Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଯୋଗୀଙ୍କ ଉପରେ ବର୍ଷିଲେ ମାୟାବତୀ, କହିଲେ- ଯଦି ଯୋଗୀ ଉତ୍ତର ପ୍ରଦେଶକୁ ସମ୍ଭାଳି ପାରୁ ନାହାନ୍ତି,ତାହେଲେ ମଠକୁ ଫେରିଯାଆନ୍ତୁ

1/10/2020 at 11:55 AM

ଲକ୍ଷ୍ମୌ ୦୧/୧୦: ହାଥରସ ପରେ ବଳରାମପୁର ଜିଲ୍ଲାରେ ହୋଇଥିବା ୨୨ ବର୍ଷୀୟା ଛାତ୍ରୀଙ୍କ ଗଣଦୁଷ୍ମର୍ମ ମାମଲାରେ ମୁହଁ ଖୋଲିଛନ୍ତି ବହୁଜନ ସମାଜ ପାର୍ଟି ଅଧ୍ୟକ୍ଷା ମାୟାବତୀ। ସେ ଆଜି ରାଜ୍ୟର ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆାଦିତ୍ୟନାଥ ୟୁପି ସମ୍ଭାଳି ପାରୁ ନାହାନ୍ତି। କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି ଯେ ଯୋଗୀ ଆଦିତ୍ୟନାଥଙ୍କୁ ହଟାଇ ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ କରାଯାଉ। ଏତିକିରେ ଅଟକି ନାହାନ୍ତି ମାୟାବତୀ। ସେ ଆହୁରି ବର୍ଷିଛନ୍ତି ଏ ମାମଲାରେ ତୁରନ୍ତ କେନ୍ଦ୍ର ସରକାର ହସ୍ତକ୍ଷେପ କରନ୍ତୁ ଓ ଯୋଗୀ ଆଦିତ୍ୟନାଥଙ୍କୁ ମଠକୁ ଫେରାଇ ନିଅନ୍ତୁ।

ତେବେ ଏ ନେଇ ଆଜି ମାୟାବତୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ହାଥରସ ଜିଲ୍ଲା ପରେ ବଳରାମପୁର ଜିଲ୍ଲାରେ ୨୨ ବର୍ଷୀୟା ଦଳିତ ଛାତ୍ରୀଙ୍କ ସହ ଯେଉଁଭଳି ଗଣଦୁଷ୍କର୍ମ କରାଯାଇଛି ତାହା ନିହାତି ନିନ୍ଦନୀୟ। ଗଣଦୁଷ୍କର୍ମ ପରେ ଛାତ୍ରୀଙ୍କ ମୃତ୍ୟୁ ମଧ୍ୟ ହୋଇଛି। ହାଥରସ ଘଟଣା ପରେ ଲାଗିଥିଲା ୟୁପି ସରକାର ସଚେତନ ହେବେ। ମାତ୍ର ୟୁପିରେ ଯେଉଁ ଲୋକ ଝିଅ-ବୋହୂଙ୍କୁ ଉତ୍ପୀଡନ କରୁଛନ୍ତି ସେମାନଙ୍କ ଉପରେ କଟକଣା ଲାଗିବ ହେଲେ ଏମିତି କିଛି ବି ହେଲା ନାହିଁ।

ଆଜି ସକାଳର ବଳରାମପୁର ଘଟଣା ମାୟାବତୀଙ୍କୁ ଶକ୍ତ ଝଟକା ଦେଇଛି। ଏହା ସହ ଉତ୍ତର ପ୍ରଦେଶରେ ଆଇନର ନୁହେଁ, ଗୁଣ୍ଡା, ବଦମାସ, ଅପରାଧୀ ଓ ଦୁଷ୍କର୍ମକାରୀଙ୍କ ରାଜ ଚାଲୁଛି କହିଛନ୍ତି। ଏଠାରେ ଆଇନ ବ୍ୟବସ୍ଥା ତଳକୁ ଚାଲିଗଲାଣି। ଏ ସରକାରରେ ଝିଅ ବୋହୂ ସୁରକ୍ଷିତ ନାହାନ୍ତି। ଏଣୁ ଯୋଗୀଙ୍କୁ ହଟାଇ ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ମାୟାବତୀ ମତ ରଖିଛନ୍ତି।

   Related Posts