ଚୀନର ଅବତାର ମାଉଣ୍ଟେନ୍‌ - ଆଖି ଝଲସାଇଲା ଭଳି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ

Published By : Prameya-News7 Bureau | January 05, 2020 IST

ବେଜିଂ ୦୫।୦୧ -  ଯୁଆଡ଼େ ଆଖି ବୁଲାଇବେ ଖାଲି ପାହାଡ଼ ଆଉ ପାହାଡ଼। ଏହାକୁ ପାହାଡ଼ ତ କହିପାରିବାନି, ବରଂ ପର୍ବତମାଳା କହିଲେ ଠିକ୍‌ ହେବ । ତିଖ ପାହାଡ଼ଗୁଡ଼ିକ ଉପରେ ନଭଶ୍ଚୁମ୍ଭୀ ପଥରଖଣ୍ଡମାନ ବର୍ଷ ବର୍ଷ ଧରି ସେମିତି ଠିଆ ହୋଇ ରହିଛନ୍ତି । ପାହାଡ଼ ଉପରେ ବଣ ଜଙ୍ଗଲର ସବୁଜିମା ପ୍ରାକୃତିକ ଶୋଭାରାଜିକୁ ଅପୂର୍ବ ରୂପ ଦେଇଛି । କାହିଁ କେତେ ଏମିତି ଦଣ୍ଡାୟମାନ ଚାଇନାର ଏହି ପାର୍ବତ୍ୟ ଅଂଚଳ ଏବେ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇଛି ।…

ଚୀନର ହୁନାନ ପ୍ରଦେଶର ଝାଙ୍ଗଜିଆଜେ  ଜାତୀୟ ଉଦ୍ୟାନ ଭିତରେ ରହିଛି ଏହି ଅବତାର୍ ପର୍ବତମାଳା। ସମୁଦ୍ର ପତ୍ତନଠାରୁ ୩ ହଜାର ୫୪୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଏହି ପର୍ବତମାଳାର ଶୃଙ୍ଗ ଦଣ୍ଡାୟମାନ ।…

{"id":207408,"width":556,"height":241,"sizeSlug":"large"}

 ୨୦୧୦ ମସିହା ପର୍ଯ୍ୟନ୍ତ ଏହି ପର୍ବତମାଳା Southern Sky Column ନାଁରେ ପରିଚିତ ଥିଲା, ତେବେ ୨୦୧୦ରେ ହଲିଉଡ୍ ର ସାଇନ୍ସ ଫିକ୍ସନ ଆକ୍ସନ ମୁଭି ଅବତାର ରେ ଅନୁପ୍ରାଣିତ ହୋଇ ସ୍ଥାନୀୟ ସରକାର ଏହାର ନାଁ ବଦଳାଇ କରିଥିଲେ ଅବତାର୍ ମାଉଣ୍ଟେନ ।…

ଏଠାକୁ ବସ୍‌ରେ ଏବଂ କେବୁଲ୍ କାର୍‌ ଯୋଗେ ପର୍ଯ୍ୟଟକ ପହଞ୍ଚି ପାରିବେ । ତେବେ କେବୁଲ କାର୍ ମାଧ୍ୟମରେ ଯାତ୍ରାବେଳେ ଦର୍ଶକ ଏହାର ଆକର୍ଷଣୀୟଶୋଭାରାଜି ଦେଖିବା ସହ ରୋମାଞ୍ଚକର ଅନୁଭୂତି ନେଇପାରିବେ ।…

{"id":207409,"sizeSlug":"large"}

ପର୍ବତର ଶିଖର ଦେଶକୁ କେବଳ ପାଦଚଲା ରାସ୍ତା ରହିଛି । ପାହାଡ଼ିଆ ରାସ୍ତାରେ ଚାରି କିଲୋମିଟର ଅତିକ୍ରମ କରିବା ପରେ ଯାଇ ଶିଖରରେ ପହଞ୍ଚି ହେବ । ଆଉ ଶିଖର ଦେଶରେ ପହଞ୍ଚିଲା ପରେ ହିଁ ଜଣେ ଅବତାର ପର୍ବତମାଳାର ପ୍ରକୃତ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ।…

{"id":207410,"sizeSlug":"large"}

 ଚାରିଆଡ଼େ ନଭଶ୍ଚୁମ୍ବୀ ପର୍ବତ ସବୁ ଦଣ୍ଡାୟମାନ । ବର୍ଷର ଅଧିକାଂଶ ସମୟ ପର୍ବତ ସହ ପିଟି ହୋଇଥାଏ ମେଘଖଣ୍ଡ ସବୁ । ପର୍ବତମାଳା ସହ ମେଘମାଳାର ମିଶ୍ରଣ ଭିନ୍ନ ଏକ ଅନୁଭୂତି ଆଣିଦେଇଥାଏ ।

ପାହାଡ ଉପରୁ ଅନେକ ଛୋଟବଡ଼ ଝରଣା ସବୁ ବାହାରି କୁଳୁକୁଳ ନାଦ କରି ତଳକୁ ବହିଯାଉଛି । କେଉଁଠି ଝରଣା ଉପରେ ପୋଲ ହୋଇଛି ତ ଆଉ କେଉଁଠି ଝରଣା କଡ଼େ କଡ଼େ ଯାଇଛି ରାସ୍ତା ।

 ଆମ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଯେମିତି ମାଙ୍କଡ଼ମାନଙ୍କୁ ଦେଖିବାକୁ ମିଳିଥାଏ ଏଠାରେ ମଧ୍ୟ ସେଇ ସମାନ ଚିତ୍ର ଦେଖିବାକୁ ମିଳେ ।…

 ଖମ୍ଭ ସଦୃଶ ଏହି ପର୍ବତମାଳାକୁ ୧୯୯୨ ମସିହାରେ ବିଶ୍ବ ଐତିହ୍ୟର ମାନ୍ୟତା ଦେଇଥିଲା ୟୁନେସ୍କୋ । ୨୦୦୪ ମସିହାରେ ୟୁନେସ୍କୋ ଏହାକୁ ଗ୍ଲୋବାଲ ଜିଓପାର୍କର ମାନ୍ୟତା ଦେଇଥିଲା ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.