଦ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଇନ୍ଦ୍ରଦେବ ଶର୍ମା କହିଛନ୍ତି ଯେ ଗଣେଶ୍ୱର ଶାସ୍ତ୍ରୀ ଜଣେ ବଡ ବିଦ୍ୱାନ | ଭୂମିପୂଜନ ସମୟ ଅଭିଜିତ ମୁହୂର୍ତ୍ତ | କିନ୍ତୁ ରାଶି ତୁଳା ଅସ୍ଥିର ଅଟେ | ସେଥିପାଇଁ ଦୋଷ ନିବାରଣ ପାଇଁ ୩୨ ସେକେଣ୍ଡର ବିଶେଷ ସର୍ବାର୍ଥ ସିଦ୍ଧ ଯୋଗ ପ୍ରମାଣିତ ହୋଇଛି | ରାମ ମନ୍ଦିର ଅତ୍ୟନ୍ତ ଭବ୍ୟ ଓ ଦିବ୍ୟ ହେବାସହ ସାରା ବିଶ୍ୱକୁ ଆଲୋକିତ କରିବ | ଏଠାକୁ ଆସି ଭକ୍ତ ଜନ୍ମ ଜନ୍ମାନ୍ତରର ପାପରୁ ମୁକ୍ତି ପାଇବେ ବୋଲି ସେ କହିଛନ୍ତି |

ମହନ୍ତ କମଳ ନୟନ ଦାସ କହିଛନ୍ତି ଯେ ଭୂମିପୂଜନ ଅଗଷ୍ଟ ୩ ତାରିଖ ସକାଳ ୮ଟା ରୁ ଗଣେଶ ପୂଜା ସହ ଆରମ୍ଭ ହେବ | ଏହାପରେ ବିଧିବଦ୍ଧ ଭାବେ ପାଞ୍ଜି ପୂଜା ହେବ | କାଶୀ ଓ ଅଯୋଧ୍ୟାର ୧୧ ଜଣ ବୈଦିକ ବିଦ୍ୱାନ ପୂଜା କରିବେ | ଆଚାର୍ଯ୍ୟ ଇନ୍ଦ୍ରଦେବ କହିଛନ୍ତି ଯେ ୪ ତାରିଖ ଦିନ ରାମାର୍ଚ୍ଚା ପୂଜା ହେବ ଯେଉଁଥିପାଇଁ ଅଲଗା ଅଲଗା ବିଦ୍ୱାନଙ୍କ ଟିମ ରହିବ | ସକାଳ ୮ଟା ରୁ ପୂଜା ୬-୭ ଘଣ୍ଟା ଚାଲିବ | ୫ ତାରିଖ ସକାଳୁ ମୋଦି ଆସିବା ପୂର୍ବରୁ ବିଦ୍ୱାନଙ୍କ ଟିମ ବେଦୀ ପୂଜା ସମ୍ପନ୍ନ କରି ଭୂମିପୂଜନ କରିବେ | 

ଭୂମି ପୂଜନ ପାଇଁ ଗର୍ଭଗୃହ ସ୍ଥାନରେ ୩ ଫୁଟର ଭିତ୍ତିପ୍ରସ୍ତର ଖୋଳାଯିବ | ସେଠାରେ ୫ଟି ଇଟା ସ୍ଥାପିତ କରି ଭୂମି ପୂଜନ କରାଯିବ | ଏହି ୫ଟି ଇଟାର ନାଁ ହେଲା ନନ୍ଦା, ଜୟା, ଭଦ୍ରା, ରିକ୍ତା ଓ ପୂର୍ଣା | ମନ୍ତ୍ର ଉଚ୍ଚାରଣ ସମୟରେ ମନ୍ଦିର ଗର୍ଭଗୃହ ସ୍ଥାନରେ ମୋଦି ତମ୍ବୁର ଏକ କଳସ ସ୍ଥାପିତ କରିବେ | ଏହି ତମ୍ବା କଳସରେ ବୈଦିକ ରୀତି ଅନୁସାରେ ଗଙ୍ଗାଜଳ ସହିତ ସମସ୍ତ ତୀର୍ଥସ୍ଥଳର ଜଳ ଭର୍ତ୍ତି କରାଯିବ | ଏହି କଳସରେ ଔଷଧି ପଞ୍ଚରତ୍ନ, ହୀରା, ପନ୍ନା, ମାଣିକ, ସୁନା ଓ ରୁପା ରଖାଯିବ | ପାତାଳ ରାଜା ଶେଷନାଗଙ୍କୁ ପ୍ରସନ୍ନ କରିବାକୁ ରୁପାର ନାଗ-ନାଗୁଣୀ ଯୋଡି ଓ ଭଗବାନ ବିଷ୍ଣୁଙ୍କ ଅବତାର ପ୍ରତୀକ ରୁପା କଇଁଛକୁ ମଧ୍ୟ ଭିତ୍ତିପ୍ରସ୍ତରରେ ସ୍ଥାପିତ କରାଯିବ |

ରାମ ମନ୍ଦିର ନିର୍ମାଣ ପାଇଁ ବହୁତ ଲୋକ ଦାନ କରୁଛନ୍ତି | ମଙ୍ଗଳବାର ଦିନ ଅଯୋଧ୍ୟାରେ ପହଞ୍ଚିଥିବା ଲଖନଉର ରାମଭକ୍ତମାନେ ମନ୍ଦିର ନିର୍ମାଣ ପାଇଁ ୩୦ଟି ରୁପା ଇଟା ଦାନ କରିଛନ୍ତି | ଏହି ସବୁ ଇଟାର ଓଜନ ପାଖାପାଖି ୩୪ କିଲୋ | ଲଖନଉ ଇଣ୍ଡିଆ ବୁଲିୟନ ଜ୍ୱେଲର୍ସ ଆସୋସିଏସନର ପଦାଧିକାରୀ ଟ୍ରଷ୍ଟ କାର୍ଯ୍ୟାଳୟକୁ ୩୦ଟି ରୁପା ଇଟା ଦାନ କରିଛନ୍ତି | ଟ୍ରଷ୍ଟି ଡ.ଅନିଲ ମିଶ୍ରଙ୍କୁ ଆସୋସିଏସନ ଅଧ୍ୟକ୍ଷ ଇଟା ହସ୍ତାନ୍ତର କରିଛନ୍ତି |

   Related Posts