ଫେସ୍ ଓ୍ବାଶ୍ ବ୍ୟବହାର କରିବାବେଳେ ଏହିସବୁ ଭୁଲ୍ କରୁଛନ୍ତି କି : ତେବେ ହୋଇଯାନ୍ତୁ ସାବଧାନ

Published By : Prameya-News7 Bureau | January 25, 2019 IST

ଫେସ୍ ଓ୍ବାଶ୍ ବ୍ୟବହାର କରିବାବେଳେ ଆପଣଙ୍କୁ କେତେକ କଥା ପ୍ରତି ଧ୍ୟାନ ରଖିବା ଉଚିତ୍ ନଚେତ୍ ଆପଣଙ୍କ ତ୍ବଚା ଉପରେ ଏହା କ୍ଷତିକାରକ ପ୍ରଭାବ ପକାଇବ।

{"id":77854}

୧.ପ୍ରତିଦିନ ରାତିରେ ମୁହଁ ନ ଧୋଇଲେ: ଋତୁ ପରିବର୍ତ୍ତନ ଏବଂ ଦିନକୁ ଦିନ ବଢ଼ୁଥିବା ପ୍ରଦୂଷଣର ସ୍ତର ଫଳରେ ଶରୀର ସହିତ ଆପଣଙ୍କ ଚେହେରାକୁ ଝାଳ,ଧୂଳି, ବ୍ୟାକ୍ଟେରିଆର ସାମନା କରିବାକୁ ପଡ଼ିଥାଏ। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ମୁହଁ ଧୋଇବା ନିହାତି ଆବଶ୍ୟକ। ରାତିରେ ଆପଣଙ୍କ ଶରୀର ସହ ମୁହଁ ମଧ୍ୟ ରିପେୟର ମୋଡକୁ ଚାଲିଯାଇଥାଏ,ପରିଣାମସ୍ବରୂପ ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ଫେସ୍ ଓ୍ବାଶ୍ କରୁନାହାନ୍ତି ତେବେ ଆପଣଙ୍କ ଫେସର ପୋର୍ସ ବନ୍ଦ ହୋଇଯାଇଥାଏ ଯାହା ଫଳରେ ଆପଣଙ୍କ ତ୍ବଚା ଖଦଡ଼ା ହୋଇଯାଇଥାଏ ଏବଂ  ମୁହଁରେ ବ୍ରଣ ଦେଖାଯାଇଥାଏ ।

{"id":77858,"width":593,"height":395}

୨.ମୁହଁ ଧୋଇବା ପରେ ଜୋରରେ ତଉଲିଆରେ ଘଷିବା : ଆପଣ ଫେସ୍ ଓ୍ବାଶ୍ କରିବା ପରେ ମୁହଁ ପୋଛିବାବେଳେ ଯଦି ଆପଣ ତଉଲିଆ ବ୍ୟବହାର କରୁଛନ୍ତି ତେବେ ଜୋରରେ ରଗଡି ପୋଛିବା ବଦଳରେ ହାଲୁକାଭାବେ ମୁହଁକୁ ତଉଲିଆରେ ଶୁଖାନ୍ତୁ। ଯଦି ଆପଣ ତଉଲିଆରେ ଜୋର କରି ମୁହଁ ପୋଛୁଛନ୍ତି ତେବେ ମୁହଁରେ କୁଞ୍ଚନ ଏବଂ ଲାଇନ୍ ପଡ଼ିବାର ଦେଖାଯାଇଥାଏ। ଚେହେରାକୁ ଜୋରରେ ଘଷିବା ଦ୍ବାରା ମୁହଁ ଲାଲ ମଧ୍ୟ ପଡ଼ିଯାଏ।

