Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

୧୪ଟି ଭାଷାରେ ଡିଜିଟାଲ ରୂପରେ ଉପଲବ୍ଧ ହେବ ‘ଅଯୋଧ୍ୟା ରାମଲୀଳା’, ଏହି ବଲିଉଡ୍ ଷ୍ଟାର ହେବେ‌ ସାମିଲ

19/09/2020 at 1:06 PM

ନୂଆଦିଲ୍ଲୀ ୧୯/୦୯: କରୋନା କାଳରେ ‘ଅଯୋଧ୍ୟାର ରାମଲୀଳା’ ଉର୍ଦୁ ଓ ଭୋଜପୁରୀ ଭାଷା ସମେତ ୧୪ଟି ଭାଷାରେ ଡିଜିଟାଲ ରୂପରେ ଉପଲବ୍ଧ ହେବ। ଏଥର ବିଜେପି ସାଂସଦ ମନୋଜ ତିଓ୍ବାରି ଓ ରବି କିସନଙ୍କ ବ୍ୟତୀତ ଆହୁରି ଅନେକ ଅଭିନେତା ଏଥିରେ ସାମିଲ ହେବେ। ଅଯୋଧ୍ୟା ସରଜୁ ନଦୀ ସ୍ଥିତ ଲକ୍ଷ୍ମଣ ଦୁର୍ଗରେ ଅଯୋଧ୍ୟା ରାମଲୀଳା ମଞ୍ଚସ୍ଥ ହେବ। ତେବେ ଏହା ନିର୍ମାଣଧୀନ ରାମ ମନ୍ଦିର ଠାରୁ କିଛି କିଲୋମିଟର ଦୂରରେ ଅବସ୍ଥିତ।

ଆୟୋଜନ ସମିତିର ମୁଖ୍ୟ ମିଡିଆ ପରାମର୍ଶଦାତା ନୀଳକାନ୍ତ ବଖସି କହିଛନ୍ତି କୋଭିଡ୍-୧୯ ମହାମାରୀକୁ ଦୃଷ୍ଟିରେ ରଖି ଅକ୍ଟୋବର ୧୭ରୁ ୨୫ ମଧ୍ୟରେ ସୀମିତ ସଂଖ୍ୟ ଦର୍ଶକଙ୍କ ଉପସ୍ଥିତିରେ ଏହାକୁ ମଞ୍ଚସ୍ଥ କରାଯିବ। ତେବେ ଏହା କେବଳ ଟିଭି, ୟୁଟ୍ୟୁବ ଓ ଅନ୍ୟ ସୋସାଲ ମିଡିଆ ପ୍ଲାଟଫର୍ମରେ ପ୍ରସାରିତ ହେବ।

ଅଭିନେତା ବିନ୍ଦୁ ଦାରା ସିଂହ, ରିତୁ ଶିବପୁରୀ, ଅସରାନୀ, ଶହବାଜ ଖାନ, ରାକେଶ ବେଦି, ରାକେଶ ପୁରୀ, ରଜା ମୁରାଦା, ଗିଲ ଆଦି କଳାକାର ବିଭିନ୍ନ ଚରିତ୍ରରେ ନଜର ଆସିବେ। ​ତେବେ ସାଂସଦ ରବି କିସନ ଭରତ ଚରିତ୍ରରେ ଅଭିନୟ କରିବା ବେଳେ ମନୋଜ ତିଓ୍ବାରି ଅଙ୍ଗଦ ଚରିତ୍ରରେ ନଜର ଆସିବେ।

ଲୋକମାନେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଖୁବ୍ ଖୁସି ଅଛନ୍ତି ଓ ଏହା ଭଗବାନ ରାମଙ୍କ ଜନ୍ମସ୍ଥଳୀରେ ଭବ୍ୟ ରାମଲୀଳା ଆୟୋଜନ ପାଇଁ ପ୍ରେରଣା ଦେଉଛି। ମନୋଜ ତିଓ୍ବାରି କହିଛନ୍ତି ଅଯୋଧ୍ୟା ରାମଲୀଳାର ମୁଖ୍ୟ ବିଶେଷତା ହେଉଛି ଏହା ଭୋଜପୁରୀ, ଉର୍ଦୁ, ତାମିଲ, ତେଲୁଗୁ, ବଙ୍ଗଳା ଓ ଇଂରାଜି ସମେତ ୧୪ଟି ଭାଷାରେ ଡିଜିଟାଲ ରୂପରେ ଉପଲବ୍ଧ ହେବ। ଦେଶରେ ବ୍ୟାପକ ସଂଖ୍ୟକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ୧୪ଟି ଭାଷା ବ୍ୟବହାର କରାଯାଉଛି। ଏହି ରାମଲୀଳା ଦୁଇଟି ଫାଉଣ୍ଡେସନ ‘ମେରି ମା’ ଫାଉଣ୍ଡେସନ’ ଓ ରାମ କି ରାମଲୀଳା’ ଫାଉଣ୍ଡେସନ ଦ୍ବାରା ଆୟୋଜନ କରାଯାଉଛି।

   Related Posts