Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||
  • ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ମୁମ୍ବାଇ ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ମଲ୍‌ରେ ଥିଲେ ପ୍ରାୟ ୩୦୦ ଲୋକ
  • ||

ସାରା ଦେଶର ନଜର ଆଜି ସୁପ୍ରିମକୋର୍ଟଙ୍କ ଉପରେ: ଆଜି ସୁପ୍ରିମକୋର୍ଟରେ ହେବ ଅଯୋଧ୍ୟା ମାମଲାର ଶୁଣାଣି

4/01/2019 at 8:23 AM

ଅଯୋଧ୍ୟା ୪/୧ : ରାମ ଜନ୍ମଭୁମି ବାବ୍ରି ମସଜିଦ ବିବାଦ। ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି। ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟ ୨୦୧୦ ରେ ଦେଇଥିବା ରାୟକୁ ଚ୍ୟାଲେ଼ଞ୍ଜ କରି ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଆବେଦନଗୁଡିକର ଶୁଣାଣି କରିବେ କୋର୍ଟ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ବିଚାରପତି ଏସ କେ କୌଲଙ୍କ ଅଦାଲତରେ ମାମଲାର ଶୁଣାଣିପାଇଂ ତାଲିକାଭୁକ୍ତ କରାଯାଇଛି। ଏହି ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି ପାଇଁ ୩ ଜଣିଆ ଖଣ୍ଡପୀଠର ଗଠନ କରିପାରନ୍ତି ବୋଲି ସମ୍ବାବନା ସୃଷ୍ଟି ହୋଇଛି। ତିନି ଜଣିଆ ଖଣ୍ଡପୀଠରେ ଆହ୍ଲାବାଦ ହାଇକୋର୍ଟ ୨୦୧୦ ରେ ଦେଇଥିବା ରାୟକୁ ଚ୍ୟାଲେ଼ଞ୍ଜ କରି ସୁପ୍ରିମକୋର୍ଟରେ ଦାୟର ହୋଇଥିବା ୧୪ଟି ଆବଦେନର ଶୁଣାଣି କରିବେ। ଆହ୍ଲାବାଦ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ବିବାଦୀୟ ୨.୭୭ ଏକର ଜମିକୁ ସୁନ୍ନି ୱାକଫ ବୋର୍ଡ,ନିର୍ମୋହି ଆଖଡା ଓ ରାମଲାଲାଙ୍କ ମଧ୍ୟରେ ସମାନଭାବେ ବାଣ୍ଟିବାକୁ ନିର୍ଦେଶ ଦେଇଥିଲେ।  ତେବେ କୋର୍ଟଙ୍କ ରାୟକୁ କୌଣସି ପକ୍ଷ ଗ୍ରହଣନକରି ସର୍ବୋଚ୍ଚ ଅଦାଲତରେ ପିଟିସନ ଦାୟର କରିଥିଲେ। ଗତବର୍ଷ ଅକ୍ଟୋବର ୨୯ରେ ଏହି ମାମଲାର ଶୁଣାଣି ଜାନୁଆରୀ ମାସରେ ପ୍ରଥମ ସପ୍ତାହରେ ଏକ ଉପଯୁକ୍ତ ଖଣ୍ଡପୀଠରେ ଏହାର ଶୁଣାଣି କରାଯିବ ବୋଲି କହିଥିଲେ ସୁପ୍ରିମକୋର୍ଟ। ଖଣ୍ଡପୀଠ ଏହାର ଶୁଣାଣି  ପାଇଁ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରିବେ ବୋଲି ସୁପ୍ରିମକୋର୍ଟ କହିଥିଲେ। ଗତବର୍ଷ ସେପ୍ଟେମ୍ବର ୨୭ରେ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଏହାର ଶୁଣାଣି ୫ ଜଣିଆ ସାମ୍ବିଧାନିକ ବେଞ୍ଚକୁ ପଠାଇବାକୁ ମନା କରିଥିଲେ। ୧୯ସାଧାରଣ ନିର୍ବାଚନ ମୁଣ୍ଡ ଉପରେ।। ରାମମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଆଣିବାକୁ ସରକାରଙ୍କ ଉପରେ ଚାପ ପଡୁଛି । ଏହି ସମୟରେ ରାଜନୈତିକ ଦୃଷ୍ଟିରୁ ଅତି ସମ୍ବେଦନଶୀଳ ଏହି  ବିବାଦୀୟ ମାମଲାର ଶୁଣାଣି ହେଉଥିବାରୁ ସାରା ଦେଶର ନଜର ଆଜି ସୁପ୍ରିମକୋର୍ଟଙ୍କ ଉପରେ ରହିବ। ଅଦାଲତଙ୍କ ରାୟ ପରେ ଏହି ମାମାଲାରେ ସରକାର ଅଧ୍ୟାଦେଶ ଆଣିବାପାଇଁ ବିଚାର କରିବେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

   Related Posts