ଶ୍ରାବଣ ମାସରେ ଶିବଲିଙ୍ଗ ଉପରେ ଭୁଲରେ ବି ଅର୍ପଣ କରନ୍ତୁନାହିଁ ଏହି ୭ଟି ଜିନିଷ
14/07/2019 at 11:46 AM

ଶ୍ରାବଣ ମାସ ଆରମ୍ଭ ହେବା କ୍ଷଣି ଭୋଳାଶଙ୍କରଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତମାନେ ବିଭିନ୍ନ ଉପାୟମାନ କରିଥାନ୍ତି । ଭଗବାନ ଶିବଙ୍କ ପୂଜାର୍ଚ୍ଚନା ସମୟରେ ଭକ୍ତମାନେ କେତେବେଳେ ଭାଙ୍ଗ ତ କେତେବେଳେ ଦୁଗ୍ଧ, ଚନ୍ଦନ ଏବଂ ଭସ୍ମ ଅର୍ପଣ କରିଥାନ୍ତି । ଭଗବାନ ଶିବଙ୍କୁ ବୈରିଗୀ ମଧ୍ୟ କୁହାଯାଇଥାଏ । ସେଥିପାଇଁ ଶିବ ଲିଙ୍ଗ ଉପରେ କେତେବେଳେ ମଧ୍ୟ ସାଧାରଣ ଜୀବନଯାପନରେ ବ୍ୟବହୃତ ଜିନିଷ ଅର୍ପଣ କରାଯାଇନଥାଏ । ଯଦି ଆପଣ ମଧ୍ୟ ଶ୍ରାବଣ ମାସରେ ଭଗବାନ ଶିବଙ୍କର ଆରାଧନା ଏବଂ ପୂଜା କରୁଥାନ୍ତି ତେବେ ଭୁଲରେ ମଧ୍ୟ ଶିବଲିଙ୍ଗ ଉପରେ ଏହି ୭ଟି ଜିନିଷ ଅର୍ପଣ କରନ୍ତୁ ନାହିଁ ।
ଶଙ୍ଖ ମାଧ୍ୟମରେ ଜଳ ଅର୍ପଣ :

ଭଗବାନ ଶିବ ଶଙ୍ଖଚୂଡ ନାମକ ଅସୁରର ବଦ୍ଧ କରିଥିଲେ । ଶଙ୍ଖଚୂଡ ଭଗବାନ ବିଷ୍ଣୁଙ୍କର ଭକ୍ତ ଥିଲେ । ଶଙ୍ଖକୁ ଶଙ୍ଖଚୂଡ ଅସୁରର ପ୍ରତୀକ ବୋଲି କୁହାଯାଇଥାଏ । ସେଥିପାଇଁ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା ବେଳେ ଶଙ୍ଖର ବ୍ୟବହାର କରାଯାଇଥାଏ । ଶିବଙ୍କ ପୂଜାର୍ଚ୍ଚନା ସମୟରେ ଶଙ୍ଖର ବ୍ୟବହାର କରାଯାଇନଥାଏ । ତେଣୁ ଶ୍ରାବଣ ମାସରେ ଶିବଙ୍କ ପୂଜାର୍ଚ୍ଚନା ବେଳେ ଶଙ୍ଖ ମାଧ୍ୟମରେ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରନ୍ତୁନାହିଁ ।
ତୁଳସୀ ପତ୍ର ଅର୍ପଣ :

ତୁଳସୀକୁ ଭଗବାନ ବିଷ୍ଣୁ ତାଙ୍କ ପତ୍ନୀ ଭାବେ ସ୍ବୀକାର କରିଛନ୍ତି । ଏଥିପାଇଁ ଭଗବାନ ଶିବଙ୍କ ପୂଜାର୍ଚ୍ଚନା ବେଳେ ତୁଳସୀ ପତ୍ର ଅର୍ପଣ କରନ୍ତୁନାହିଁ ।
ରାଶି ଅଥବା ରାଶି ଦ୍ବାରା ପ୍ରସ୍ତୁତ ଜିନିଷ :

ରାଶି ଭଗବାନ ବିଷ୍ଣୁଙ୍କ ବର୍ଜ୍ୟରୁ ସୃଷ୍ଟି ହୋଇଛି ବୋଲି କୁହାଯାଇଥାଏ । ଏଥିପାଇଁ ଭଗବାନ ଶିବଙ୍କ ପୂଜାର୍ଚ୍ଚନା ବେଳେ ରାଶି ଅଥବା ରାଶି ଦ୍ବାରା ପ୍ରସ୍ତୁତ ଜିନିଷ ଶିବଲିଙ୍ଗରେ ଅର୍ପଣ ନକରିବା ଉଚିତ୍ ।
ଭଙ୍ଗା ଚାଉଳ :

ଭଗବାନ ଶିବଙ୍କୁ ଅକ୍ଷତ ଅଥବା ଅରୁଆ ଚାଉଳ ଅର୍ପଣ କରାଯିବା କଥା ଶାସ୍ତ୍ରରେ ଲେଖାଯାଇଛି । ମାତ୍ର ଭଙ୍ଗା ଚାଉଳ ଅପୂର୍ଣ୍ଣ ଏବଂ ଅଶୁଦ୍ଧ ହୋଇଥାଏ । ଏଥିପାଇଁ ଏହାକୁ ଶିବ ଲିଙ୍ଗ ଉପରେ ଅର୍ପଣ କରନ୍ତୁନାହିଁ ।
ସିନ୍ଦୁର :

ସିନ୍ଦୁର ସୌଭାଗ୍ୟର ପ୍ରତୀକ ହୋଇଥାଏ । ଭଗବାନ ଶିବ ହେଉଛନ୍ତି ବୈରାଗୀ । ତେଣୁ ଶିବଙ୍କ ପୂଜାର୍ଚ୍ଚନା ବେଳେ ସିନ୍ଦୁର ଅର୍ପଣ କରାଯାଏନାହିଁ ।
ହଳଦୀ :

ଶିବଲିଙ୍ଗ ଉପରେ ହଳଦୀ କେବେ ଅର୍ପଣ କରନ୍ତୁ ନାହିଁ ।
ନଡିଆ ପାଣି :

ଭଗବାନ ଶିବଙ୍କ ପୂଜାର୍ଚ୍ଚନା ବେଳେ ନଡିଆ ବ୍ୟବହାର କରାଯାଇଥାଏ ମାତ୍ର ନଡିଆ ପାଣି ଶିବଲିଙ୍ଗ ଉପରେ ଅର୍ପଣ କରାଯାଏନାହିଁ । ଶିବ ଲିଙ୍ଗ ଉପରେ ଅର୍ପଣ କରାଯାଉଥିବା ସମସ୍ତ ଜିନିଷ ନିର୍ମଳ ହେବା ଉଚିତ୍ ଯାହାର ସେବନ କରାନଯିବା ଉଚିତ୍ । ନଡିଆ ପାଣି ଦେବତାଙ୍କୁ ଅର୍ପଣ କରାଯିବା ପରେ ଗ୍ରହଣ କରାଯାଇଥାଏ । ଏଥିପାଇଁ ଶିବ ଲିଙ୍ଗ ଉପରେ ନଡିଆ ପାଣି ଅର୍ପଣ କରାଯାଏନାହିଁ ।