ଅଭିନନ୍ଦନଙ୍କୁ ଓ୍ଵାଘା ବର୍ଡ଼ରରୁ ସଂଙ୍ଖୋଳି ଆଣିଲେ ଧର୍ମପତ୍ନୀ ,ଦେଶବାସୀ ଏହି ଯୋଦ୍ଧାଙ୍କୁ କରିଥିଲେ ଅପେକ୍ଷା
1/03/2019 at 10:11 PM

ଓ୍ଵାଘା ୧/୩- ପାକିସ୍ତାନରେ ବନ୍ଦୀଥିବା ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ସାରାଦେଶ ଯେମିତି ଅପେକ୍ଷା କରିଥିଲା ପରିବାର ମଧ୍ୟ ଅପେକ୍ଷା କରିଥିଲା । ପାକିସ୍ତାନରୁ ମୁକୁଳିବା ପୂର୍ବରୁ ଅଭିନନ୍ଦନଙ୍କ ଧର୍ମପତ୍ନୀ ସମେତ ପରିବାର ଲୋକ ଥିଲେ ଉପସ୍ଥିତ । ସୀମାରୁ ଯାଇ ସଙ୍ଖୋଳି ଆଣିଥିଲେ ଅଭିନନ୍ଦନଙ୍କ ଧର୍ମପତ୍ନୀ ।

ଅଟାରିର ଲାଗିଥିଲା ଅସମ୍ଭବ ଭିଡ଼। ଏ ଭିଡ଼ ଭିତରେ ଯୋଡ଼ି ହୋଇ ରହିଥିଲା ଦେଶଭକ୍ତି। ଦେଶର ବୀର ସନ୍ତାନକୁ ସ୍ବାଗତ କରିବା ଲାଗିରହିଥିଲା ଏହି ଭିଡ଼।
କୂଟନୀତିର ଚକ୍ରବ୍ୟୁହରେ ଫସିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନା ଖାନ ଗତକାଲି ଘୋଷଣା କରିଥିଲେ ଯେ ପାକିସ୍ତାନ ସେନା କବଜା କରିରଖିଥିବା ଭାରତର ୱିଙ୍ଗ କମାଣ୍ଡରଙ୍କୁ ଆଜି ଛଡ଼ାଯିବ । କିନ୍ତୁ ଏହା ପୂର୍ବରୁ ସକାଳେ ଲାହୋର ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ପାକିସ୍ତାନ ସରକାରଙ୍କ ଘୋଷଣାକୁ ଚ୍ୟାଲେଞ୍ଜ କରାଯାଇଥିଲା। କିନ୍ତୁ ପାକ୍ କୋର୍ଟ ତାକୁ ଖାରଜ କରିଦେଇଥିଲେ।
ଦିନ ୪ଟା ୩୫ ୱାଘା ନିକଟରେ ପହଞ୍ଚିଥିଲା ପାକିସ୍ତାନୀ ସେନାର କନଭୟ । ସାଙ୍ଗରେ ଆସିଥିଲେ ଅଭିନନ୍ଦନ। ସେଠାରୁ ଅଟାରି ଗେଟ୍। ଅଭିନନ୍ଦନଙ୍କୁ ଆସିବାକୁ ନେଇ ଆଜି ୱାଘାରେ ଭାରତର ବିଟିଂ ଦ ରିଟ୍ରିଟକୁ ବନ୍ଦ କରାଯାଇଥିଲା।
ଯେତେବେଳେ ଆକାଶରେ ପାକିସ୍ତାନ ଓ ଭାରତର ବିମାନ ମୁହାଁମୁହିଁ ହୋଇଥିଲେ। ସେତେବେଳେ ଅଭିନନ୍ଦନ ଦେଖାଇଥିଲେ ଅପୂର୍ବ ସାହସିକତା। ମିଗ୍ ବିମାନରେ ପାକିସ୍ତାନର ଏଫ ସିକ୍ସଟିନ ବିମାନକୁ ଚ୍ୟାଲେଞ୍ଜ ଦେବା କିଛି ଛୋଟିଆ କଥା ନଥିଲା।
ଯେତେବେଳେ ଆକାଶରେ ପାକିସ୍ତାନ ଓ ଭାରତର ବିମାନ ମୁହାଁମୁହିଁ ହୋଇଥିଲେ। ସେତେବେଳେ ଅଭିନନ୍ଦନ ଦେଖାଇଥିଲେ ଅପୂର୍ବ ସାହସିକତା। ମିଗ୍ ବିମାନରେ ପାକିସ୍ତାନର ଏଫ ସିକ୍ସଟିନ ବିମାନକୁ ଚ୍ୟାଲେଞ୍ଜ ଦେବା କିଛି ଛୋଟିଆ କଥା ନଥିଲା।
ଆଉ ପାକିସ୍ତାନର ଏଫ ୧୬ ମଧ୍ୟ ଖସାଇଦେଇଥିଲେ। ତେବେ ନିଜ ବିମାନ କ୍ରାସ ହୋଇଯିବାରୁ ପାକିସ୍ତାନରେ ଖସିଯାଇଥିଲେ ସେ । ସେଠାରେ ମଧ୍ୟ ଅପୂର୍ବ ସାହସିକତା ଦେଖାଇଥିଲେ। ନିଜ ପାଖରେ ଥିବା ସବୁ ପ୍ରମାଣକୁ ନଷ୍ଟ କରିଦେଇଥିଲେ। ଆଉ ମନରୁ ବିଶ୍ବାସ ତୁଟିନଥିଲା ସେ ନିଶ୍ଚୟ ଫେରିବେ। ଆଉ ସମାନ ବିଶ୍ବାସ ରଖିଥିଲେ ଅଭିନନ୍ଦନଙ୍କ ବାପା ମା। ଯିଏ ତାଙ୍କୁ ସ୍ବାଗତ କରିବା ଲାଗି ଅଟାରିରେ ପହଞ୍ଚିଥିଲେ।