ଏସିଡ୍ ଆକ୍ରମଣ ଶିକାରଙ୍କ ପାଇଁ ଆଇନ୍ ସହାୟତା ସମ୍ପର୍କରେ ସଚେତନତା

Published By : Prameya-News7 Bureau | September 27, 2018 IST

କେନ୍ଦୁଝର ୨୭/୦୯: ଆନନ୍ଦପୁରର ତାଲୁକ୍ ଆଇନ୍ ସେବା କମିଟି ତରଫରୁ ଆନନ୍ଦପୁର ମହାବିଦ୍ୟାଳୟ ଠାରେ ଏସିଡ୍ ଆକ୍ରମଣ ଶିକାରଙ୍କ ପାଇଁ ଆଇନ୍ ସହାୟତା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତାଲୁକ୍ ଆଇନ୍ ସେବା କମିଟିର ଚେୟାରମ୍ୟନ୍ ତଥା ଆନନ୍ଦପୁର ଅତିରିକ୍ତ ଜିଲ୍ଳା ଜଜ୍ ବିଶ୍ବଜିତ୍ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ମହାବିଦ୍ୟାଳୟର ଅଧ୍ୟାପକ , ଅଧ୍ୟାପିକା ଓ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଜେ.ଏମ୍.ଏଫ.ସି ପବିତ୍ରା ନନ୍ଦ ପ୍ରଧାନ , ଜେ.ଏମ.ଏଫ.ସିର ସିନିୟର ଡିଭିଜନ ଅମିତ କୁମାର , ସିଭିଲ ଜଜ୍ ଜୁନିୟର ପୁନମ ଜେନା , ଏସ.ଡି.ଜେ.ଏମ ସୁଦିପ୍ତା ଦେହୂରୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହି ଏସିଡ୍ ଆକ୍ରମଣର କାରଣ , ଆକ୍ରମଣକାରୀ ପାଇଁ ଦଣ୍ଡବିଧାନ ଓ ଆକ୍ରମଣ ଶିକାରଙ୍କ ପାଇଁ ସହାୟତା ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.