Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଅଯୋଧ୍ୟା ମାମଲାରେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ କେନ୍ଦ୍ର ସରକାର

29/01/2019 at 3:16 PM

ନୂଆଦିଲ୍ଲୀ ୨୯|୧: ଅଯୋଧ୍ୟା ମାମଲାରେ କେନ୍ଦ୍ର ସରକାର ପୁଣି ସୁପ୍ରିମକୋର୍ଟ ଯାଇଛନ୍ତି। କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ କରିଛନ୍ତି । ଯେଉଁଥିରେ ଦର୍ଶାଯାଇଛି ଯେ ଅଣବିବାଦିତ ଜମିରେ ନିର୍ମାଣ କାର୍ଯ୍ୟ ଉପରେ ଲାଗିଥିବା  ରହିତାଦେଶକୁ ଉଠାଯାଉ।  ସଂପୂର୍ଣ୍ଣ ୬୭ ଏକର ଜମିରୁ ମାତ୍ର ଶୂନ ଦଶମିକ ୩୧୩ ଏକର ଜମି ବିବାଦୀୟ ରହିଛି। ଏହା ବାଦ୍ ଅଣବିବାଦିତ ଥିବା ଜମି ଉପରୁ ପ୍ରତିବନ୍ଧକ ହଟାଇବା ଲାଗି କେନ୍ଦ୍ର ଆବେଦନରେ ଦର୍ଶାଇଛି। 

ଅଯୋଧ୍ୟା ମାମଲାରେ ଆଜି ହେବାର ଥିଲା ଶୁଣାଣି । ତେବେ ଜଷ୍ଟିସ୍ ବୋବଡେଙ୍କ ଅନୁପସ୍ଥିତି ଯୋଗୁଁ ମାମଲାର ଶୁଣାଣି ଘୁଞ୍ଚାଇ ଦିଆଯାଇଛି । ସୁପ୍ରିମକୋର୍ଟ ଏ ବାବଦରେ ଏକ ନୂଆ ତାରିଖ ସ୍ଥିର କରିବେ। ତେବେ ରାମ ମନ୍ଦିର ନିର୍ମାଣ ନେଇ ଚାପରେ ଆସିଯାଇଥିବା  ବିଜେପି ସରକାର ଏବେ ଏହାର ବିକଳ୍ପ ସମାଧାନ ନେଇ ଜୋର ଦେଉଛି।  ଅଣ ବିବାଦୀତ ୬୭ ଏକର ଜମି ରାମ ଜନ୍ମଭୂମି ନ୍ୟାସକୁ ହସ୍ତାନ୍ତର କରିବା ଲାଗି କେନ୍ଦ୍ର  ଆବେଦନରେ ଦର୍ଶାଇଛି।

୧୯୯୩ ମସିହାରେ କେନ୍ଦ୍ର ସରକାର ବିବାଦୀୟ ଢ଼ାଞ୍ଚା ଚାରିପଟେ ୬୭ ଏକର ଜମି ଅଧିଗ୍ରହଣ କରିଥିଲେ। ତେବେ ୧୯୯୪ ମସିହାର ସୁପ୍ରିମ କୋର୍ଟ ଏ ନେଇ ଏକ ମାମଲାରେ ନିର୍ଦ୍ଦେଶ ଦେଇଥିଲେ ଯେ ଅଧିଗୃହିତ ଜମି କେନ୍ଦ୍ର ସରକାରଙ୍କ ଅଧୀନରେ ରହିବ ଓ ବାବଦରେ ସମାଧାନ ନ ହେଲା ଯାଏଁ ଏହି ଜମିକୁ କାହାରିକୁ ଦିଆଯାଇ ପାରିବ ନାହିଁ। ୨୦୧୧ ମସିହାର ମଧ୍ୟ ସୁପ୍ରିମକୋର୍ଟ ସମାନ ରାୟ ଦେଇଥିଲେ। ତେବେ ବର୍ତ୍ତମାନ କେନ୍ଦ୍ର ସରକାର ଚାହୁଁଛନ୍ତି ଯେ ଏହି ଅଧିଗୃହିତ ଜମିରୁ କିଛି ଅଂଶ ରାମ ଜନ୍ମଭୂମି ନ୍ୟାସକୁ ଦିଆଯାଉ। ଏଥିପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ିଛନ୍ତି।

   Related Posts