କଟକ ସହରକୁ ପଲିଥିନ୍‌ ମୁକ୍ତ କରିବାଲାଗି ସିଏମସି ତରଫରୁ ଆରମ୍ଭ ହୋଇଛି ସଚେତନତା ଶୋଭାଯାତ୍ରା

Published By : Prameya-News7 Bureau | October 01, 2018 IST

କଟକ ୧/୧୦ : ଆସନ୍ତା କାଲିଠାରୁ ସାରାରାଜ୍ୟରେ ପ୍ଲାଷ୍ଟିକ ଏବେ ପ୍ଲାଷ୍ଟକ ଜାତ ସାମଗଦ୍ରୀ ଉପରେ ଲାଗିବ ପ୍ରତିବନ୍ଧକ | କିନ୍ତୁ ସରକାରୀ ସ୍ତରରେ ହୋଇସାରିଥିବା ଏହି ନିଷ୍ପତ୍ତି କେଉଁ ଢଙ୍ଗରେ କାର୍ଯ୍ୟକାରି ହେବ , ତାହା ଯେମିତି ଏକ ବିରାଟବଡ ପ୍ରଶ୍ନବାଚୀ | କାରଣ ଏଦିଗରେ ସରକାରୀ କଳ ଯେତିକି ଶ୍ରମ ଉଠାଇବା କଥା ତାହା ଏଯାଏ ହୋଇନାହିଁ | ପ୍ଲାଷ୍ଟିକ କିମ୍ବା ପ୍ଲାଷ୍ଟିକ ଜାତ ଦ୍ରବ୍ୟଠାରୁ ସାଧାରଣ ଲୋକଙ୍କ ମୋହ ତୁଟାଇବାଲାଗି କଟକ ମହାନଗର ନିଗମ ଯେତିକି ଦାୟିତ୍ବ ବହନ କରିବାକଥା , ତାହା ମଧ୍ୟ ଦେଖିବାକୁ ମିଳୁନାହିଁ | କେବଳ ସଚେତନତାର ବାର୍ତ୍ତା ବାଣ୍ଟି,ସି ଏମ୍ ସି କର୍ତ୍ତୃପକ୍ଷ ନିଜର କାମ ତୁଲାଇ ଦେଇଥିବା ଭଳି ମନେ ହେଉଛି | ସେପଟେ କିନ୍ତୁ କଟକର ବ୍ୟବସାୟୀ ମହଲରେ ଜଥେଷ୍ଟ ମାତ୍ରାରେ ସଚେତନତା ବୃଦ୍ଧି ପାଇଛି | ହୋଲସେଲର ହୁଅନ୍ତୁ ଅବା ରିଟେଲର ସମସ୍ତେ ଯେମିତି ଆଗକୁ ପଲିଥିନ୍‌ର ବିକଳ୍ପ ସାମଗ୍ରୀ ବଜାରକୁ ଛାଡିବା ଲାଗି ନିଷ୍ପତ୍ତି ନେଇ ସାରିଲେଣି | କଟକ ସହରକୁ ପଲିଥିନ୍‌ ମୁକ୍ତ କରିବାଲାଗି ସି ଏମ୍ ସି ତରଫରୁ ଆରମ୍ଭ ହୋଇଛି ସଚେତନତା ଶୋଭାଯାତ୍ରା | ଯାହାର ନେତୃତ୍ବ ନେଇଛନ୍ତି କଟକ ମେୟର | ଯେହେତୁ ଆସନ୍ତା କାଲିଠାରୁ ରାଜ୍ୟ ତମାମ ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧ ଲାଗିବ , ତେଣୁ କଟକିଆ ମାନେ ପ୍ଲାଷ୍ଟକ ବର୍ଜନ କରନ୍ତୁ ବୋଲି ଏଭଳି କାର୍ଯ୍ୟକ୍ରମ ଜରିଆରେ ବାର୍ତ୍ତା ବାଣ୍ଟୁଚନ୍ତି ସି ଏମ୍ ସି କର୍ତ୍ତୃପକ୍ଷ | କିନ୍ତୁ ପ୍ରଶ୍ନ ହେଉଛି , ପଲିଥିନ ସହ ଦୀର୍ଘ ବର୍ଷ ଧରି ଯୋଡି ହୋଇରହିଥିବା ରାଜ୍ୟବାସୀ ମାନେ କଣ ଏତେଶୀଘ୍ର ଏହାକୁ ଛାଡି ପାରିବେ ? ପଲିଥିନ୍‌ ମୁକ୍ତ କଟକ ପାଇଁ ସି ଏମ୍ ସି କର୍ତ୍ତୃପକ୍ଷ କଣ କରୁଛନ୍ତି ତାହାତ ଦେଖିଲେ, ଏବେ ଜାଣିବା ପଲିଥିନ୍ ବ୍ୟବସାୟୀଙ୍କର ଦାୟିତ୍ବବୋଧତାର କଥା | ଯେହେତୁ ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧ ଲଗାଇବାଲାଗି ସରକାରୀ ସ୍ତରରେ ନିଷ୍ପତ୍ତି ହୋଇସାରିଛି , ତେଣୁ ଗୋଦାମଘରେ ପଡିରହିଥିବା କୁଢ କୁଢ ପଲିଥିନ୍‌କୁ କେମିତି ଆଜି ସୁଦ୍ଧା ବିକ୍ରୀ କରାଯାଇ ପାରିବ , ସେଥିଲାଗି ବ୍ୟବସାୟୀ ମହଲରେ ବ୍ୟଗ୍ରତା ଦେଖିବାକୁ ମିଳୁଛି | କିନ୍ତୁ ପଲିଥିନ୍ କିମ୍ବା ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧ ଲାଗିବା ନେଇ ପ୍ରଶାସନ ତରଫରୁ ବ୍ୟବସାୟୀ ମାନଙ୍କୁ ଏପର୍ଯ୍ୟନ୍ତ କୌଣଷି ପ୍ରକାରର ସୂଚନା ଦିଆଯାଇନାହିଁ | ତା ସତ୍ବେ ବି ଅନେକ ବ୍ୟବସାୟୀ ନିଜଆଡୁ କିଛିଟା ପଦକ୍ଷେପ ନେଇସାରିଛନ୍ତି | ଗତକିଛି ବର୍ଷ ହେବ କଟକର ଏୈତିହାସିକ ବାଲିଯାତ୍ରାରେ ପଲିଥିନକୁ ସମ୍ପୁର୍ଣ୍ଣ ରୂପେ ନିଷିଦ୍ଧ କରାଯାଇଛି .ଚଳିତ ବର୍ଷ ଦଶହରା ପର୍ବରେ ମଧ୍ୟ କୌଣଷି ପୁଜା ମଣ୍ତପରେ ପଲିଥିନ୍ ବ୍ୟବହାର ହେବାନାହିଁ ବୋଲି ମଧ୍ୟ ମହାନଗର ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଛି | ଏବେ ଅପେକ୍ଷା ରାଜ୍ୟସରକାଙ୍କର ଏଭଳି  ପଦକ୍ଷେପକୁ ରାଜ୍ୟବାସୀ କେତେ ମାତ୍ରାରେ ଏବଂ କେତେ ଆଗ୍ରହର ସହିତ ଗ୍ରହଣ କରିପାରୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.