Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

୪୦ ପ୍ରତିଶତ ଶସ୍ତା ହେବ କରୋନା ଚିକିତ୍ସା, ଜାଣନ୍ତୁ କେତେ ରହିଛି ଔଷଧର ଦାମ୍

27/07/2020 at 5:08 PM

ନୂଆଦିଲ୍ଲୀ ୨୭।୦୭: କରୋନାର ବଢୁଥିବା ପ୍ରକୋପ ମଧ୍ୟରେ ସମସ୍ତ ଫାର୍ମା କମ୍ପାନୀ କରୋନାରୁ ଉପଶମ ପାଇଁ ଔଷଧ ତିଆରି କରିବା ପ୍ରକ୍ରିୟା ଜୋରଦାର କରିଛନ୍ତି। ଏହି କ୍ରମରେ ସିପଲା ଘୋଷଣା କରିଛି କମ୍ପାନୀ ଅଗଷ୍ଟ ମାସର ପ୍ରଥମ ସପ୍ତାହରେ କରୋନା ଔଷଧ ସିପ୍ଲେଞ୍ଜା ଲଞ୍ଚ କରିବ। ଖାସ୍ କଥା ଏହି ଔଷଧ ବଜାରର ବର୍ତ୍ତମାନ ଦାମ ତୂଳନାରେ ୪୦ ପ୍ରତିଶତ ଶସ୍ତା ହେବ। ଶସ୍ତା ଦାମରେ ଔଷଧ ତିଆରି ପାଇଁ ସିପଲା ନିଜର ପାର୍ଟନର ମଧ୍ୟ ଚୟନ କରି ସାରିଛି।

ହାଇଦ୍ରାବାଦ ଏଭରା ଲାବୋରେଟ୍ରିଜ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀକୁ କରୋନାର ଔଷଧ ତିଆରି ପାଇଁ ମଞ୍ଜୁରୀ ମିଳି ଯାଇଛି। ଏଭରା ଲାବୋରେଟ୍ରିଜ ପକ୍ଷରୁ ମଧ୍ୟ ଫେଭିପିରାଭିର ଏପିଆଇ(ଆକ୍ଟିଭ୍ ଫାର୍ମାସ୍ୟୁଟିକଲ ଇନଗ୍ରୋଡିଏଣ୍ଟ) ଔଷଧ ତିଆରି କରାଯାଉଛି। ଏହି ଔଷଧ ସିପଲାକୁ ଯୋଗାଇ ଦିଆଯିବ। ଉଲ୍ଲେଖଯୋଗ୍ୟ, ଏଭରା ଲେବୋରେଟ୍ରିଜ୍ ବହୁତ କମ ମୂଲ୍ୟରେ ମ୍ୟାନୁଫେକଚରିଂ ପ୍ରକ୍ରିୟାରେ ଔଷଧ ତିଆରି କରୁଛି। ଏଥିରୁ ଏପିଆଇ ଔଷଧ ପ୍ରସ୍ତୁତ କରି ସିପଲାକୁ ଯୋଗାଇ ଦିଆଯିବ। ସିପଲାରେ ଏଭରା ଲେବୋରେଟ୍ରିଜ୍‌ରୁ ପଠାଯାଉଥିବା ଔଷଧରୁ ସିପ୍ଲେଞ୍ଜା ଔଷଧ ପ୍ରସ୍ତୁତ କରି ବଜାରକୁ ଛଡାଯିବ। ଏହା ଫେଭିପିରାଭିର ଔଷଧର ଜେନେରିକା ଭର୍ସନ ଅଟେ।

କଣ ରହିବ ଦାମ

ସିପଲାର ଔଷଧ ସିପ୍ଲେଞ୍ଜାର ମୂଲ୍ୟ ଟ୍ୟାବଲେଟ୍ ପିଛା ୬୮ ଟଙ୍କା। ଏବେ ବଜାରରେ କେବଳ ଗ୍ଲେନମାର୍କ କମ୍ପାନୀ ହିଁ ଫେଭିପିରାଭିରରୁ କରୋନା ଔଷଧ ତିଆରି କରାଯାଉଛି। ଏହାର ନାମ ଫାବିଫ୍ଲୁ ରହିଛି। ଏହାର ମୂଲ୍ୟ ମଧ୍ୟ ବଜାରରେ ବଟିକା ପିଛା ୧୦୪ ଟଙ୍କା ରହିଛି। ଅର୍ଥାତ ସିପଲାର ଔଷଧ ସିପ୍ଲେଞ୍ଜା ଏହାଠୁ ୪୦ ପ୍ରତିଶତ ଶସ୍ତା ହେବ। ଏହା ଶସ୍ତା ହେବାର ସବୁଠୁ ବଡ କାରଣ ଏହି ଔଷଧ ଗ୍ଲେନମାର୍କ ପରି ପେଟେଣ୍ଟ ବିଶିଷ୍ଟ ନୁହେଁ ବରଂ ଜେନେରିକ। ଏହାକୁ ପ୍ରସ୍ତୁତ କରୁଥିବା ମ୍ୟାନୁଫେକରିଂ ପ୍ରକ୍ରିୟାରେ କମ ଖର୍ଚ୍ଚ ହେଉଥିବାରୁ ଏହାର ବଟିକା ଶସ୍ତା ରହିଛି।

   Related Posts