ବାଚାଳ ଆଫ୍ରିଦି: ପୁଣି ଦେଲେ ବିବାଦୀୟ ମନ୍ତବ୍ୟ, କହିଲେ 'ଅଭିନନ୍ଦନ ନୁହନ୍ତି ହିରୋ'

Published By : Prameya-News7 Bureau | May 26, 2020 IST

ନୂଆଦିଲ୍ଲୀ, ୨୬|୦୫: ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି ଲଗାତାର ଭାବେ ବିବାଦୀୟ ବୟାନ ଦେଇ ଆସୁଛନ୍ତି । ସେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କାଶ୍ମୀର ଉପରେ ବିବାଦୀୟ ଟିପ୍ପଣୀ ଦେଇଥିଲେ । ଏବେ ସେ ଭାରତର ହିରୋ  ପାଇଲଟ୍ ଅଭିନନ୍ଦନ ବର୍ତ୍ତମାନଙ୍କୁ ସମାଲୋଚନା କରିଛନ୍ତି ।

wp:html /wp:html

ଆଫ୍ରିଦି କହିଛନ୍ତି ଯେ, ଅଭିନନ୍ଦନଙ୍କୁ ପାକିସ୍ତାନୀ ସେନା ତଳେ ଖସାଇ ଦେଇଥିଲା । ଏହାପରେ ମଧ୍ୟ ଭାରତ ତାଙ୍କୁ ହିରୋ କହୁଛି । ଏହାସହ ସେ ଧର୍ମର ରାଜନୀତି ଖେଳିବା ସହ ଭାରତ ବିରୋଧରେ ସାଙ୍ଘାତିକ ଅଭିଯୋଗ ଲଗାଇଛନ୍ତି ।

ଆଫ୍ରିଦି ଏକ ଟିଭି ସାକ୍ଷାତକାରରେ କହିଛନ୍ତି ଯେ, ପାକିସ୍ତାନ ସେନା ସର୍ବଦା ସକରାତ୍ମକ ମନୋଭାବ ପୋଷଣ କରିଥାଏ । ଯେଉଁ ଅଭିନନ୍ଦନ ପାକିସ୍ତାନକୁ ଆସିଥିଲେ ତାଙ୍କୁ ମଧ୍ୟ ଚା ପ୍ରଦାନ କରାଯାଇଥିଲା । ଯାହାକୁ ପାକିସ୍ତାନ ତଳେ ଖସାଇ ଦେଇଥିଲା ତାଙ୍କୁ ଭାରତ ହିରୋ କରିଦେଲା । ଭାରତ ଆଗକୁ ଆସିବା ଦରକାର । ଭାରତୀୟମାନେ ମଣିଷ ଭାବେ କାମ କରନ୍ତୁ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, କାଶ୍ମୀରରେ ହିନ୍ଦୁଙ୍କ ଉପରେ ଆକ୍ରମଣ ହେଉଥିଲେ ସେ ସ୍ୱର ଉତ୍ତୋଳନ କରିଥାନ୍ତେ । ପାକିସ୍ତାନ ସର୍ବଦା ସକରାତ୍ମକ ସଙ୍କେତ ଦେଇଥାଏ । ପାକିସ୍ତାନ ସମ୍ପର୍କ ସୁଧାରିବା ବାବଦରେ ଆଲୋଚନା କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.