ବିଧାନ ସଭାରେ ଘର କଳି - ଆବାସ ଯୋଜନାରେ କାହାର ଭାଗ କେତେ, ଏ ସବୁକୁ ନେଇ ଜୋରଦାର କଥା କଟାକଟି

Published By : Prameya-News7 Bureau | February 17, 2020 IST

 ଭୁବନେଶ୍ୱର ୧୭।୦୨ - ବିଧାନସଭାରେ ଆବାସ କଳି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିଏ କେତେ ଅର୍ଥଭାଗ ଦେଉଛି କାହାର ଫଟୋ ଲାଗୁଛି ଏସବୁକୁ ନେଇ ଆଜି ବିଧାନସଭାରେ ଜୋରଦାର ହୋଇଛି କଥାକଟାକଟି। ବିଜେପି ଯୁକ୍ତି ବାଢିଛି ଯଦି ଆବାସ ଲାଗି କେନ୍ଦ୍ର୬୦ ଭାଗ ଓ ରାଜ୍ୟ ୪୦ ଭାଗ ଅର୍ଥ ଦେଉଛନ୍ତି ତେବେ ସେଥିରେ କାହିଁକି କେବଳ ବିଜୁଙ୍କ ଫଳକ ଲାଗିବ ଏବଂ ପ୍ରଧାନମନ୍ତ୍ରୀଙ୍କ ଫଟୋ କାହିଁକି ରହିବ ନାହିଁ । ବିଜେଡି ପାଲଟା ଯୁକ୍ତି ବାଢି୍ଛି ରାଜ୍ୟ ଅନୁଦାନ ବିନା ଆବାସ ଯୋଜନା ସଫଳ ହେଉ ନଥିବାରୁ କାହିଁକି ବିଜୁଙ୍କ ଫଳକ ଲାଗିବନି ।

ବିଧାନସଭାରେ ଘର କଳି । ଆବାସ ଯୋଜନାରେ କାହାର ଭାଗ କେତେ । କେନ୍ଦ୍ର ଓ ରାଜ୍ୟ ଅନୁଦାନରେ ଯଦି ହିତାଧିକାରୀ ଘର କରୁଛନ୍ତି ସେଥିରେ କାହିଁକି ଲାଗିବ ବିଜୁ ଫଳକ । ବିଧାନସଭାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଏମିତି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା । ଏହି ଯୋଜନାରେ କେନ୍ଦ୍ର ସରକାର ୬୦ପ୍ରତିଶତ ଅର୍ଥ ଦେଉଥିବା ବେଳେ ରାଜ୍ୟ ଦେଉଛି ୪୦ପ୍ରତିଶତ । ହେଲେ ସେଥିରେ କାହିଁକି ଖାଲି ବିଜୁଙ୍କ ଫଟୋ ରଖୁଛନ୍ତି ସରକାର । ହିତାଧିକାରୀଙ୍କ ଘରେ ଲାଗୁଥିବା ଫଳକରେ ବିଜୁଙ୍କ ସହ ବିଜୁପ୍ରଧାନମନ୍ତ୍ରୀଙ୍କ ଫଟୋ ବି ରହୁ, କାହାର କେତେ ଅନୁଦାନ ବି ଲେଖାଯାଉ ବୋଲି ଶୂନ୍ୟ କାଳରେ ବିରୋଧୀ ଦଳ ନେତା ଦାବି କରିଛନ୍ତି। କେବଳ ଏତିକି ନୁହେଁ ଟଙ୍କିକିଆ ଚାଉଳ ଏବଂ ଅନ୍ୟ କେନ୍ଦ୍ରୀୟ ଯୋଜନାରେ ବି ସମାନ ବ୍ୟବସ୍ଥା ହେଉ ବୋଲି ବିରୋଧୀ ଦଳ ନେତା ଯୁକ୍ତି ବାଢିଛନ୍ତି । ଯଦି କେନ୍ଦ୍ର ଓ ରାଜ୍ୟ ମିଶିକି ଦେଉଛନ୍ତି, ତାହାର ଅନୁପାତ ଫଳକରେ ଲେଖାଯାଉ। କଂଗ୍ରେସ ଅମଳରେ 50 ଲକ୍ଷରୁ ଅଧିକ ଘର ମିଳିନି। 2022 ସୁଦ୍ଧା କେମିତି ସମସ୍ତଙ୍କୁ ଘର ମିଳିବ, ସେ ଦିଗରେ ରାଜ୍ୟ ସରକାର ରାସ୍ତା କାଢ଼ନ୍ତୁ ବୋଲି ବିରୋଧୀ ଦଳ ନେତା କହିଛନ୍ତି ।

