Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||

ଗର୍ଭାବସ୍ଥାରେ ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଏହି ଖାଦ୍ୟ, ରହିଛି ଗର୍ଭପାତର ଆଶଙ୍କା…

4/01/2020 at 10:14 AM

ସାଧାରଣତଃ ଗର୍ଭାବସ୍ଥାରେ ମହିଳାମାନେ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ୍‌। କିନ୍ତୁ ଏମିତି କେତେକ ସ୍ବାସ୍ଥ୍ୟକର ଖାଦ୍ୟ ରହିଛି ଯାହା ଖାଇଲେ ଗର୍ଭାବତୀ ମହିଳାଙ୍କ ପାଇଁ କ୍ଷତିକାରକ ହୋଇଥାଏ। ଶିଶୁର ଉତ୍ତମ ସ୍ବାସ୍ଥ୍ୟ ପାଇଁ ଗର୍ଭବତୀ ମହିଳାଙ୍କୁ ନିଜ ଜୀବନଶୈଳୀ ସହ ଜଡ଼ିତ ପ୍ରତ୍ୟେକ ଜିନିଷ, ବିଶେଷକରି ଖାଇବା ପିଇବା ପ୍ରତି ଅଧିକ ଧ୍ୟାନ  ଦେବାକୁ ପଡ଼ିଥାଏ।

ଅମୃତଭଣ୍ଡା ସୃଷ୍ଟି କରିଥାଏ ଗର୍ଭପାତର ଆଶଙ୍କା: କଞ୍ଚା ଅମୃତଭଣ୍ଡାରେ ଲେଟେକ୍ସ ଥାଏ । ଏହା ଗର୍ଭାବସ୍ଥାର ଆରମ୍ଭରେ ଗର୍ଭପାତର ଆଶଙ୍କାକୁ ବଢ଼ାଇ ଦେଇଥାଏ। ଅମୃତଭଣ୍ଡାରେ ପପେନ୍ ମଧ୍ୟ ଥାଏ ଯାହା ଭୃଣର ବିକାଶରେ ବାଧା ସୃଷ୍ଟି କରିଥାଏ। ତେବେ ପ୍ରସବ ପରେ ଅମୃତଭଣ୍ଡା ଖାଇବାରେ କୈାଣସି ସମସ୍ୟା ନାହିଁ।

ଭୃଣ ପାଇଁ ହାନିକାରକ ଅଙ୍ଗୁର : ଗର୍ଭାବସ୍ଥାରେ ମହିଳାମାନେ ଅଙ୍ଗୁର ଖାଇବା ଅନୁଚିତ । କାରଣ ଅଙ୍ଗୁରର ରସ ଶରୀର ପାଇଁ ଗରମଦାୟକ  ହୋଇଥାଏ । ଏହା ଗର୍ଭସ୍ଥ ଭୃଣ ପାଇଁ ହାନିକାରକ । ଅଙ୍ଗୁର ଖାଇବା ଫଳରେ ଅସମୟରେ ପ୍ରସବ ହେବାର ସମ୍ଭାବନା ଥାଏ।

ତୁଳସୀ ପତ୍ର ହୋଇପାରେ ଗର୍ଭପାତର କାରଣ: ତୁଳସୀ ପତ୍ର ଗର୍ଭବତୀ ମହିଳାର ଭୃଣ ପାଇଁ ପ୍ରତିକୂଳ ସମସ୍ୟା ସୃଷ୍ଟି କରିଥାଏ। ଏଥିରେ ଥିବା ଆଷ୍ଟ୍ରୋଗୋଲ ଗର୍ଭପାତ କରାଇପାରେ। ତୁଳସୀ ପତ୍ର ମହିଳାଙ୍କ ମାସିକ ଋତୁସ୍ରାବରେ ମଧ୍ୟ ପ୍ରଭାବ ପକାଇଥାଏ।

ଚାଇନିଜ ଖାଦ୍ୟ କ୍ଷତିକାରକ : ଚାଇନିଜ ଖାଦ୍ୟରେ ମୋନୋ ସୋଡିୟମ୍ ଗ୍ଲୁଟାମେଟ୍ ଅଛି ଯାହା କାରଣରୁ ଶିଶୁର ଜନ୍ମ ପରେ ଶାରିରୀକ ଅକ୍ଷମତା ଦେଖାଯାଇଥାଏ। ଏହା ସହିତ ସୋୟା ସସରେ ଲୁଣ ଅଧିକ ଥିବା ହେତୁ ଗର୍ଭବତୀ ମହିଳାଙ୍କ ରକ୍ତଚାପ ବଢ଼ିଯିବା ଫଳରେ ଗର୍ଭପାତ ହୋଇଥାଏ।

ସପୁରୀ ଯୋଗୁଁ ଅସ୍ବାଭାବିକ ପ୍ରସବର ସମ୍ଭାବନା: ଗର୍ଭାବସ୍ଥାରେ ସପୁରୀ ଖାଇବା ହାନିକାରକ। ସପୁରୀରେ ବ୍ରୋମେଲିନ୍ ଅଧିକ ଥିବା ଯୋଗୁଁ ଶୀଘ୍ର ପ୍ରସବ ହେବାର ସମ୍ଭାବନା ବଢ଼ି ଯାଇଥାଏ।

ଆଉ କିଛି ଜିନିଷ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ : ଯେପରିକି

  • ଗର୍ଭାବସ୍ଥାରେ ଧୂମ୍ରପାନ ଏବଂ ମଦ୍ୟପାନ କରିବା ଅନୁଚିତ୍ କାରଣ ଏହାର ପ୍ରଭାବ ଶିଶୁ ଉପରେ ପଡ଼ିଥାଏ।
  • ଗର୍ଭାବସ୍ଥାରେ ଚା ଏବଂ କଫି ପିଅନ୍ତୁ ନାହିଁ। ଏଥିରେ କେଫିନର ମାତ୍ରା ଅଧିକ ଥିବା ହେତୁ ଶିଶୁକୁ କ୍ଷତି ପହଞ୍ଚିଥାଏ।
  • ଗର୍ଭାବସ୍ଥାରେ ଗରମ ଜିନିଷ ଖାଆନ୍ତୁ ନାହିଁ ।
  • ଗର୍ଭାବସ୍ଥାରେ ଭଲ ଭାବେ ରନ୍ଧା ଯାଇଥିବା ଖାଦ୍ୟ ଖାଆନ୍ତୁ। ପୁଷ୍ଟିକର ଭୋଜନ ଖାଆନ୍ତୁ।

   Related Posts