କରୋନା ମୁକାବିଲା ପାଇଁ ଜନ ସଚେତନତା, ଗାଁ ଗାଁ ବୁଲି ସଚେତନ କରୁଛି ମୋବାଇଲ ଭ୍ୟାନ୍

Published By : Prameya-News7 Bureau | May 07, 2021 IST

ଭଦ୍ରକ ୭।୫: ଓଡିଶା ବିକଳାଙ୍ଗ ମଞ୍ଚ ତରଫରୁ ଆକ୍ସନ ଏଡ଼ ଓ ମୋଟୋରଲା ସଲ୍ୟୁସନର ମିଳିତ ସହାୟତାରେ କରୋନା ସଚେତନତା ପାଇଁ ବୁଲୁଛି ମୋବାଇଲ ଭ୍ୟାନ୍ । ଓଡିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସମ୍ପାଦକ ଅକ୍ଷୟ କୁମାର ସାହୁଙ୍କ ଜରିଆରେ ଆକ୍ସନ ଏଡ଼ ଓ ମୋଟୋରଲା ସଲ୍ୟୁସନର ମିଳିତ ସହାୟତାରେ କରୋନା ମହାମାରୀର ମୁକାବିଲା ପାଇଁ ଜନ ସଚେତନତା ପାଇଁ ଏକ ମୋବାଇଲ ଭ୍ୟାନ୍ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯାଉଛି । ଭଣ୍ଡାରିପୋଖରୀ ବ୍ଲକ୍ ପରିସରରେ  ଭଣ୍ଡାରିପୋଖରୀ  ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ ସାହୁ, ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ଏବଂ ଉମିଦ ପରିବାର ସଦସ୍ୟମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ । ଏହି ମୋବାଇଲ ଭ୍ୟାନ୍ ଗାଁ ଗହଳିରେ ବୁଲି ଡ଼ାକବାଜି ଯନ୍ତ୍ର ସହାୟତାରେ ଲୋକଙ୍କୁ କରୋନା ସଚେତନତା ଓ ସରକାରୀ ନିୟମ ବିଷୟରେ ସଚେତନ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.