Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ଅଯୋଧ୍ୟା ଦୀପୋତ୍ସବ ୨୦୧୯: ଆଲୋକିତ ହେବ ୮ ହଜାର ଘର, ନଗର ନିଗମ ସମସ୍ତଙ୍କୁ ଦେବ୧୧ଟି ଲେଖାଏଁ ଦୀପ

20/10/2019 at 9:30 PM

ଅଯୋଧ୍ୟା : ଦୀପୋତ୍ସବ ୨୦୧୯ର ଭବ୍ୟ ଆୟୋଜନ ଲାଗି ଅଯୋଧ୍ୟାରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳିତବର୍ଷ ଦୀପୋତ୍ସବକୁ  ନଗର ନିଗମ ଧୁମଧାମରେ ପାଳନ କରିବେ। ୫ଲକ୍ଷ ୫୧ ହଜାର ଦୀପରେ ଝିଲମିଲ ହେବ ସାରା ସହର। ଅଯୋଧ୍ୟାର ୮ ହଜାର ଘରକୁ ଦୀପରେ ସଜାଇବାକୁ ନଗରନିମ ଯୋଜନା କରିଥିବା ମହାପୌର ଋଷିକେଶ ଉପାଧ୍ୟାୟ କହିଛନ୍ତି। ଏଣୁ ସହରର ବସ୍ତି ଅଞ୍ଚଳକୁ ଏଥିରେ ସାମିଲ କରଯାଇଥିବା ବେଳେ ପ୍ରତି ଘରକୁ ଯାଇ ଉପାଧ୍ୟାୟ ନିଜେ ଦୀପ ବାଣ୍ଟିବେ ବୋଲି କହିଛନ୍ତି। 

ଦୀପୋତ୍ସବ ପାଳନ ଲାଗି ନଗରନିଗମ ପ୍ରତି ଘରକୁ ୧୧ଟି ଲେଖାଏଁ ଦୀପ ବଣ୍ଟନ କରିବେ। ଏଥିଲାଗି ନଗରନିଗମର ସମସ୍ତ କାଉନସିଲର ଓ କର୍ମଚାରୀ ଏବେଠୁ କାମରେ ଲାଗିଯାଇଛନ୍ତି। ଅଯୋଧ୍ୟାରେ ଦୀପ ଉତ୍ସବ ପାଳନ ଲାଗି ଚଳିତବର୍ଷ ମଧ୍ୟ ସହର ନିକଟ ଜୟସିଂହପୁର ଓ ପାଖ ଆଖ ଗାଁର କୁମ୍ଭାର ପରିବାର ଦ୍ୱୀପ ଯୋଗାଇବେ। ଏଣୁ ଦୀପୋତ୍ସବ ପାଳନ ବେଳେ ସହରର ସ୍ୱଚ୍ଛତା ଲାଗି ଏବେ ନଗରନିଗମ ପ୍ରାଥମିକତା ଦେଉଛନ୍ତି।

ଦୀପୋତ୍ସବ ଅବସରରେ ଅଯୋଧ୍ୟାର ୧୦୧ ସଡକ ଲୋକାର୍ପିତ ହେବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ସବୁ ସଡକର ଏକକାଳୀନ ଉନ୍ମୋଚନ କରିବେ। ଏହି ସବୁ ରାସ୍ତା ସହରର ଆଭ୍ୟନ୍ତିରଣ ମାର୍ଗ ହେବ, ଯେଉଁଗୁଡିକ ମନ୍ଦିର, ମୁଖ୍ୟମାର୍ଗ ଓ ନଦୀ ଘାଟକୁ ଜନବସତୀ ସହ ସଂଯୁକ୍ତ କରିବ। ଏହା ଛଡା ଚଳିତବର୍ଷ ଦୀପୋତ୍ସବରେ ଅଯୋଧ୍ୟା ନୂଆ କିର୍ତ୍ତିମାନ ସ୍ଥାପନା ଲାଗି ମଧ୍ୟ ଯୋଜନା କରିଛି। ମହାପୌର ଉପାଧ୍ୟାୟଙ୍କ ଅନୁସାରେ ସମ୍ପୂର୍ଣ୍ଣ ଅଯୋଧ୍ୟାକୁ ୫ଲକ୍ଷ ୫୧ ହଜାର ଦୀପରେ ସଜାଯିବ। ଅଯୋଧ୍ୟାର ଘାଟ, କୁଣ୍ଡ ଓ ସରକାରୀ ଭବନ ଉପରେ ମଧ୍ୟ ଦୀପ ସଜା ଯିବ ବୋଲି ଜଣାପଡିଛି।  

   Related Posts