IPL ଆରମ୍ଭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଶକ୍ତ ଝଟ୍‌କା, କରୋନା ଆକ୍ରାନ୍ତ ହେଲେ ଏହି ଭାରତୀୟ ଷ୍ଟାର ଅଲରାଉଣ୍ଡର

Published By : Prameya-News7 Bureau | April 03, 2021 IST

ନୂଆଦିଲ୍ଲୀ ୦୩/୦୪ : ଆସନ୍ତା ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି IPL  ମହାକୁମ୍ଭ । ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ଆଇପିଏଲର ଅନ୍ୟତମ ଫ୍ରାଞ୍ଚାଇଜ୍‌ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ଶକ୍ତ ଝଟ୍‌କା । ଦଳର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତେବେ ସେ କିଛି ଦିନ ପାଇଁ ହୋମ୍‌ ଆଇସୋଲେସନରେ ରହିବେ । ଆଇପିଏଲ ଆରମ୍ଭର କିଛି ମ୍ୟାଚରୁ ଅକ୍ଷର ପଟେଲ ଟିମ ବାହାରେ ରହିପାରନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ତାର ପ୍ରଥମ ମ୍ୟାଚ ଏପ୍ରିଲ ୧୦ ତାରିଖରେ ଚେନ୍ନାଇ ସୁପର କିଙ୍ଗସ୍‌ ବିପକ୍ଷରେ ଖେଳିବାକୁ ଯାଉଛି । ପୂର୍ବରୁ ଅଧିନାୟକ ଶ୍ରେୟସ ଆୟର ଆହତ ସମସ୍ୟା ଯୋଗୁଁ ଆଇପିଏଲରୁ ବାଦ ପଡିଛନ୍ତି । ଏପ୍ରିଲ ୮ ତାରିଖରେ ତାଙ୍କର ସର୍ଜରୀ ହେବା ନେଇ ସୂଚନା ମିଳିଛି । ତାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଦଳର ଅଧିନାୟକ ଭାର ଦିଆଯାଇଛି ।

wp:embed {"url":"https://twitter.com/ani_digital/status/1378263936940695554","type":"rich","providerNameSlug":"twitter","responsive":true,"className":""}
https://twitter.com/ani_digital/status/1378263936940695554
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.