ସ୍ବାସ୍ଥ୍ୟ ପରିଦର୍ଶିକା ପ୍ରେମଲତା ବାରିକଙ୍କୁ ମର୍ଯ୍ୟାଦାଜନକ ସମ୍ମାନ, ମିଳିଲା ନ୍ୟାସନାଲ ଫ୍ଲୋରେନ୍ସ ନାଇଟିଙ୍ଗଲ ଆୱାର୍ଡ-୨୦୨୦

Published By : Prameya-News7 Bureau | September 16, 2021 IST

ଭୁବନେଶ୍ୱର ୧୬।୦୯:  ମାତୄ ଏବଂ ଶିଶୁ ମୄତ୍ୟୁହାର କମ କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ପ୍ରେମଲତା ବାରିକଙ୍କୁ ମିଳିଛି ନ୍ୟାସନାଲ ଫ୍ଲୋରେନ୍ସ ନାଇଟ ଏଙ୍ଗଲ ଆୱର୍ଡ। ପ୍ରେମଲତା ଜଗତସିଂହପୁର କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ପରିଦର୍ଶିକା ଭାବେ କାର୍ଯ୍ୟ କରନ୍ତି। ବୁଧବାର ରାଷ୍ଟ୍ରପତି ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।

ଖବର ଅନୁଯାୟୀ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୦ ବର୍ଷ ଧରି କିପରି ଶିଶୁ ମୃତ୍ୟୁ ହାର ଏବଂ ମାତୃ ମୃତ୍ୟୁ ହାର କିପରି କମିବ,  ସେନେଇ କାମ କରୁଛନ୍ତି ପ୍ରେମଲତା ବାରିକ।। ସରକାର ପକ୍ଷରୁ ଏନଏଚମ ଜରିଆରେ ଯାହା ପ୍ରୋଜେକ୍ଟ ଆସେ ତାହା କିପରି ମା ଗର୍ଭବତୀ ମହିଳାମାନଙ୍କ ପାଖରେ ପହଞ୍ଚିବ ସେଥିପାଇଁ କାର୍ଯ୍ୟ କରୁଛନ୍ତି।

{"id":512359,"sizeSlug":"full","linkDestination":"none"}

କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଗୋଟିଏ ପଞ୍ଚାୟତର ୪ଟି ଗାଁ ଏବଂ ସହରାଅଞ୍ଚଳର ୪ଟି ବସ୍ତିରେ କାମ କରନ୍ତି। ମା’ ମାନଙ୍କୁ ସଚେତନ କରିବା ସହିତ ଆଇରନ ବଟିକା ଖାଉଛନ୍ତି କି ନାହିଁ ତାର ତଦାରଖ କରନ୍ତି। ଏପରିକି ଡେଲିଭରି ବେଳେ ସମସ୍ୟା ହେଲେ ତୁରନ୍ତ ହସ୍ପିଟାଲ ନେବ କାମ କରନ୍ତି। ଏନେଇ ପ୍ରେମଲତା କହିଛନ୍ତି ଯେ,ଲୋକଙ୍କୁ ସେବା ଯୋଗେଇବା ପାଇଁ ସକାଳ ୯ ଟାରୁ ବାହାରି ଘର ଘର ବୁଲି ମା ଓ ଶିଶୁ ମାନଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଞ୍ଚିବ,  ସେଥିପାଇଁ କାର୍ଯ୍ୟ କରିଥାଏ। ତେବେ ମିଳିଥିବା ଏହି ସମ୍ମାନ ଆଗାମୀ ଦିନରେ କାମ କରିବା ପାଇଁ ଅଧିକ ପ୍ରେରଣା ଯୋଗାଇବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.