ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲା ; ଆସନ୍ତା ୧୦କୁ ଘୁଞ୍ଚିଲା ଶୁଣାଣି

Published By : Prameya-News7 Bureau | January 04, 2019 IST

ନୂଆଦିଲ୍ଲୀ ୦୪|୦୧: ସୁପ୍ରିମକୋର୍ଟରେ ରାମ ଜନ୍ମଭୁମି ବାବ୍ରି ମସଜିଦ ବିବାଦ ମାମଲା । ଆସନ୍ତା ୧୦ତାରିଖକୁ ଘୁଞ୍ଚିଲା ଶୁଣାଣି ।  ଅଯୋଧ୍ୟା ରାମ ମନ୍ଦିର ମାମଲାରେ ଶୁଣାଣି ପାଇଁ ନୂଆ ଖଣ୍ଡପୀଠ ଗଠନ ହେବ । ଏହି ନୂଆ ବେଞ୍ଚ୍  ଅଯୋଧ୍ୟା ରାମ ମନ୍ଦିର ମାମଲାର ଶୁଣାଣି କରିବେ । ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବାର ଥିଲା । ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟ ୨୦୧୦ରେ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଆବେଦନଗୁଡିକର ଶୁଣାଣି କରିଥାନ୍ତେ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ବିଚାରପତି ଏସ.କେ କୌଲଙ୍କ ଅଦାଲତରେ ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇଥିଲା । ତେବେ ପରବର୍ତ୍ତୀ ଶୁଣାଣି ୧୦ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ନୂଆ ବେଞ୍ଚ୍ ମାମଲାର ଶୁଣାଣି କରିବେ । ୨୦୧୯ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ । ରାମମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଆଣିବାକୁ ସରକାରଙ୍କ ଉପରେ ଚାପ ପଡୁଛି । ଏହି ସମୟରେ ରାଜନୈତିକ ଦୃଷ୍ଟିରୁ ଅତି ସମ୍ବେଦନଶୀଳ ଏହି  ବିବାଦୀୟ ମାମଲାର ଶୁଣାଣି ଉପରେ ସୁପ୍ରିମକୋର୍ଟଙ୍କ ଉପରେ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.