୩୫ ବର୍ଷରେ ପାଦ ଥାପିଲେ ଆୟେଶା ଟାକିଆ, ୧୩ ବର୍ଷରୁ ଆରମ୍ଭ କରିଥିଲେ ମଡେଲିଂ କ୍ୟାରିୟର

Published By : Prameya-News7 Bureau | April 10, 2021 IST

ମୁମ୍ବାଇ ୧୦/୦୪: ବଲିଉଡ୍ ଅଭିନେତ୍ରୀ ଆୟେଶା ଟାକିଆ ଆଜି ତାଙ୍କର ୩୫ ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ୧୩ ବର୍ଷ ବୟସରେ ଆୟେଶା ମଡେଲିଂ ଦୁନିଆରେ ପାଦ ଦେଇଥିଲେ । ସେ ଅନେକ ବିଜ୍ଞାପନରେ କାମ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ​​। ସାହିଦ କପୁରଙ୍କ ସହ ସେ କମ୍ପ୍ଲାନ୍ ର ବିଜ୍ଞାପନ କରିଥିଲେ । ଯାହା ପରେ ସେ 'କମ୍ପ୍ଲାନ୍ ଗର୍ଲ' ଭାବରେ ଫେମସ୍ ହୋଇଗଲେ । ୯୦ ଦଶକରେ ଆୟେଶା ଅନେକ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିଥିଲେ । ଫାଲଗୁନି ପଠକଙ୍କ ଗୀତ 'ମେରୀ ଚୁନର ଉଡ ଉଡ ଯାଏ'ରେ ଆୟେଶାଙ୍କୁ ଦେଖିବାକୁ ମିଳିଥିଲା । ଏହି ଗୀତଟି ଖୁବ୍ ହିଟ୍ ହୋଇଥିଲା ଏବଂ ତାଙ୍କୁ ବହୁତ ପସନ୍ଦ କରାଯାଉଥିଲା । ଏହା ପରେ ସେ ମ୍ୟୁଜିକ୍ ଭିଡିଓ ନେହିଁ ନେହିଁ ଅଭି ନେହିଁରେ ମଧ୍ୟ ଅଭିନୟ କରିଥିଲେ ।

{"width":643,"height":482}
4k Ultra HD Wallpaper: Ayesha Takia HD Wallpapers

ଆୟେଶା ମଡେଲିଂ ଏବଂ ମ୍ୟୁଜିକ୍ ଆଲବମ କରୁଥିବା ସମୟରେ ଫିଲ୍ମ ପାଇଁ ତାଙ୍କୁ ଅଫର ମିଳିଥିଲା । ସେ ଏକା ସାଥିରେ ଦୁଇଟି ଫିଲ୍ମ 'ସୋଚା ନା ଥା' ଏବଂ 'ତାରଜନ୍: ଦି ୱାଣ୍ଡର କାର୍' ଫିଲ୍ମ ପାଇଁ ସାଇନ୍ କରିଥିଲେ । ୨୦୦୪ ରେ ପ୍ରଥମେ 'ତାରଜନ୍: ଦି ୱାଣ୍ଡର କାର୍' ରିଲିଜ୍ ହୋଇଥିଲା ।  ଏଥିରେ ତାଙ୍କର ଅଭିନୟ ପାଇଁ ସେ ଫିଲ୍ମଫେୟାର ବେଷ୍ଟ ଡେବ୍ୟୁ ଆୱାର୍ଡ ପାଇଥିଲେ ।

{"width":635,"height":476}
Wanted Film Salman Khan Wallpapers Aisha Takia Bollywood Hindi Movie  Pictures | Free Wallpapers

