Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଗ୍ରାହକଙ୍କୁ Axis Bank ଦେଉଛନ୍ତି ପିନ୍ଧି ହେଉଥିବା କଣ୍ଟାକ୍ଟଲେସ୍ ପେମେଣ୍ଟ ଡିଭାଇସ୍, ଆଉ ଦରକାର ହେବନି ୱାଲେଟ କି କାର୍ଡ

11/03/2021 at 5:06 PM

ନୂଆଦିଲ୍ଲୀ : ଦେଶରେ ଘରୋଇ କ୍ଷେତ୍ରର ତୃତୀୟ ବୃହତ୍ତ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ତାଙ୍କ ଗ୍ରାହକମାନଙ୍କୁ ପିନ୍ଧିବା ଯୋଗ୍ୟ କଣ୍ଟାକ୍ଟ ଲେସ୍‌ ପେମେଣ୍ଟ ଡିଭାଇସ୍‌ ପ୍ରଦାନ କରୁଛନ୍ତି। ‘ୱେର ଏନ୍‌ ପେ’ ନାମକ ଏହି ଡିଭାଇସ୍‌କୁ ଗ୍ରାହକ ରିଷ୍ଟ ୱାଚ୍‌ର ବ୍ୟାଣ୍ଡ, କି ଚେନ୍‌ ଅଥବା ରିଷ୍ଟବେଣ୍ଡ ଆକାରରେ ପିନ୍ଧିପାରିବେ। ଯେଉଁଥିରୁ ଆବଶ୍ୟ ସ୍ଥଳେ ଦେୟ ପୈଠ କରିପାରିବେ ବୋଲି ବ୍ୟାଙ୍କର କାର୍ଯ୍ୟକାରୀ ଉପାଧ୍ୟକ୍ଷ ଶଞ୍ଜିବ ମୋଘେ କହିଛନ୍ତି।

ଭାରତରେ ପେମେଣ୍ଟ ଇଣ୍ଡଷ୍ଟ୍ରିର ଭବିଷ୍ୟତ କଣ୍ଟାକ୍ଟ ଲେସ୍‌ ପେମେଣ୍ଟ ବୋଲି ମୋଘେ କହିଛନ୍ତି। ଏଣୁ ଏକ୍ସିସ୍ ବ୍ୟାଙ୍କ ଥଲସ୍ ଏଣ୍ଡ ତାପି ଟେକ୍ନୋଲଜି ସହ ମିସି ଏହି ୱେରେବଲ ପେମେଣ୍ଟ ଡିଭାଇସର ପରିକଳ୍ପନା କରିଥିବା ବେଳେ ଗ୍ରାହକଙ୍କୁ ଏପରି ସୁବିଧା ପ୍ରଦାନ କରିବାରେ ଦେଶର ପ୍ରଥମ ବ୍ୟାଙ୍କରେ ପରିଣତ ହୋଇଛନ୍ତି।

ଏହି ଡିଭାଇସ୍‌ ସିଧା ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ସଂଯୁକ୍ତ ରହିବ ଓ ଗ୍ରାହକଙ୍କ ଲାଗି ସାଧାରଣ ଡେବିଟ୍‌ କାର୍ଡ ଭଳି କାମ ଦେବ ବୋଲି ମୋଘେ କହିଛନ୍ତି। ଏହାକୁ ପିନ୍ଧି ଗ୍ରାହକ ସେହି ସବୁ ସ୍ଥାନରେ ସପିଂ କରିପାରିବେ ଯେଉଁଠାରେ କଣ୍ଟାକ୍ଟଲେସ୍‌ ପେମେଣ୍ଟ ସୁବିଧା ଅଛି। ଏବେ ଗ୍ରାହକଙ୍କ ଲାଗି ବାର୍ଷିକ ୭୫୦ ଟଙ୍କା ଶୁଳ୍କରେ ଏହି ଡିଭାଇସ ଉପଲବ୍ଧ ହେବ। ପରେ ପ୍ରତିବର୍ଷ ଡିଭାଇସ ଲାଗି ଗ୍ରାହକଙ୍କୁ ୫୦୦ ଟଙ୍କା ଶୁଳ୍କ ପଡିବ।

ୱେର ଏଣ୍ଡ ପେ ଡିଭାଇସକୁ ଗ୍ରାହକ ଫୋନ ବ୍ୟାଙ୍କିଙ୍ଗ ଅଥବା କୌଣସି ଏକ୍ସିସ ବ୍ୟାଙ୍କ ବ୍ରାଞ୍ଚରୁ କ୍ରୟ କରିପାରିବେ। ଯେଉଁମାନେ ଏକ୍ସିସ ବ୍ୟାଙ୍କର ଗ୍ରାହକ ନୁହନ୍ତି ଏପରି ଡିଭାଇସ ଲାଗି ସେମାନଙ୍କୁ ପ୍ରଥମେ ବ୍ୟାଙ୍କରେ ଖାତା ଖୋଲିବାକୁ ପଡିବ। ଏଥିଲାଗି ଗ୍ରାହକ ଭିଡିଓ କେୱାସି ଅଥବା ନିକଟସ୍ଥ ଏକ୍ସିସ ବ୍ୟାଙ୍କ ବ୍ରାଞ୍ଚକୁ ଯାଇ ମଧ୍ୟ ଖାତା ଖୋଲିପାରିବେ ବୋଲି ମୋଘେ କହିଛନ୍ତି।   

   Related Posts