ଗାଁ ମୁଖିଆ ଗଧ ଉପରେ ଓଲଟା ବସିଲେ, ମଶାଣିରେ ମାରିଲେ ୨୧ ଘେରା: ବର୍ଷା ପାଇଁ ଅଜବ ପରମ୍ପରାର ଗାଁ...

Published By : Prameya-News7 Bureau | July 20, 2020 IST

ରତଲାମ ୨୦।୦୭: ଶ୍ରାବଣ ମାସ ସରିବାକୁ ବସିଛି ତଥାପି ମଧ୍ୟ ପ୍ରଦେଶରେ ଭୀଷଣ ଗରମ ଅନୁଭୂତ ହେଉଛି। ଏହା ମଧ୍ୟରେ ରାଜ୍ୟବାସୀ ବର୍ଷାକୁ ଚାତକ ଭଳି ଚାହିଁ ରହିଛନ୍ତି। ହେଲେ ଆକାଶରେ ଭାସୁଥିବା ବାଦଲ ବର୍ଷିବାର ନାଁ ନେଉ ନାହିଁ। ବର୍ତ୍ତମାନ କୃଷକଙ୍କୁ ଚାଷ କାର୍ଯ୍ୟ ପାଇଁ ଭଲ ବର୍ଷା ଦରକାର। ଏମିତିରେ ବର୍ଷା ନହେଲେ ଭାରତରେ ଏମିତି ଅନେକ ପରମ୍ପରା ଓ ମାନ୍ୟତା ରହିଛି, ଯାହାକୁ ଶତାବ୍ଦୀ ଧରି ଲୋକେ ମାନି ଆସିଛନ୍ତି ଏବଂ ଆଜି ମଧ୍ୟ ଏହାକୁ ବିଶ୍ଵାସ କରୁଛନ୍ତି। ହେଲେ ରତଲାମ ଜିଲ୍ଲାର ଦାନ୍ତୋଡିଆ ଗ୍ରାମରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି।

{"id":303229,"sizeSlug":"large"}

ଗାଁ ଲୋକ ପଟେଲକୁ ଗଧରେ ଓଲଟା ବସାଇ ପୂରା ଗାଁ ବୁଲାଇଛନ୍ତି ଏବଂ ଶ୍ମଶାନ ଘାଟରେ ୨୧ ଚକ୍କର ଲଗାଇଛନ୍ତି। ଗାଁର ପଟେଲ ବା ମୁଖିଆଙ୍କୁ ଗଧରେ ବସାଇବା ଦେଖି ଦେଖଣାହାରୀ ଆଶ୍ଚର୍ଯ୍ୟଚକିତ ହୋଇ ପଡିଛନ୍ତି। ତାଙ୍କୁ ଦେଖିବା ପାଇଁ ଗାଁରେ ଲୋକଙ୍କ ଖୁବ୍ ଭିଡ ଜମିଛି। ଏହି ଅଭିନବ କାର୍ଯ୍ୟକୁ ନେଇ ଗାଁର ଚାଷୀ ସୁରେଶ ପାଟିଦାର ଓ ହୀରାଲାଲ ପାଟିଦାର କହିଛନ୍ତି ଫସଲ ବୁଣା ହୋଇ ସାରିଛି ମାତ୍ର ବର୍ଷା ନହେବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏଥିପାଇଁ ଏହି ପରି ପନ୍ଥା ଆପଣା ଯାଇଛି। ଗାଁର ମୁଖିଆ ଶାନ୍ତିଲାଲ ପାଟିଦାରଙ୍କୁ ଗଧରେ ବସାଇ ଢୋଲ ବାଜା ସହିତ ପୂରା ଗାଁରେ ବୁଲାଯାଇଛି।

{"id":303230,"width":585,"height":534,"sizeSlug":"large"}

ଉଲ୍ଲେଖନୀୟ ଦେଶର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ମାନ୍ୟତା ରହିଛି। କେଉଁଠି ବର୍ଷା ପାଇଁ ଇନ୍ଦ୍ର ଦେବତାଙ୍କ ପୂରା କରାଯାଏ ତ କେଉଁଠି ବେଙ୍ଗ ବେଙ୍ଗୁଲିଙ୍କ ପୂଜା କରାଯାଏ। ଗାଁ ଗହଳିରେ ନାମ ଯଜ୍ଞ କରାଯାଇ ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.