ଆଜି ରାମମନ୍ଦିର ଭୂମି ପୂଜନ, ସଜେଇ ହୋଇଛି ଅଯୋଧ୍ୟା ନଗରୀ : ହନୁମାନ ଆରାଧନା ପରେ ଭୂମି ପୂଜା କରିବେ ପ୍ରଧାନମନ୍ତ୍ରୀ , ୧୨ଟା ୪୦ରେ ହେବ ଶିଳାନ୍ୟାସ

Published By : Prameya-News7 Bureau | August 05, 2020 IST

ଅଯୋଧ୍ୟା ୦୫।୦୮: ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟିଛି । ଆଜି ସେଇ ମୂହୁର୍ତ୍ତ ଆସି ପହଞ୍ଚିଛି ଯେଉଁ ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲେ ଭାରତର କୋଟି କୋଟି ଜନତା । ଅଯୋଧ୍ୟାରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ପାଇଁ ଆଜି ହେଉଛି ଭୂମିପୂଜନ । ନିର୍ମାଣ ହେବାକୁ ଥିବା ବିଶାଳ ଓ ଭବ୍ୟ ମନ୍ଦିରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ କିଛି ସମୟ ପରେ ରାମଜନ୍ମଭୂମି ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ଭୂମିପୂଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ । ଗଲା ୩ଦିନ ହେଲା ଅଯୋଧ୍ୟାରେ ଉତ୍ସବର ମାହୋଲ ରହିଛି।

{"id":309913,"sizeSlug":"large"}

ଆଜି ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ । ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସବୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ନବ ବଧୂ ବେଶରେ ସଜେଇ ହୋଇଛି ରାମ ନଗରୀ । ଅନ୍ତ ହେବ ୫୫୦ ବର୍ଷର ପ୍ରତିକ୍ଷା । ସାରା ଦେଶ ଚାହିଁ ରହିଛି ସେଇ ଐତିହାସିକ କ୍ଷଣକୁ ।

{"id":309917,"sizeSlug":"large"}

ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ରାମମୟ ହୋଇ ଉଠିଛି ଅଯୋଧ୍ୟା ନଗରୀ । ଚାଲିଆଡେ ଝଲସୁଛି ଆଲୋକମାଳା। ଝଲସୁଛି ସରଜୁ ନଦୀ, ଚମକୁଛି ରାସ୍ତାଘାଟ । ରାମନାମ ସାଙ୍ଗକୁ ସାଧୁ ସନ୍ଥଙ୍କ ମେଳରେ ଉଛୁଳୁଛି ପରିବେଶ। ଭୂମି ପୂଜନ ପୂର୍ବରୁ ଚାଲିଛି ବିଶେଷ ପୂଜାର୍ଚନା । ହନୁମାନ ଗଡିରେ ପୂଜା ସହ ଶଂଖନାଦ କରାଯାଇଛି।

{"id":309914,"sizeSlug":"large"}

ବୁଧବାର ମଧ୍ୟାହ୍ନ ୧୨ ଟା ୩୦ରେ ରାମ ମନ୍ଦିର ଭୁମି ପୂଜନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ୧୧.୩୦ରେ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟାରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ପ୍ରାୟ ୩ଘଣ୍ଟା ଅଯୋଧ୍ୟାରେ ରହିବେ । ସୁରକ୍ଷା ଦୃଷ୍ଟିରୁ ଅଯୋଧ୍ୟା ସହରର ସବୁ ସୀମା ସିଲ କରାଯାଇଛି। ଅତିଥିମାନେ ମଧ୍ୟ ପହଞ୍ଚିବାରେ ଲାଗିଛନ୍ତି । ଶ୍ରୀରାମ ମନ୍ଦିର ଟ୍ରଷ୍ଟ ମୋଟ ୧୭୫ଜଣ ବିଶିଷ୍ଟ ଅତିଥିଙ୍କୁ ନିମନ୍ତ୍ରଣ କରିଛି ।

{"id":309915,"sizeSlug":"large"}

ଅତିଥିଙ୍କ ଭିତରେ ଅଛନ୍ତି ଅଯୋଧ୍ୟା ଭୂମି ବିବାଦର ଅନ୍ୟତମ ପକ୍ଷକାର ଇକବଲ ଅନସାରୀ । ପ୍ରଧାନମନ୍ତ୍ରୀଙ୍କୁ ଇକବାଲ ଅନସାରୀ ସ୍ବାଗତ କରିବେ। ଭୂମିପୂଜନ ସମାରୋହରେ ଦେଶର ବିଭିନ୍ନ କୋଣ ଅନୁକୋଣରୁ ୧୩୫ଜଣ ସନ୍ଥ ସାମିଲ ହେବେ । ସେମାନେ ପହଞ୍ଚିଗଲେଣି ଅଯୋଧ୍ୟରେ । ମନ୍ଦିରର ପରିସରରେ ପାରିଜାତର ବୃକ୍ଷ ଲଗାଇବେ ପ୍ରଧାନମନ୍ତ୍ରୀ ।

{"id":309916,"sizeSlug":"large"}

ପୂଜନରେ ଆବଶ୍ୟକତା ଦୃଷ୍ଟିରୁ ବାରଣାସୀରୁ ରୂପା ପାନ ଆସିଛି । ଭୂମିପୂଜନ ସମାରୋହ ପାଇଁ ସଂସ୍କାର ଭାରତୀ ପକ୍ଷରୁ ଆକର୍ଷଣୀୟ କଳସ ପ୍ରସ୍ତୁତ କରାଯାଇଛି । ସେପଟେ ଭୂମି ପୂଜନ ପୂର୍ବରୁ ଆସିଛି ଭବ୍ୟ ମନ୍ଦିରର ନୂଆ ମଡେଲ । ନୂଆ ମଡେଲରେ ଗମ୍ବୁଜ ସଂଖ୍ୟା ୫ କରାଯାଇଛି । ମନ୍ଦିରର ଉଚ୍ଚତା ରହିବ ୧୬୧ ଫୁଟ । ମନ୍ଦିର ନର୍ମାଣ ପାଇଁ ତିନି ରୁ ସାଢେ ତିନି ବର୍ଷ ଲାଗିବ ।

{"id":309918,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.