ସରୟୁ ନଦୀ କୂଳରେ ଆଜିଠୁ ଆରମ୍ଭ ହେଉଛି ଭବ୍ୟ ରାମଲୀଳା, ମନୋଜ ତିଓ୍ଵାରୀ ଅଙ୍ଗଦ ତ ରବି କିଶନ ହେବେ ଭରତ

Published By : Prameya-News7 Bureau | October 17, 2020 IST

ଅଯୋଧ୍ୟା ୧୭।୧୦: କରୋନା ସଙ୍କଟ ମଧ୍ୟରେ ଅଯୋଧ୍ୟାରେ ସରୟୁ ନଦୀ କୂଳରେ ଏଥର ଭବ୍ୟ ରାମଲୀଲା ଶନିବାରଠୁ ଆରମ୍ଭ ହେବାକୁ ଯାଉଛି। ଏହି ରାମଲୀଳାରେ ସିନେ ଜଗତର ଅନେକ ତାରକା ମଧ୍ୟ ସାମିଲ ହେବେ। କେବଳ ଏତିକି ନୁହେଁ ଏହି ରାମଲୀଳାରେ ଭାରତୀୟ ଜନତା ପାର୍ଟିର ଦୁଇ ସାଂସଦ ତଥା ଅଭିନେତା ମଧ୍ୟ ନିଜ ନିଜ ଚରିତ୍ରରେ ଅଭିନୟ କରିବେ।

ଏହି ଭବ୍ୟ ରାମଲୀଳାର ପ୍ରସାରଣ ସାମାଜିକ ଗଣମାଧ୍ୟମରେ କରାଯିବ। ଆଜିଠୁ ଆରମ୍ଭ ହେଉଥିବା ରାମଲୀଳା ଅକ୍ଟୋବର ୨୫ ପର୍ଯ୍ୟନ୍ତ ଚାଲିବ। ସରୟୁ ନଦୀ କୂଳରେ ସ୍ଥିତ ଲକ୍ଷ୍ମଣ କିଲା ପଡିଆରେ ରାମଲୀଳାର ଭବ୍ୟ ସେଟ୍ ତିଆରି କରାଯାଇଛି।

{"id":346328,"sizeSlug":"large"}

ବିଜେପିର ଦୁଇ ସାଂସଦ ମନୋଜ ତିଓ୍ଵାରୀ ଓ ରବି କିଶନ ମଧ୍ୟ ରାମଲୀଳାରେ ଅଂଶ ଗ୍ରହଣ କରୁଛନ୍ତି। ମନୋଜ ତିଓ୍ଵାରୀ ଅଙ୍ଗଦ ଏବଂ ରବି କିଶନ ଭରତ ଭୂମିକାରେ ଅଭିୟନ କରିବେ। ଟିଭି ଧାରାବାହିକ ରାମାୟଣରେ ହନୁମାନ ଭୂମିକାରେ ଅଭିନୟ କରିଥିବା ଦାରା ସିଂହଙ୍କ ପୁତ୍ର ତଥା ଅଭିନେତା ବିନ୍ଧୁ ଦାରା ସିଂହ ରାମଲୀଳାରେ ହନୁମାନ ଭୂମିକାରେ ନଜର ଆସିବେ।

ପ୍ରସିଦ୍ଧ ହାସ୍ୟ କଳାକାର ଅସରାନୀ ନାରଦ ଭୂମିକାରେ ଅଭିନୟ କରିବେ। ଶେହବାଜ ଖାନ ରାବଣ ଏବଂ ରଜା ମୁରାଦ ଅହିରାବଣ ଭୂମିକା ନିଭାଇବେ। ସୋନୁ ନାଗର ରାମ ଏବଂ କବିତା ଯୋଶୀ ସୀତା ଚରିତ୍ରରେ ଅଭିନୟ କରିବେ।

{"id":346329,"sizeSlug":"large"}

ରାମଙ୍କ ବସ୍ତ୍ର ଜନକପୁରରୁ ଅଣା ଯାଇଥିବା ବେଳେ ଧନୁ କୁରୁକ୍ଷେତ୍ରରୁ ମଗାଯାଇଛି। ସୀତାଙ୍କ ଆଭୂଷଣ ଅଯୋଧ୍ୟାରେ ପ୍ରସ୍ତୁତ କରାଯାଇଛି। ରାବଣଙ୍କ ପୋଷାକ ଶ୍ରୀଲଙ୍କାରୁ ପ୍ରସ୍ତୁତ ହୋଇ ଆସୁଛି। ଏହି ରାମାୟଣ ୧୪ ଭିନ୍ନ ଭିନ୍ନ ଭାଷାରେ ଡିଜିଟାଲ ଭାବେ ଉପଲବ୍ଧ ହେବ।

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ରାମଲୀଳାରେ ଅତିଥି ଭାବେ ଯୋଗ ଦେବାକୁ ନିୟନ୍ତ୍ରଣ ଦିଆଯାଇଛି। ହେଲେ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.