Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଚିନ୍ତା ବଢାଇଲା AY.4 ! ଭାରତରେ ଦ୍ରୁତ ବ୍ୟାପୁଛି କରୋନା ଭୂତାଣୁ ଡେଲ୍ଟା ଭାରିଆଣ୍ଟର ନୂଆ ପ୍ରକାର

21/09/2021 at 5:02 PM

ନୂଆଦିଲ୍ଲୀ ୨୧।୯: କରୋନା ଭାଇରସର ଡେଲ୍ଟା ଭାରିଆଣ୍ଟ ଏବେବି ଭାରତରେ ସଂକ୍ରମଣର ଜରିଆ ହୋଇ ରହିଛି। ମହାରାଷ୍ଟ୍ର ସମେତ ଦେଶର ଅନେକ ରାଜ୍ୟରେ ଭୂତାଣୁର ଏହି ପ୍ରକାର ପ୍ରକୋପ କରୁଥିବା ବେଳେ ଏଥିରୁ ଏକ ନୂଆ ସଂକ୍ରମଣ ମଧ୍ୟ ତୀବ୍ର ବ୍ୟାପିବାରେ ଲାଗିଛି। ଡେଲ୍ଟାରୁ ଉତପରିବର୍ତ୍ତିତ ହୋଇଥିବା ଏହି ନୂଆପ୍ରକାରକୁ ଏୱାଇ.୪ ଭାବେ ଚିହ୍ନଟ କରାଯାଇଛି। ତେବେ ଏହା ଭାଇରସ ଅଫ କନସର୍ଣ୍ଣ କି ନୁହେଁ ତାହା ଏବେବି ସ୍ପଷ୍ଟ କରିପାରୁନାହାନ୍ତି ବୈଜ୍ଞାନିକ।

କୋଭିଡ ଚକ୍ରରେ ଏବେଠୁ ଏୱାଇ.୪ ଚିନ୍ତାଜନକ କି ନୁହେଁ କହିବା ତରବରିଆ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଏହା ଡେଲ୍ଟା ଭାରିଏଣ୍ଟ ବଂଶର। ଭାରତୀୟ କୋଭିଡ-୧୯ ଜିନୋମ ସର୍ଭିଲାନ୍ସରେ ଏହା ଏପ୍ରିଲ ମାସରେ ଠାବ ହୋଇଥିଲା। ମହାରାଷ୍ଟ୍ରରେ ହୋଇଥିବା ନମୁନା ପରୀକ୍ଷଣରୁ ଏୱାଇ.୪ର ଉପସ୍ଥିତି ୧ ପ୍ରତିଶତ ଲୋକଙ୍କ ଠାରେ ଦେଖା ଯାଇଥିଲା। ଜୁଲାଇରେ ଏହା ୨ ପ୍ରତିଶତକୁ ବିସ୍ତାରିତ ହୋଇଥିବା ବେଳେ ଅଗଷ୍ଟରେ ୪୪ ପ୍ରତିଶତକୁ ପହଞ୍ଚିଛି।

ଅଗଷ୍ଟମାସରେ ୩୦୮ଟି ନମୁନାର ବିଶ୍ଲେଷଣ ହୋଇଥିଲା। ଏଥିରୁ ୧୧ଟି ଅର୍ଥାତ ୩୬ ପ୍ରତିଶତ ବି.୧.୬୧୭.୨ ଡେଲ୍ଟାଭାରିଏଣ୍ଟ ମିଳିଥିବା ବେଳେ ୧୩୭ଟି ଅର୍ଥାତ ୪୪ ପ୍ରତିଶତ ଏୱାଇ.୪ ଚିହ୍ନଟ ହୋଇଥିଲା। ଯଦି ପୁରା ଭାରତରେ ଏହାକୁ ଦେଖା ଯାଏ ତ ଜୁନରେ ୫ ପ୍ରତିଶତ ଥିବା ଏୱାଇ.୪ ଜୁଲାଇରେ ୮ ଓ ଅଗଷ୍ଟମାସ ବେଳକୁ ୪୫ ପ୍ରତିଶତରେ ପହଞ୍ଚି ସାରିଲାଣି।

ତେବେ ଭାରତୀୟ କୋଭିଡ-୧୯ ଚୂଡାନ୍ତ ସର୍ଭିଲାନ୍ସ ରିପୋର୍ଟରେ ଡେଲ୍ଟା ଓ ଡେଲ୍ଟା ଉପବଂଶ ଏୱାଇ.୪ଏବେ ସାରା ବିଶ୍ୱରେ ଏବେ ଚିନ୍ତାର କାରଣ ପାଲଟିଛି। ରିପୋର୍ଟ ଅନୁସାରେ ନୂଆ ବ୍ୟାପୁଥିବା  ଏୱାଇ.୪ ସାରା ବିଶ୍ୱରେ ଏବେ ଡେଲ୍ଟାର ମୁଖ୍ୟ ଉପବଂଶ ବୋଲି କୁହାଯାଉଛି। ଏହି ଭୂତାଣୁ ସଂକ୍ରମଣର ଲକ୍ଷଣ ଓ ସାଂଘାତିକତା ଉପରେ ଏବେ ନଜର ରଖା ଯାଇଛି।  

   Related Posts