ଭାରତୀୟ ବାୟୁସେନାରେ ତିନିପିଢ଼ି ଧରି ଦେଶସେବା କରିଆସୁଛନ୍ତି ଅଭିନନ୍ଦନଙ୍କ ପରିବାର

Published By : Prameya-News7 Bureau | February 28, 2019 IST

ନୂଆଦିଲ୍ଲୀ ୨୮/୨-ବାୟୁସେନା ବିଭାଗର ଓ୍ଵିଇଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ପରିବାର ତିନିପୀଢ଼ି ଧରି ଦେଶର ସେବା କରୁଛନ୍ତି । କେବଳ ଅଭିନନ୍ଦନ ନୁହେଁ, ପରିବାରର ବାପା-ଦାଦା-ସ୍ତ୍ରୀ  ବି ବାୟୁସେନାରେ ରହି ଦେଶର ସୁରକ୍ଷାପାଇଁ ଦେଇଛନ୍ତି ତ୍ୟାଗ ।

ପୁଲଓ୍ଵମା ଘଟଣାର ପ୍ରତିଶୋଧ ନେଇଥିଲା ଭାରତ । ବାଲାକୋଟରେ ସର୍ଜିକାଲ ଷ୍ଟ୍ରାଇକ କରି ୩୦୦ରୁ ଅଧିକ ଆତଙ୍କୀଙ୍କୁ ମାରିବାକୁ ସକ୍ଷମ ହୋଇଥିଲା ।

ପୁଲଓ୍ଵମା ଘଟଣାପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦେଖାଦେଇଥିଲା ଯୁଦ୍ଧ ପରିସ୍ଥିତି । ପାକିସ୍ତାନୀ ବାୟୁସେନା ବୁଧବାରଦିନ ଭାରତ ସୀମାକୁ ପଶିଆସିଥିଲା । ପାକିସ୍ତାନି ବାୟୁସେନାକୁ ଜବାବ ଦେବା ପାଇଁ ଭାରତୀୟ ବାୟୁସେନା ମଧ୍ୟ ଟକ୍କର ଦେଇଥିଲା । ଏହି ସମୟରେ ଭାରତୀୟ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ବାୟୁସେନାର ବିମାନ ଧ୍ଵଂସ ହୋଇଯାଇଥିଲା । ବାୟୁସେନାର ବିମାନ ଧ୍ଵଂସ ହେବାପରେ ଓ୍ଵିଙ୍ଗ ପାଇଲଟ ଅଭିନନ୍ଦନ ପାରାଚ୍ୟୁଟରେ ଓହ୍ଲାଇ ଆସିଥିଲେ ସତ ପାକିସ୍ତାନ ସୀମାରେ ଭୁଲରେ ଅବତରଣ କରିଥିଲେ । ଫଳରେ ପାକିସ୍ତାନୀ ସୈନ୍ୟଙ୍କ ହାତରେ ବନ୍ଦୀ ହୋଇଥିଲେ । କୂଟନୈତିକ ସ୍ତରରେ ଭାରତ ବିଜୟ ହେବାପରେ ଅଭିନନ୍ଦନଙ୍କୁ ଛାଡ଼ିବାକୁ ପାକିସ୍ତାନ ରାଜିହୋଇଥିଲା ।

ଦେଶପାଇଁ ଗର୍ବ ଗୌରବ ଆଣିଥିବା ଅଭିନନ୍ଦନଙ୍କ ପରିବାର ଦେଶପାଇଁ ସବୁବେଳେ ସମର୍ପିତ । ଅଭିନନ୍ଦନଙ୍କ ବାପାଥିଲେ ମଧ୍ୟ ଜଣେ ସୁଦକ୍ଷ ପାଇଲଟ । ସେ ଏକକାଳୀନ ୪ହଜାର ଘଣ୍ଟାର ବିମାନ ଉଡ଼ାଣ କରି ଦେଶପାଇଁ ଆଣିଥିଲେ ଗୌରବ । ୧୯୭୩ ମସିହାରେ ବାୟୁସେନାର ଅଭିନନ୍ଦନଙ୍କ ବାପା ଯୋଗଦେଇଥିଲେ । କାରଗିଲ ଯୁଦ୍ଧ ସମୟରେ ବାୟୁସେନାର ନେତୃତ୍ଵନେଇ ସେ ପାକିସ୍ତାନ ବିପକ୍ଷରେ ଲଢ଼େଇ କରିଥିଲେ ।

ଅଭିନନ୍ଦନଙ୍କ ଦାଦା ମଧ୍ୟ ବାୟୁସେନାରେ ଯୋଗଦେଇ ଦେଶପାଇଁ ଗର୍ବ ଆଣିଥିଲେ । ବିଶ୍ଵଯୁଦ୍ଧ ସମୟରେ ଅଭିନନ୍ଦନଙ୍କ ଦାଦା ଜଣେ ବିଚକ୍ଷଣ ପାଇଲଟଭାବେ ଜଣାଶୁଣା ଥିଲେ ।

ଅଭିନନ୍ଦନଙ୍କ ସ୍ତ୍ରୀ ମଧ୍ୟ ବାୟୁସେନାରେ ବଡ଼ ପଦବୀରେ ନିଜ ଦାୟିତ୍ଵ ତୁଲାଇଥିଲେ । ଦେଶପାଇଁ  ଅଭିନନ୍ଦନଙ୍କ ସାରା ପରିବାର ଥିଲା ସମର୍ପିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.