“ଆବାସ ଯୋଜନା”କୁ ନେଇ ଶାସକ-ବିରୋଧୀ ଟଣାଓଟରା, ଯୋଜନାକୁ କିଏ କରିଛି ହଡ଼ପ ? ଚାଲିଛି ବୟାନବାଜି…

Published By : Prameya-News7 Bureau | December 23, 2020 IST

ଭୁବନେଶ୍ୱର ୨୩।୧୨ : ରାଜ୍ୟରେ ଆବାସ ଯୋଜନାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଶାସକ ବିଜେଡି ଓ ବିରୋଧୀ ବିଜେପି ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବା ବେଳେ କଂଗ୍ରେସ ମଧ୍ୟ ଉଭୟଙ୍କୁ ଟାର୍ଗେଟ୍ କରିଛି । ଦୁଇ ଦଳ କଳି ଝଗଡା ନକରି, କିପରି ଲୋକ ଏହି ଯୋଜନରା ଲାଭ ପାଇବେ, ସେ ଦିଗରେ କାମ କଲେ ଭଲ ହେବ ବୋଲି କଂଗ୍ରେସ କହିଛି ।

ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଣରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲା ବିଜେପି । ସରକାର କହିଥିଲେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ଗୃହ ଯୋଜନାରେ ୨୭ ଲକ୍ଷ ଘର ଯୋଗାଇ ଦିଆଯିବା । ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇଦିଯାଇଥିଲା । କିନ୍ତୁ ପ୍ରକୃତ ହିତାଧିକାରୀ ବଞ୍ଚିତ ହୋଇଥିବା ବିଜେପି କହିଛି । ୫ ରୁ ୭ ଲକ୍ଷ ଅଯୋଗ୍ୟଙ୍କୁ ତାଲିକା ଭୁକ୍ତ କରାଯାଇଥିବା ଜଣାପଡିଥିଲା । ଏହାକୁ ନେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଥିଲୁ। ପୁନର୍ବାର ଆବେଦନ କରିବାକୁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କଲେ, ହେଲେ ୧୦ ମାସ ଭିତରେ ଆବେଦନ ପତ୍ର ବାକ୍ସରୁ ବାହାରକୁ ବାହାରିନଥିବା ବିଜେପି ଅଭିଯୋଗ କରିଛି । ତିନି ବର୍ଷର ତଥ୍ୟ ବିଜେପି ରଖିଛି । ଯୋଜନା ଚୋରି ବନ୍ଦ ନହେଲେ ୨୮ ତାରିଖରେ ସମସ୍ତ ବ୍ଲକ ଅଫିସ ଆଗରେ ଧାରଣା ଦେବ ବୋଲି ବିଜେପି କହିଛି ।

ବିଜେପିର ଅଭିଯୋଗର ବିଜେଡି ଜବାବ ରଖିଛି । ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ, ଯୋଜନା ହଡ଼ପ ବିଜେପି କରିଛି । ଇନ୍ଦିରା ଆବାସ ଯୋଜନାକୁ ହଡ଼ପ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରାଯାଇଛି । ସେତେବେଳେ ଶତ ପ୍ରତିଶତ ଅର୍ଥ କେନ୍ଦ୍ର ଦେଉଥିବା ବେଳେ ୬୦ ପ୍ରତିଶତ ଦେଉଛି ବୋଲି ପ୍ରତାପ ଦେବ କହିଛନ୍ତି ।

ସେପଟେ କଂଗ୍ରେସ ମଧ୍ୟ ଆବାସ ଯୋଜନା ନେଇ ପ୍ରତିକ୍ରିୟା ରଖିଛି । ଦଳ କହିଛି ଯେ, ଆବାସ ଯୋଜାନା ବିଜେପି କି ବିଜେଡି କରିନି । କଂଗ୍ରେସ ସରକାର ସମୟରେ ଇନ୍ଦିରା ଆବାସ ଯୋଜନା ଆସିଥିଲା । ଯାହାଦ୍ୱାରା ସାଧାରାଣ ଲୋକ ଘର ପାଇବେ ବୋଲି ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ବିଜେପି ଆସିବା ପରେ ଇନ୍ଦିରା ଆବାସ ଯୋଜନାର ନାମ ପରିବର୍ତ୍ତିନ କରାଯାଇଥିଲା । ଯାହାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାମରେ ନାମିତ କରାଯାଇଛି । ତେଣୁ ଉଭୟ ଦଳ କଳି ଝଗଡ଼ା ନକରି , ସାଧାରଣ ଲୋକେ କିପରି ଘର ପାଇବେ, ସେଦିଗରେ କାର୍ଯ୍ୟ କଲେ ଭଲହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.