{"id":77859,"width":592,"height":425}

୩.ତଉଲିଆକୁ ନ ବଦଳାଇବା : ପ୍ରତିଦିନ ଚେହେରାକୁ ଭିନ୍ନ ଭିନ୍ନ ତଉଲିଆରେ ପୋଛନ୍ତୁ। ଯେତେବେଳେ ଆପଣ ମୁହଁ କିମ୍ବା ଶରୀର ପୋଛିବା ପାଇଁ ତଉଲିଆ ବ୍ୟବହାର କରିଥାନ୍ତି ସେତେବେଳେ ତଉଲିଆରେ ବ୍ୟାକ୍ଟେରିଆ ଜମିଯାଏ। ପୁଣି ଯେତେବେଳେ ଆପଣ ପରଦିନ ସେହି ତଉଲିଆକୁ ବ୍ୟବହାର କରିଥାନ୍ତି ସେତେବେଳେ ସେହି ବ୍ୟାକ୍ଟେରିଆ ପୁଣି ଥରେ ଆପଣଙ୍କ ମୁହଁରେ ଲାଗିଯାଇଥାନ୍ତି। ଯାହା ଦ୍ବାରା ମୁହଁରେ ବ୍ରଣ ହୋଇଥାଏ।

{"id":77862,"width":597,"height":336}

୪.ଦୁଇ ଥରରୁ ଅଧିକ ମୁହଁ ଧୋଇବା: ଆପଣଙ୍କ ମୁହଁରେ ପୋଷକ ତତ୍ତ୍ବ ବଜାୟ ରହିବା ପାଇଁ ମୁହଁରେ ପ୍ରାକୃତିକ ତୈଳ ରହିବା ନିତାନ୍ତ ଜରୁରୀ। କିନ୍ତୁ ଯଦି ଆପଣ ଦିନକୁ ଦୁଇ ଥରରୁ ଅଧିକ ଥର ଫେସ ଓ୍ବାଶରେ ମୁହଁ ଧୋଉଛନ୍ତି ତେବେ ଆପଣଙ୍କ ଚେହେରା ଶୁଷ୍କ ଏବଂ ଆର୍ଦ୍ରତାବିହୀନ ହୋଇଯିବ। ଏଥିପାଇଁ ଅଧିକ ଥର ଫେସ୍ ଓ୍ବାଶରେ ମୁହଁ ଧୋଇବା ଦ୍ବାରା ତ୍ବଚାରେ ଥିବା ପ୍ରାକୃତିକ ତୈଳ ଧୋଇ ହୋଇଯାଇଥାଏ।

{"id":77864,"width":594,"height":416}

୫.ଫେଶ୍ ଓ୍ବାଶ୍ ପୂର୍ବରୁ ହ୍ୟାଣ୍ଡଓ୍ବାଶ୍ କରନ୍ତୁ : ଏହା ଅତ୍ୟନ୍ତ ସରଳ କିନ୍ତୁ ବହୁତ ଜରୁରୀ ହୋଇଥାଏ। ଯଦି ଆପଣଙ୍କ ହାତ ଅପରିଷ୍କାର ଥିବ ତେବେ ଆପଣଙ୍କ ମୁହଁ ପରିଷ୍କାର କିପରି ହେବ? ପ୍ରତି ଥର ଫେଶ୍ ଓ୍ବାଶ୍ କରିବା ପୂର୍ବରୁ ହ୍ୟାଣ୍ଡ ଓ୍ବାଶ୍ କରନ୍ତୁ କାରଣ ଏପରି ନ କଲେ ହାତରେ ଥିବା ମଇଳା ଏବଂ ବ୍ୟାକ୍ଟେରିଆ ମୁହଁରେ ଲାଗିଯାଇଥାଏ।

{"id":77865,"width":597,"height":448}

୬.ଭୁଲ୍ ଫେଶ୍ ଓ୍ବାଶର ବ୍ୟବହାର: ସମସ୍ତ ଫେଶ୍ ଓ୍ବାଶ୍ ସମସ୍ତଙ୍କ ପାଇଁ ଉପଯୋଗୀ ହୋଇନଥାଏ । ଆପଣଙ୍କ ସ୍କିନ୍ ଟାଇପ୍ ପାଇଁ ଉପଯୋଗୀ ଫେଶ୍ ଓ୍ବାଶ୍ ବ୍ୟବହାର କରନ୍ତୁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.