 ଗୃହରେ ବିରୋଧୀ ଦଳ ନେତାଙ୍କ ଯୁକ୍ତି ଶୁଣି କଂଗ୍ରେସ ଚିହିଁକି ଉଠିଥିଲା ।  ପାଲଟା ପ୍ରଶ୍ନ କରିଛି କଂଗ୍ରେସ।  କେନ୍ଦ୍ରରେ କଂଗ୍ରେସ ସରକାର ସମୟରେ କେନ୍ଦ୍ରୀୟ ଅନୁପାତ ୯୦ ପ୍ରତିଶତ ଓ ରାଜ୍ୟର ଭାଗ ୧୦ ପ୍ରତିଶତ ରହୁଥିଲା । ବିଜେପି ସରକାର ଆସିବା ପରେ ଭାଗ ୬୦-୪୦ କୁ କମିଛି । କେବିକେ ଅଂଚଳର ବିଭିନ୍ନ ସ୍କିମକୁ ବନ୍ଦ କରିଦିଆଯାଇଛି। ବିଭିନ୍ନ ଯୋଜନାର ନାମକୁ ପରିବର୍ତନ କରାଯାଇ ଯୋଜନା ଲାଗୁ କରାଯାଇଛି। ସେପଟେ ଶାସକ ବିଜେଡି ବି ବିଜେପିର ଏମିତି ପ୍ରସ୍ତାବକୁ ନେଇ କାଉଣ୍ଟର ଜବାବ ଛାଡିଛି । ପୂର୍ବରୁ ଆବାସ ଯୋଜନାରେ ରାଜ୍ୟକୁ ମିଳୁଥିବା କେନ୍ଦ୍ରୀୟ ଅନୁଦାନ ଶତ ପ୍ରତିଶରୁ କମି୬୦ ପ୍ରତିଶତକୁ ଆସିଛି । ଆବାସ ଲାଗି ରାଜ୍ୟ ସରକାରଙ୍କୁ ୪୦ ପ୍ରତିଶତ ଦେବାକୁ ପଡୁଛି। ୩ବର୍ଷରେ ଓଡ଼ିଶା ପାଇଁ ଯେଉଁ ୧୨ ହଜାର କୋଟି ଖର୍ଚ୍ଚ ହୋଇଛି, ସେଥିରୁ ରାଜ୍ୟ ନିଜେ 6 ହଜାର କୋଟି ଖର୍ଚ୍ଚ କରିଛି। ଆର୍ଥିକ ବୋଝ ବଢିବାରୁ ବିଜୁ ପକା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଶ୍ରଣ କଲୁ । ବିଜୁ ବାବୁଙ୍କ ନାଁରେ ହୋଇଥିଲା ଯୋଜନା। ତାଙ୍କ ନାଁ କାହିଁକି ରହିବନି ବୋଲି ବିଜେଡି ପ୍ରଶ୍ନ କରିଛି ।

ଆବାସ ଯୋଜନାକୁ ନେଇ ବେଶ କିଛି ଦିନ ହେଲା ରାଜ୍ୟ ରାଜନୀତି ଯୋର ଧରିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ହଡପ କରି ନିଜ ଯୋଜନା କରିବାକୁ ଚାହୁଁଛନ୍ତି ବୋଲି ବିଜେପି ସାଂସଦ ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀଙ୍କ ପାଖରେ ଫେରାଦ ହୋଇ ସାରିଛନ୍ତି । ଖାଲି ସେତିକି ନୁହେଁ ହିତାଧିକାରୀଙ୍କ ଚାଉଳକୁ ନେଇ ମଧ୍ୟ ଏମିତି ନାଁ ଭାଗବଣ୍ଟା କରିବାକୁ ରାଜନୀତି ଜୋର ଧରିଲାଣି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.