ଆବାସ ଯୋଜନାରେ ଗୃହ ନିର୍ମାଣ ନ କରି ଖାଇଗଲେ ଟଙ୍କା ; ଠିକାଦାରଙ୍କ ନାମରେ ଏତଲା ଦେଲେ ହିତାଧିକାରୀ

Published By : Prameya-News7 Bureau | January 10, 2019 IST

ଉମରକୋଟ ୧୦|୧: ପକ୍କା ଘରର ସପ୍ନ ଦେଖୁଥିବା ଗରିବ ଲୋକର ଆଶାର ଆଲୋକ ହେଉଛି ସରକାରଙ୍କ ଆବାସ ଯୋଜନା। ହେଲେ ଏହି ଗରିବ ଦୁଃଖୀ ଦିନ ମଜୁରିଆଙ୍କ ଘର ନିର୍ମାଣ ନ କରି ଠିକାଦାର ଟଙ୍କା ହଡ଼ପ କରୁଥିବା ଘଟଣା ସାମନାକୁ ଆସିଛି ।

{"id":72461}

ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ କୁର୍ସୀ ପଞ୍ଚାୟତ ଯୁନପାନି ଗ୍ରାମର ଚାରି ଜଣ ହିତଧିକାରୀ ଉମରକୋଟ ଥାନାରେ ଏଭଳି ଅଭିଯୋଗ କରିଛନ୍ତି । ଯୁନାପାନି ଗ୍ରାମର ହିତାଧିକାରୀ ମାନେ ଆବାସ ଯୋଜନାର କାର୍ଯ୍ୟାଦେଶ ପାଇବା ପରେ ଠିକାଦାର ଗୃହ ନିର୍ମାଣର ପ୍ରତିଶ୍ରୁତି ଦେଇ କାର୍ଯ୍ୟ ଆରମ୍ଭ କଲେ । କିନ୍ତୁ ଦୀର୍ଘ ଦିନ ହେଲା ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଘର ପଡିଛି । ହିତାଧିକାରୀ ମାନେ ଗୃହ ନିର୍ମାଣ ଶେଷ କରିବାକୁ ଅନୁରୋଧ କଲେ ଧମକ ଚମକ୍ ଦେଉଛନ୍ତି ଠିକାଦାର। ଠିକାଦାର ବ୍ଲକ୍ ଅଧିକାରୀଙ୍କୁ ହାତ କରି କାମ ଗୁଡ଼ିକୁ ହାତେଇ ନିଅନ୍ତି ହେଲେ ବଳି ପଡନ୍ତି ଗରିବ ଦିନ ମଜୁରିଆ।

{"id":72462}

କୁର୍ସୀ ପଞ୍ଚାୟତରେ ଦେଖିବାକୁ ମିଳିଛି ଆବାସ ଯୋଜନାର ଦୁର୍ନିତୀ  । ଠିକାଦାର ସଞ୍ଜୀବ ସୁବୁଧି ସେହି ପଞ୍ଚାୟତରେ ବହୁତ ଲୋକଙ୍କ ଆବାସ ଯୋଜନା  ଟଙ୍କା ହଡ଼ପ କରି ଆଉ ଘର କରୁନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ଲୋକମାନେ ତାକୁ କହିଲେ ଓଲଟା ଗାଳି ଗୁଲଜ ଦେଉଥିବା ଅଭିଯୋଗ କରିଛନ୍ତି । ଦୀର୍ଘ ଦୁଇ ବର୍ଷ ହେଲା କାମ ଶେଷ ହୋଇପାରୁନି । ବାଧ୍ୟ ହୋଇ ଉମରକୋଟ ଥାନାରେ ଏତଲା ଦେଇଛନ୍ତି ହିତାଧିକାରୀ ।

{"id":72463}

ପୂର୍ବରୁ ଉମରକୋଟ ବିଡିଓ ପାଇଖାନା କାମର ବିଲ୍ କରିବାକୁ ନେଇ ଧମକ ଓ ଦୁର୍ବ୍ୟବହାର ଦେଇଥିବା ଅଭିଯୋଗକୁ ନେଇ ଗତ ୨/୧/୨୦୧୯ ରେ ସଂପୃକ୍ତ ଠିକାଦାରଙ୍କ ନାଁରେ ଏକ ମାମଲା ରୁଜୁ ହୋଇଥିଲା । ଉମରକୋଟ ପୋଲିସ କେସ୍ କରି ଜେଲକୁ ପଠାଇଦେଇଥିଲେ । ପୁଣି ଯୁବ ଠିକାଦାର ସଞ୍ଜୀବ ସୁବୁଧି ନାଁରେ ଅଭିଯୋଗ ଆସିଛି । ଉମରକୋଟ ପୋଲିସ ପୁଣି ଏକ ମାମଲା ରୁଜୁ କରି ଅଭିଯୋଗର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.