ହୋଇପାରେ କୁଶଳୀ କର୍ମଚାରୀଙ୍କ ସଙ୍କଟ, ଏବେ ଦେଶରେ ଯେତିକି ଅଛନ୍ତି ୨୦୨୫ରେ ତାର ୯ ଗୁଣା କୁଶଳୀଙ୍କ ଆବଶ୍ୟକ ପଡିବ

Published By : Prameya-News7 Bureau | February 26, 2021 IST

ନୂଆଦିଲ୍ଲୀ, ୨୬/୦୨ :   ଦେଶରେ ଦିନକୁ ଦିନ ଡିଜିଟାଲ କ୍ଷେତ୍ରର ଚାହିଦା ବୃଦ୍ଧି ପାଉଛି । ଡିଜିଟାଲ ସ୍କିଲର ଚାହିଦା ଆଗାମୀ ଦିନରେ ଆହୁରି ବଢିବ । ଏନେଇ ଆମାଜନ ଓ୍ୱେବ୍ ରିପୋର୍ଟର ଏକ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟରେ ଏବେ ଡିଜିଟାଲ କ୍ଷେତ୍ରରେ ଦକ୍ଷ ଥିବା କେବେ ପରିମାଣର କର୍ମଚାରୀ ଅଛନ୍ତି ତାହା ପ୍ରକାଶ ପାଇ ନାହିଁ । ତେବେ ମୋଟ୍ କର୍ମଚାରୀଙ୍କ ମଧ୍ୟରୁ ଏହି ସଂଖ୍ୟା ମାତ୍ର ୧୨ ପ୍ରତିଶତ ବୋଲି ରିପୋର୍ଟରେ କୁହାଯାଇଛି ।

ଏଡବ୍ଲ୍ୟୁଏସ ରିପୋର୍ଟ ଅନୁସାରେ, ଅନେକ କମ୍ପାନୀ ଡିଜିଟାଲ କ୍ଷେତ୍ରରେ ଦକ୍ଷ କର୍ମଚାରୀ ପାଉ ନାହାଁନ୍ତି । ଫଳରେ କମ୍ପାନୀମାନେ ଅନେକ ଅସୁବିଧାର ସାମ୍ନା କରୁଛନ୍ତି । ଡିଜିଟାଲ କ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜ ରହିଛି । ତେବ ସର୍ଭେରେ ସାମିଲ ୫୦ ପ୍ରତିଶତରୁ ଅଧିକ ବ୍ୟକ୍ତି ଶିକ୍ଷା କ୍ଷେତ୍ରରେ ଡିଜିଟାଲ ସ୍କିଲ ଫିକା ପଡିଥିବା କହିଛନ୍ତି । ଦେଶରେ କାମ କରୁଥିବା କର୍ମଚାରୀମାନେ ୨୦୨୫ସୁଦ୍ଧା ୭ଟି ନୂଆ ଡିଜିଟାଲ ସ୍କିଲ୍ ଶିଖିବା ଦରକାର । ସେହିପରି ଭାବେ ୨୦୨୦ରୁ ୨୦୨୫ ମଧ୍ୟରେ ପ୍ରାୟ ୩ କୋଟି ୯୦ ଲକ୍ଷ କର୍ମଚାରୀଙ୍କୁ ସ୍ୱତନ୍ତ୍ର ତାଲିମ ଦେବା ଆବଶ୍ୟକ । ବର୍ତ୍ତମାନ ତୁଳନାରେ ୨୦୨୫ସୁଦ୍ଧା ଦେଶରେ ୯ ଗୁଣ ଅଧିକ ଡିଜିଟାଲ କର୍ମଚାରୀଙ୍କ ଆବଶ୍ୟକତା ରହିଛି ।

ଏହି ସର୍ଭେରେ ୫୦୦ ଡିଜିଟାଲ କର୍ମଚାରୀଙ୍କୁ ସାମିଲ କରାଯାଇଥିଲା । ଏସିଆର ୬ଟି ପ୍ରାନ୍ତରେ ଏହି ସର୍ଭେ କରାଯାଇଥିଲା । ଅଷ୍ଚ୍ରେଲିଆ, ଇଣ୍ଡୋନେସିଆ, ଜାପାନ, ସିଙ୍ଗାପୁର ଓ ଦକ୍ଷିଣ କୋରିଆର କର୍ମଚାରୀଙ୍କୁ ଏଥିରେ ସାମିଲ କରାଯାଇଥିଲା । ସର୍ଭେରେ ସ୍ପଷ୍ଟ ହୋଇଚି ଯେ, କୌଣସି କମ୍ପାନୀରେ ଡିଜିଟାଲ କ୍ଷେତ୍ର କେତେ ମାତ୍ରାରେ ଗୁରୁତ୍ୱପୂର୍ଣ୍ଣ । ପ୍ରଯୁକ୍ତିବିଦ୍ୟା ତଥା ଅଣପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ସଂସ୍ଥାରେ ମଧ୍ୟ ଡିଜିଟାଲ କର୍ମଚାରୀଙ୍କ ଆବଶ୍ୟକତା ରହିଛି । ଏନେଇ କହିଛନ୍ତି ଏଡବ୍ଲ୍ୟୁଏସ ଭାରତ ଓ ଦକ୍ଷିଣ ଆଫ୍ରିକାର ଏଆଇଏସପିଏଲ ରାହୁଲ ଶର୍ମା ।

ସେ କହିଛନ୍ତି ଯେ, ବିଭିନ୍ନ କାମ ପାଇଁ ଏବେ ଅନେକ ପ୍ରକାରର ସଫ୍ଟଓଓ୍ୱାର ବ୍ୟବହୃତ ହେଉଛି । ଡିଜିଟାଲ ସିକ୍ୟୁରିଟି ତଥା ସାଇବର୍ ଫରେନସିକ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଇଣ୍ଟରନେଟର ଚାହିଦା ମଧ୍ୟ ବଢିଛି । ରିମୋର୍ଟ ଲର୍ଣ୍ଣିଂର ବ୍ୟବସ୍ଥା ହୋଇଛି । ତେବେ କିପରି ଛାତ୍ରଛାତ୍ରୀ, ଶିକ୍ଷକମାନଙ୍କୁ ସାଇବର୍ ଆଟାକରୁ ରକ୍ଷା କରାଯାଇପାରିବ ସେନେଇ ମଧ୍ୟ ନଜର ଦେବା ଆବଶ୍ୟକ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.