Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ସାହସକୁ ସଲାମ ; ପାକିସ୍ତାନ ପାଖରେ ପ୍ରମାଣ ନ ଛାଡ଼ିବାକୁ ଫାୟାରିଂ କରି ଦୌଡ଼ିଥିଲେ ଓ୍ଵିଇଙ୍ଗ କମାଣ୍ଡର ଅଭିନନ୍ଦନ

28/02/2019 at 8:29 PM

ନୂଆଦିଲ୍ଲୀ ୨୮/୨- ଭାରତର ବାୟୁସେନାର ଓ୍ଭିଇଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ପାଇଁ ଦେଶ ଆଜି ଗର୍ବିତ । ନିଜର ତ୍ୟାଗ ଓ ପରାକାଷ୍ଠା ଦେଖାଇ ସାରା ଦୁନିଆର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ।  ବିମାନ କ୍ରାସ ହେଲାପରେ ପାରାଚ୍ୟୁଟରେ ଓହ୍ଲାଇ ପାକିସ୍ତାନରେ ପହଂଚିଥିଲେ ।  ତାଙ୍କ ପାଖରେ  ଭାରତର ବହୁତ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଥିଲା  । ଏହି ଗୁରୁତ୍ଵପୂର୍ଣ୍ନ କାଗଜପତ୍ର ପାକିସ୍ତାନର ହସ୍ତଗତ ହୋଇଗଲେ ଭାରତର ବାୟୁସେନାର ସମସ୍ତ ତଥ୍ୟ ମଧ୍ୟ ଚୋରି ହେବାର ଆଶଙ୍କା ଥିଲା  । ଏହି କାରଣରୁ ଅଭିନନ୍ଦନ  ପ୍ରାଣପ୍ରଣେ ଚେଷ୍ଟାକରି ନିଜପାଖରୁ ସମସ୍ତ ଡ଼କ୍ୟୁମେଣ୍ଟକୁ ନଷ୍ଟ କରିବାକୁ ଫାୟାରିଂ କରିବା ସହ ଦୌଡ଼ିବାକୁ ପଡ଼ିଥିଲା । ଏହି ଦୌଡ଼ିବା ସମୟରେ ସେ ସମସ୍ତ କାଗଜପତ୍ରକୁ ନଷ୍ଟ କରିଦେବାକୁ ସକ୍ଷମ ହୋଇଥିଲେ ।

ବିମାନ କ୍ରାସ ହେବାପରେ ପାରାଚ୍ୟୁଟରେ ତଲକୁ ଓହ୍ଲାଇଥିଲେ ଅଭିନନ୍ଦନ । ସେ ଭୁଲବଶତଃ ସୀମାଠାରୁ ୭କି.ମି. ଭିତରକୁ ପାକିସ୍ତାନର ଏକ ଗାଁରେ ଓହ୍ଲାଇ ପଡ଼ିଥିଲେ । ଏହି ସମୟରେ ରଜ୍ଜାକର ଫୌରାନ ଗାଁରେ ଅଭିନନ୍ଦନ ଓହ୍ଲାଇଲା ପରେ ବହୁତଲୋକ ତାଙ୍କୁ ଘେରି ଯାଇଥିଲେ  । ସେହି ଗାଁର ଲୋକମାନେ ଅଭିନନ୍ଦନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅଭିନନ୍ଦନ ତାଙ୍କୁ ଧରାଦେବାକୁ ପ୍ରଶୟ ଦେଇ ନଥିଲେ । ଅଭିନନ୍ଦନ ପାରାଚ୍ୟୁଟରେ ଓହ୍ଲାଇବା କଥା ସେମାନେ ପାକିସ୍ତାନ ସେନାବାହୀନିକୁ ଖବର ଦେଇଥିଲେ  ।

ଏହି ସମୟରେ ଅଭିନନ୍ଦନ ହଠାତ ଦୌଡ଼ିବାକୁ ଆରମ୍ଭ କରିଥିଲେ । ଦୌଡ଼ିବାର କାରଣଥିଲା ଅଭିନନ୍ଦନଙ୍କ ପାଖରେ ଭାରତ ବାୟୁସେନାର ଅନେକ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଥିଲା । ଯାହାକୁ ପାକିସ୍ତାନ ହାତକୁ ହସ୍ତାନ୍ତର ହୋଇଯାଉବୋଲି ଚାହୁଁ ନ ଥିଲେ । କାରଣ ଅଭିନନ୍ଦନ ଜାଣିଥିଲେ କିଛି ସମୟପରେ ନିଶ୍ଚୟ ପାକିସ୍ତାନ ସେନା ହାତରେ ଧରାପଡ଼ିବେ ।

ଅଭିନନ୍ଦନଙ୍କୁ ଧରିବା ପୂର୍ବରୁ ତାଙ୍କ ପାଖରେ ଥିବା ବନ୍ଧୁକରୁ ଗୁଳି ବର୍ଷଣ କରିଥିଲେ । କାରଣ ତାଙ୍କୁ ଧରିନେଲେ ତାଙ୍କ ପାଖରେ ଥିବା ବାୟୁସେନାର ସମସ୍ତ କାଗଜପତ୍ର ପାକିସ୍ତାନର ହସ୍ତଗତ ହୋଇଯିବା ଭୟରେ ଫାୟାରିଂ କରିବା ସହ ଦୌଡ଼ିବା ଆରମ୍ଭ କରିଥିଲେ । ସେ ଦୌଡ଼ି ଦୌଡ଼ି ୧କି.ମି. ପର୍ଯ୍ୟନ୍ତ ଯିବା ଭିତରେ ତାଙ୍କ ପାଖରେ ଥିବା ସମସ୍ତ କାଗଜପତ୍ରକୁ ନଷ୍ଟ କରିଦେଇଥିଲେ ଅଭିନନ୍ଦନ ।

ତା ପରେ ପାକିସ୍ତାନ ସେନାଙ୍କ କବଜ୍କାରେ ଫସିଯାଇଥିଲେ ଅଭିନନ୍ଦନ । ସେମାନେ ତାଙ୍କୁ ଗିରଫ କରି ଅନେକ ତଥ୍ୟ ଆଦାୟ କରିବାକୁ ଚାହିଁଥିଲେ ସେମିତିକିଛି ପାଇ ନଥିଲେ ।

ସାହସକୁ ସାବାସ ! ନିଜର ବୀରତ୍ଵପାଇଁ ଆଜି ଅଭିନନ୍ଦନଙ୍କ ପାଇଁ ସାରା ଦେଶ ପ୍ରଂଶସାମୁଖର ।

   

   Related Posts