ଆକର୍ଷଣୀୟ ଓ ଆଧୁନିକ ସୁବିଧା ସମ୍ପନ୍ନ ହେବ ଅଯୋଧ୍ୟା ଷ୍ଟେସନ : ଚାଲିଛି କାମ, ଏହିଭଳି ଦେଖାଯିବ ଷ୍ଟେସନ

Published By : Prameya-News7 Bureau | August 03, 2020 IST

ଅଯୋଧ୍ୟା ୦୩/୦୮ : ଅଯୋଧ୍ୟା ଷ୍ଟେସନକୁ ଅତ୍ୟାଧୁନିକ ସୁବିଧା ସମ୍ପନ୍ନ ଓ ସୁନ୍ଦର କରିବାକୁ କାମ ଚାଲିଛି | ରେଳ ଷ୍ଟେସନ ମଡେଲ ମନ୍ଦିର ଉପରେ ଆଧାରିତ ରହିବ | ଅଯୋଧ୍ୟା ଷ୍ଟେସନର ନବନୀକରଣ ଆଧୁନିକ ସୁବିଧାରେ ସୁସଜ୍ଜିତ ଭବନର ନିର୍ମାଣ କାର୍ଯ୍ୟ ପ୍ରଗତି ପଥରେ ଆଗେଇ ଚାଲିଛି | ଏହି ଭବନ ପାଇଁ ଆର୍ଥିକ ବର୍ଷ ୨୦୧୭-୧୮ ରେ ୮୦ କୋଟି ଟଙ୍କା ସ୍ୱୀକୃତି କରାଯାଇଥିଲା | ବର୍ତ୍ତମାନ ଏହାକୁ ବଢ଼ାଇ ୧୦୪ କୋଟି ୭୭ ଲକ୍ଷ ୨୪ ହଜାର ୬୫୨ କୋଟି କରାଯାଇଛି |

{"id":309326,"width":581,"height":314,"sizeSlug":"large"}

ଏହି ଷ୍ଟେସନ ଭବନର ନିର୍ମାଣ ରେଲୱେ ରାଇଟ୍ସ  (RITES) ଉପକ୍ରମ ଦ୍ୱାରା କରାଯାଉଛି | ଭବନ ନିର୍ମାଣ ଦୁଇଟି ଫେଜରେ ହେବ | ପ୍ରଥମ ପର୍ଯ୍ୟାୟରେ ୧, ୨ ଓ ୩ ନମ୍ବର ପ୍ଲାଟଫର୍ମର ବିକାଶ କାର୍ଯ୍ୟ, ଶେର୍କୁଲେଟିଙ୍ଗ ଏରିଆର ବିକାଶ ଓ ହୋଲଡିଂ ଏରିଆର ବିକାଶ କାର୍ଯ୍ୟ ହେବ | ଦ୍ୱିତୀୟ ପର୍ଯ୍ୟାୟରେ ନୂଆ ଷ୍ଟେସନ ଭବନ ନିର୍ମାଣ ଓ ଅନ୍ୟାନ୍ୟ ସୁବିଧାର ନିର୍ମାଣ କାର୍ଯ୍ୟ ହେବ | ଏହି ସୁବିଧା ଅନୁଯାୟୀ, ଷ୍ଟେସନ ଭିତରେ ଓ ବାହାରେ କୁମ୍ପାସର ନବନୀକରଣ କରାଯିବ ଏବଂ ଷ୍ଟେସନରେ ଉପଲବ୍ଧ ସୁବିଧା ବୃଦ୍ଧି କରାଯିବ |

{"id":309327,"width":574,"height":298,"sizeSlug":"large"}

ଯେପରିକି ଟିକେଟ କାଉଣ୍ଟର ସଂଖ୍ୟା ବିସ୍ତାର, ପ୍ରତୀକ୍ଷାଳୟ ସୁବିଧା ବିସ୍ତାର, ଏସି ବିଶ୍ରାମାଳୟ, ୧୭ ବେଡ଼ ବିଶିଷ୍ଟ ପୁରୁଷ ଡାର୍ମେଟୋରି, ୧୦ ବେଡ଼ ବିଶିଷ୍ଟ ମହିଳା ଡାର୍ମେଟୋରି, ଏକ ଅତିରିକ୍ତ ଫୁଟଓଭର ବ୍ରିଜ, ଫୁଡ ପ୍ଲାଜା, ଅତିରିକ୍ତ ଶୌଚାଳୟ ସହ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଯିବାକୁ ନିରନ୍ତର କାର୍ଯ୍ୟ ଜାରି ରହିଛି |

{"id":309325,"sizeSlug":"large"}

ଏହାଛଡା ଷ୍ଟେସନରେ ପର୍ଯ୍ୟଟକ କେନ୍ଦ୍ର, ଟ୍ୟାକ୍ସି, ବୁଥ, ଶିଶୁ ବିହାର, ଭିଆଇପି ଲାଉଞ୍ଜ, ସେମିନାର ହଲ ଓ ବିଶିଷ୍ଟ ଅତିଥି ଗୃହ ସମେତ ଅନେକ ସୁବିଧା ଉପଲବ୍ଧ କରାଯିବ | ଏଥିପାଇଁ ଲଗାତାର କାମ ଚାଲିଛି |

{"id":309328,"width":584,"height":316,"sizeSlug":"large"}

ମଣ୍ଡଳ ରେଳ ପ୍ରବନ୍ଧକଙ୍କ ଦ୍ୱାରା ମଝି ମଝିରେ ବିକାଶ କାର୍ଯ୍ୟ ତଦାରଖ କରାଯାଉଛି | ଉଚ୍ଚମାନର କାମ ସହିତ ଷ୍ଟେସନ କାମ ପୁରା କରିବାକୁ ନିର୍ଦେଶ ଦିଆଯାଇଛି | ପର୍ଯ୍ୟଟକଙ୍କୁ ସବୁ ପ୍ରକାର ସୁବିଧା ଉପଲବ୍ଧ କରାଇବା ଭଳି ସମସ୍ତ ବିକଶିତ କାର୍ଯ୍ୟ କରାଯାଉଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.