Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ପୋଲିସର ସଡକ ସୁରକ୍ଷା ଅଭିଯାନ: ଅମାନିଆଙ୍କୁ ଚକଲେଟ ଓ ଫୁଲ ଦେଇ ସଚେତନତା, ପରେ ଫାଇନ୍‌ ଆଦାୟ

24/01/2021 at 11:43 AM

ଭଦ୍ରକ ୨୪।୦୧: ପୋଲିସର ସଡ଼କ ସୁରକ୍ଷା ଅଭିଯାନ । ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି । ସଡ଼କ ସୁରକ୍ଷା ମାସ ଅବସରରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।

ସଡକ ସୁରକ୍ଷା ସପ୍ତାହ ଅବସରରେ ଭଦ୍ରକ ଜିଲ୍ଲା ପୋଲିସ ସମେତ ବିଭିନ୍ନ ସଂଗଠନ ମଧ୍ୟ ସଚେତନ କରୁଛନ୍ତି । ଭଦ୍ରକ ଜିଲ୍ଲା  ଧୁଷୁରୀ ଓ ବେତାଳିଗାଁ ବଜାରରେ ସଡ଼କ ସୁରକ୍ଷା ଅଭିଯାନ ଆୟୋଜିତ ହୋଇଛି । ଧୁଷୁରୀ ପୋଲିସ , ଭଦ୍ରକ ପରିବହନ ବିଭାଗ ଓ ଧୁଷୁରୀ ଆଞ୍ଚଳିକ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଦୁଇ ଚକିଆ ଗାଡି ଚାଳକ ଓ ପଛରେ ବସିଥିବା ଲୋକ ହେଲମେଟ ପିନ୍ଧିବାକୁ କୁହାଯାଇଛି । ଏପିରକି ଚାରି ଚକିଆ ଯାନ ଚାଳକ ସମେତ ବସିଥିବା ଲୋକ ବେଲ୍ଟ ପିନ୍ଧିବାକୁ ଅନୁରୋଧ କରାଯାଉଛି । ଏହି ଅବସରରେ ଅମାନିଆଙ୍କୁ ଗୋଲାପ ଫୁଲ ଏବଂ ଚକଲେଟ ଦେଇ  ସଚେତନତା କରାଯାଇଥିଲା ।

   Related Posts