Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୮୦୫ ପଜିଟିଭ୍
  • ||
  • ଧୋକା ଦେବନି ମୌସୁମୀ, ମେ ୩୧ରେ ଛୁଇଁବ କେରଳ, ଜୁନ ୧୨ ସୁଦ୍ଧା ଓଡିଶା
  • ||
  • ବାଲେଶ୍ୱରରେ ମର୍ମନ୍ତୁଦ ଦର୍ଘଟଣା : ପୋଲ ତଳକୁ ଖସିଲା କାର୍,୩ ମୃତ
  • ||
  • ଆଜି ରାଜ୍ୟର ୧୦ଟି ଜିଲ୍ଲାରେ ଟିକାକରଣ ବନ୍ଦ
  • ||

ଆସନ୍ତା ୨୬ ତାରିଖରେ ଅଯୋଧ୍ୟା ମାମଲାର ଶୁଣାଣି

20/02/2019 at 6:15 PM

ଅଯୋଧ୍ୟା ୨୦/୨ : ୨୬ରେ ଅଯୋଧ୍ୟା ମାମଲାର ଶୁଣାଣି । ଆସନ୍ତା ୨୬ ତାରିଖରେ ସଂବେଦନଶୀଳ ରାମଜନ୍ମଭୂମି ବାବରୀ ମସଜିଦ ମମଲାର ଶୁଣାଣି ଆରମ୍ଭ କରିବେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ  ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଖଣ୍ଡପୀଠରେ ଜଷ୍ଟିସ ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ ବୋବଡେ,  ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ ଏସଏ ନାଜିର ଅଛନ୍ତି ।  ଗତ ଜାନୁୟାରୀ ୨୯ରେ ଏହି ମାମଲାର ଶୁଣାଣିକୁ ଘୁଞ୍ଚାଇଦିଆଯାଇଥିଲା ।  ୨୦୧୮ ଅକ୍ଟୋବରରୁ ରାମ ଜନ୍ମଭୂମୀ-ବାବ୍ରୀ ମସଜିଦ୍ ମାମଲାର ଶୁଣାଣି ଘୁଞ୍ଚିଘୁଞ୍ଚି ଚାଲିଛି । ଜାନୁଆରି ୪ ତାରିଖରେ ମୁଖ୍ୟବିଚାରପତି ଗୋଗୋଇ ଏହି ମାମଲାର ବିଚାର ଲାଗି ଏକ ଖଣ୍ଡପୀଠ ଗଠନ କରିଥିଲେ। କିନ୍ତୁ ଜାନୁୟାରୀ ୧୦ ତାରିଖରେ ଜଷ୍ଟିସ୍ ୟୁ.ୟୁ ଲଲିତ ବିଚାରରୁ ଓହରି ଯିବାକୁ ଇଚ୍ଛାପ୍ରକାଶ କରିଥିଲେ।  …

   Related Posts