ବେଙ୍ଗଲ କ୍ରିକେଟର ମଙ୍ଗ ଧରିଲେ ଜୁନିୟର ଡାଲମିଆ, ସମ୍ପାଦକ ହେଲେ ସ୍ନେହାଶିଷ

Published By : Prameya-News7 Bureau | February 06, 2020 IST

କୋଲକାତା ୦୬।୦୨: କ୍ରିକେଟ ଆସୋସିଏସନ ଅଫ୍ ବେଙ୍ଗଲ (ସିଏବି)ର  ନୂତନ ସଭାପତି ଭାବେ ଅଭିଷେକ ଡାଲମିଆ ନିର୍ବାଚିତ ହୋଇଛନ୍ତି । ସେହିପରି  ସିଏବିର ସମ୍ପାଦକ ଭାବେ ସ୍ନେହାଶିଷ ଗାଙ୍ଗୁଲି ନିର୍ବାଚିତ ହୋଇଛନ୍ତି । ୩୮ବର୍ଷୀୟ ଅଭିଷେକ ସବୁଠାରୁ କମ୍‌ ବୟସର ସଭାପତି ହେବାର ରେକର୍ଡ କରିଛନ୍ତି ।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)ର ପୂର୍ବତନ ସଭାପତି ସ୍ବର୍ଗତ ଜଗମୋହନ ଡାଲମିଆଙ୍କ ପୁତ୍ର ଅଭିଷେକ ଡାଲମିଆ ସିଏବିର ନୂତନ ସଭାପତି ଭାବେ ଚୟନ ହୋଇଛନ୍ତି । କ୍ରିକେଟ ଆସୋସିଏସନ ଅଫ୍ ବେଙ୍ଗଲ (ସିଏବି) ସଭାପତି ଭାବେ ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ସେହିଭଳି ସ୍ନେହାଶିଷ ଗାଙ୍ଗୁଲି ମଧ୍ୟ ସମ୍ପାଦକ ଭାବେ ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ସ୍ନେହାଶିଷ ଗାଙ୍ଗୁଲି । ସୌରଭ ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ହେବା ପରେ ସିଏବିର ସଭାପତି ପଦ ଖାଲି ରହିଥିଲା । ଏବେ ଅଭିଷେକ ଡାଲିମିଆ ସଭାପତି ହୋଇଛନ୍ତି ।  

ସିଏବିର ଅଧ୍ୟକ୍ଷ ହେବା ମୋ ପାଇଁ ବହୁତ ବଡ ସମ୍ମାନର ବିଷୟ । ଆସୋସିଏସନ୍‌ର ପ୍ରତ୍ୟେକ ସଦସ୍ୟଙ୍କ ସେମାନଙ୍କର ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛି । ପଡିଆ ବାହାରେ ଆଉ ଏକ ଟିମ୍‌ ରହିଛି । ମୁଁ ସଦାସର୍ବଦା ଚେଷ୍ଟା କରିବି ସେହି ଟିମ୍‌ଟି କିପରି ଠିକଣା ଭାବେ କାମ କରିବ । ବୋର୍ଡ ଥିବା ସଦସ୍ୟ ଓ ଆନଃରାଷ୍ଟ୍ରୀୟ ଖେଳାଳିଙ୍କ ପୁରା ସମର୍ଥନ ମିଳିବ ବୋଲି ଆଶା କରାଯାଇଛି । ମୋ ପିତାଙ୍କ କୋଠରୀରେ ବସିଥିବାରୁ  ମୁଁ ନିଜକୁ ଗର୍ବ ଅନୁଭବ କରୁଛି । ମୋ ଏହା ଭାବୁକର ସମୟ, କାହିଁକି ନା ଯେଉଁ କୋଠରୀରେ ମୋ ପିତା (ଜଗମୋହନ) ବସି କାର୍ଯ୍ୟ କରୁଥିଲେ । ସେହି କୋଠରୀ ମୁଁ ଆଜି ବସିଛି । ନିଜର ତୁଳନା କୌଣସି ପୂର୍ବତନ ଅଧ୍ୟକ୍ଷମାନଙ୍କ ସହିତ କରୁନାହିଁ । ସେମାନଙ୍କ ସ୍ଥାନ ବହୁ ଉପରେ ରହିଛି । ଇଡେନ ଗାର୍ଡେନ ଷ୍ଟାଡିୟମରେ କିପରି ଇନ୍ଡୋର ସୁବିଧା ଉପଲ୍ବଧ କରାଯିବା ସେଦିଗରେ ଆଗକୁ ଧ୍ୟାନ ଦିଆଯିବ । ସଭାପତି ଚୟନ ପରେ ଗଣମାଧ୍ୟମଙ୍କୁ ଏହିସବୁ ସୂଚନା ଦେଇଛନ୍ତି ଅଭିଷେକ ଡାଲିମିଆ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.