୨୦୦୬ ରେ ରିଲିଜ୍ ହୋଇଥିବା ଫିଲ୍ମ 'ଡୋର' ରେ ଆୟେଶାଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରାଯାଇଥିଲା । ଛୋଟ ବଜେଟ୍ ର ଏହି ଫିଲ୍ମକୁ ଲୋକମାନେ ପସନ୍ଦ କରିଥିଲେ । ଏହା ପରେ ଆୟେଶା 'ଶାଦୀ ନଂ ୧', 'ହୋମ୍ ଡେଲିଭରୀ', 'ଶାଦୀ ସେ ପେହେଲେ', 'ୟୁ ହୋତା ତୋ କ୍ୟା ହୋତା', 'ସଲାମ ଏ ଇଶ୍କ', 'କ୍ୟା ଲଭ୍ ଷ୍ଟୋରୀ ହେ', 'ଫୁଲ୍ ଏଣ୍ଡ ଫାଇନାଲ୍', ' ସଣ୍ଡେ ',' ପାଠଶାଲା ' ସମେତ ଅନ୍ୟାନ୍ୟ ଫିଲ୍ମ ମଧ୍ୟ କରିଥିଲେ ।  ତଥାପି ଏହି ସବୁ ଫିଲ୍ମରୁ ଆୟେଶାଙ୍କ କ୍ୟାରିଅର୍ କିଛି ଖାସ୍ ହୋଇନଥିଲା । ୨୦୦୯ ରେ ସେ ସଲମାନ ଖାନଙ୍କ ସହ 'ୱାଣ୍ଟେଡ' ଫିଲ୍ମ କରିଥିଲେ । ଫିଲ୍ମଟି ବକ୍ସ ଅଫିସରେ ସୁପର ହିଟ୍ ହୋଇଥିଲା ।

{"width":625,"height":351}
Ayesha Takia and her husband Farhan Azmi offer their Mumbai hotel as  quarantine facility to the BMC amid coronavirus pandemic | Hindi Movie News  - Times of India

ମାର୍ଚ୍ଚ ୨୦୦୯ ରେ ଆୟେଶା ଟାକିଆ ତାଙ୍କ ପ୍ରେମିକ ଫରହାନ ଆଜମୀଙ୍କୁ ବିବାହ କରିଥିଲେ । ସେହି ସମୟରେ ଆୟେଶାଙ୍କୁ ମାତ୍ର ୨୩ ବର୍ଷ ହୋଇଥିଲା । ଫରହାନ ସମାଜବାଦୀ ପାର୍ଟିର ନେତା ଅବୁ ଅଜମୀଙ୍କ ପୁଅ । ସେମାନଙ୍କ ବିବାହ ଖୁବ୍ ଚର୍ଚ୍ଚାରେ ରହିଥିଲେ।  ସେ ଫରହାନଙ୍କୁ ବିବାହ କରିବା ପାଇଁ ଇସଲାମ ଧର୍ମ ଗ୍ରହଣ କରିଥିଲେ । ବିବାହ ପରେ ଆୟେଶା ଗ୍ଲାମର ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ ।

କିଛି ବର୍ଷ ପୂର୍ବେ ଆୟେଶା ଏକ କାର୍ଯ୍ୟକ୍ରମରେ ଅଭିନୟ କରିଥିଲେ ଯେଉଁଠାରେ ସମସ୍ତେ ତାଙ୍କ ଚେହେରା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।  ଆୟେଶାଙ୍କ ଚିକ୍ସଠାରୁ ଆରମ୍ଭ କରି ଓଠ ପର୍ଯ୍ୟନ୍ତ ସବୁକିଛି ବହୁତ ବଦଳି ଯାଇଥିଲା । ତାଙ୍କ ଫଟୋ ଦେଖିବା ପରେ ସେ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ ହୋଇଥିଲେ ଏବଂ ତାଙ୍କର ସର୍ଜରୀ ଖରାପ ହୋଇଯିବାରୁ ଏପରି ହୋଇଥିବାର ଟର୍ଚ୍ଚା ହୋଉଥିଲା । କିନ୍ତୁ ଆୟେଶା ସର୍ଜରୀକୁ ଅସ୍ୱୀକାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.