ରାଜ୍ୟ ପାଇଁ ଗୌରବ, କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିଳାଷ’

Published By : Prameya-News7 Bureau | October 07, 2020 IST

ଭୁବନେଶ୍ୱର ୦୭।୧୦ : ଫ୍ରାନ୍ସର କାନ୍‌ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଡିକେ ଫିଲ୍ମ ପ୍ରଯୋଜିତ ‘ଅଭିଳାଷ’ ନାମକ ଏକ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ମନୋନୀତ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛି । କୋଭିଡ୍‌-୧୯ ଲକ୍‌ଡାଉନ୍‌ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଅନ୍ତିମ ପର୍ଯ୍ୟାୟରେ ଜୁରୀମାନଙ୍କ ଦ୍ୱାରା ମନୋନୀତ ହୋଇଛି । ୯ଟି ଦେଶ ସହିତ ଭାରତର ଚଳଚ୍ଚିତ୍ର ଏହି ଉତ୍ସବକୁ ମନୋନୀତ ହୋଇଛି ।

ଗଞ୍ଜାମ ହିଞ୍ଜିଳିକାଟୁର ନୃତ୍ୟକଳା ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଗୁରୁ କୃଷ୍ଣଚନ୍ଦ୍ର ସାହୁଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟିକୁ ସମୀକ୍ଷକମାନେ ଦେଖି ଭୂୟସୀ ପ୍ରଶଂସା କରିଥିଲେ । ଏହି ସଫଳତା ସମ୍ପର୍କରେ ଶ୍ରୀ ସାହୁ କହିଛନ୍ତି, ବହୁତ ଖୁସି ଏବଂ ଆନନ୍ଦିତ । ଚଳଚ୍ଚିତ୍ରଟି ମହାମାରୀ ସମୟରେ ସୁରକ୍ଷିତ ରହିବା ପାଇଁ ବାର୍ତ୍ତା ଦେବା ସହ ଲକ୍‌ଡାଉନ୍‌ ଉପରେ ଆଧାରିତ ଏବଂ ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାର ଜିତିଛି । ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହେବା ପାଇଁ ମନୋନୀତ ୮୨ଟି ଚଳଚ୍ଚିତ୍ର ମଧ୍ୟରୁ ଭାରତରୁ ୪ଟି ସିନେମା ଯାଇଛି । ସେଥିରେ ଚଳଚ୍ଚିତ୍ର ‘ଅଭିଳାଷ’ ଅନ୍ୟତମ । ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌କୁ ବାତିଲ କରାଯାଇଛି । ଆୟୋଜକମାନେ ଚଳିତ ବର୍ଷର ଅଫିସିଆଲ୍‌ ସିଲେକ୍ସନ୍‌ରୁ ଫିଲ୍ମ ସ୍କ୍ରିନିଂ କରିବାକୁ ଯୋଜନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.