ଶନିବାର ଦିନ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ; ଶନି ଭଗବାନ ରାଗିଯାଇ ପାରନ୍ତି

Published By : Prameya-News7 Bureau | November 24, 2018 IST

ଭୁବନେଶ୍ୱର ୨୪/୧୧ : ଶନିବାର ଶନିଦେବଙ୍କ ଦିନ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି | ଏହି ଦିନ ଭଗବାନ ଶନିଙ୍କୁ ପ୍ରସନ୍ନ କରିବା ପାଇଁ କଳା ରାଶି, ସୋରିଷ ତେଲ କିମ୍ବା ରାଶି ତେଲ ଆଦି ମନ୍ଦିରରେ ଅର୍ପଣ କରାଯାଇଥାଏ | ହିନ୍ଦୁମାନେ ଶନି ଭଗବାନଙ୍କୁ ନ୍ୟାୟର ଭଗବାନ ବୋଲି ବିଶ୍ୱାସ କରନ୍ତି | କୁହାଯାଏ ଯେ, ଯେଉଁମାନଙ୍କ କୁଣ୍ଡଳୀରେ ଶନି ଦୋଷ ରହିଛି ସେମାନଙ୍କୁ ଶନିବାର ଦିନ ଶନି ଭଗବାନଙ୍କ ପୂଜା କରିବା ଉଚିତ | ଆହୁରି ମଧ୍ୟ ଏମିତି କିଛି ଜିନିଷ ରହିଛି ଯାହା ଭୁଲରେ ମଧ୍ୟ ଶନିବାର ଖାଇବା ଉଚିତ ନୁହେଁ | ଆସନ୍ତୁ ଜାଣିବା ସେସବୁ କଣ : ୧. ଶନିବାର ଦିନ ସାଧା କ୍ଷୀର କିମ୍ବା ଦହି ଭୁଲରେ ମଧ୍ୟ ଖାଇବା ଉଚିତ ନୁହେଁ | ଏଥିରେ ଅଳ୍ପ ହଳଦୀ କିମ୍ବା ଗୁଡା ମିଶାଇ ଖାଇବା ଉଚିତ | ୨. ଶନିବାର ଦିନ ମଶୁରି ଦଳି ଖାଇବା ଅନୁଚିତ | ମଶୁରି ଦଳି ଛଡା ଯେକୌଣସି ଦଳି ଖାଇଲେ ମଧ୍ୟ କିଛି ଅସୁବିଧା ନାହିଁ | ମଶୁରି ଦଳି ରଙ୍ଗ ଲାଲ ହୋଇଥିବା ହେତୁ ଏହା ମଙ୍ଗଳ ସହିତ ଜଡିତ | ତେଣୁ ଶନିବାର ମଶୁରି ଦଳି ଖାଇଲେ ଶନିଦେବଙ୍କ କ୍ରୁର ଦୃଷ୍ଟି ପଡିଥାଏ | ୩. ଆମ୍ବ ଆଚାର ଭୁଲରେ ମଧ୍ୟ ଖାଇବା ଉଚିତ ନୁହେଁ | ଆମ୍ବ ଆଚାର କଞ୍ଚା ଏବଂ ଖଟା ଆମ୍ବରୁ ତିଆରି ହୋଇଥାଏ | ଶନିଦେବଙ୍କୁ ଖଟା ଏବଂ କଷା ଜିନିଷ ଜମା ବି ପସନ୍ଦ ନୁହେଁ | ତେଣୁ ଶନିବାର ଖଟା କିମ୍ବା କଷା ଜିନିଷ ଆଦୌ ଖାଇବେ ନାହିଁ | ୪. ଶନିବାର ଦିନ ରୋଷେଇବେଳେ ନାଲି ଲଙ୍କା ଗୁଣ୍ଡ କିମ୍ବା ଶୁଖିଲା ଲଙ୍କା ବ୍ୟବହାର କରିବେ ନାହିଁ | ଉଭୟ ଶୁଖିଲା ଲଙ୍କା ଏବଂ ଲଙ୍କା ଗୁଣ୍ଡ ଶନିଦେବଙ୍କୁ ଅସନ୍ତୁଷ୍ଟ କରିଥାଏ | ୫. ଶନିବାର ଦିନ ଭୁଲରେ ମଧ୍ୟ ମଦ୍ୟପାନ କରିବା ଉଚିତ ନୁହେଁ | କୁଣ୍ଡଳୀରେ ଯଦି ଶନିଙ୍କ ପ୍ରଭାବ ଭଲ ମଧ୍ୟ ଥାଏ ତାହେଲେ ସୁଦ୍ଧା ଶନିବାର ମଦ୍ୟପାନ ଅନୁଚିତ | ଏହା ଦ୍ୱାରା ଶନି ଭଗବାନ ରାଗିଯାଇଥାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.