ମହିଳା ଭକ୍ତଙ୍କୁ ବନ୍ଧକ ରଖି ଦୁଷ୍କର୍ମ କରୁଥିଲେ ପୂଜକ
2/01/2019 at 11:00 AM

ଆଯୋଧ୍ୟା ୦୨|୦୧: ଅଯୋଧ୍ୟାର ଏକ ମନ୍ଦିରର ପୂଜକ ଜଣେ ମହିଳା ଭକ୍ତଙ୍କୁ ବନ୍ଧକ ରଖି ଅନେକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ ସପୃକ୍ତ ପୂଜକଙ୍କୁ ଗିରଫ କରିଛି ।
ସୂଚନା ଅନୁସାରେ ୩୦ବର୍ଷ ବୟସ୍କା ଜଣେ ମହିଳା ୨୪ଡିସେମ୍ବରରେ ବାରାଣାସୀରୁ ମନ୍ଦିର ପୂଜକଙ୍କଠାରୁ ଆଧ୍ୟାତ୍ମିକ ଶିକ୍ଷା ପାଇଁ ଆସିଥିଲେ । ମନ୍ଦିରର ପୂଜକ କୃଷ୍ଣକାନ୍ତ ଆଚାର୍ଯ୍ୟ ତାଙ୍କୁ ମନ୍ଦିର ପରିସରରେ ରହିବା ପାଇଁ କହିଥିଲେ । ମାତ୍ର ମହିଳା ଜଣଙ୍କ ମନାକରିଥିଲେ । ଫଳରେ ପୂଜକ ତାଙ୍କୁ ବାରମ୍ବାର ଅନୁରୋଧ କରିବା ପରେ ମହିଳା ଜଣଙ୍କ ମନ୍ଦିର ପରିସରରେ ରହିଥିଲେ । ଏହାପରେ ପୂଜକ ତାଙ୍କୁ ସେଠାରେ ବନ୍ଧକ କରି ରଖିଥିଲେ । ମହିଳାଙ୍କ କହିବାଅନୁସାରେ ସେଠାରେ ପୂଜକ ତାଙ୍କ ସହ ଅନେକ ଥର ଦୁଷ୍କର୍ମ କରିଥିଲେ । କୌଣସି ଉପାୟରେ ମହିଳା ଜଣଙ୍କ ସେଠାରୁ ଖସିଆସି ପୋଲିସ ଥାନାରେ ଅଭିଯୋଗ କରିଥିଲେ । ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ଦାୟର କରି ଅଭିଯୁକ୍ତ ପୂଜକଙ୍କୁ ଗିରଫ କରିଛି । ମହିଳାଙ୍କୁ ଚିକିତ୍ସା ପାଇଁ ପଠାଇଦିଆଯାଇଛି ।