Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ମନୀଷ ରାୟସିଂଘାନ ଏବଂ ଅଭିକା ଗୋରଙ୍କର ସିକ୍ରେଟ୍ ଚାଇଲ୍ଡ ଥିବା ନେଇ ଗୁଜବ, ଅଭିକା କହିଲେ- ସେ ମୋ ବାପା ବୟସର…

21/06/2021 at 3:53 PM

ନୂଆଦିଲ୍ଲୀ ୨୧/୦୬: ଅଭିକା ଗୋର ନିଜ ଏବଂ ମନୀଷ ରାଇସିଂଘାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ସମ୍ପର୍କ ଗୁଜବକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ଏକ ସମୟରେ ଗୁଜବ ଥିଲା ଯେ ସେମାନଙ୍କର ଏକ ସିକ୍ରେଟ୍ ଚାଇଲ୍ଡ ଅଛି ।

Avika Gor on rumours that she had a secret child with Manish Raisinghan:  'He's almost my dad's age' - Hindustan Times

ପୂର୍ବତନ କୋ-ଷ୍ଟାର ମନୀଷ ରାଇସିଂଘାନଙ୍କ ସହ ଲିଙ୍କ ଅପ୍ ଗୁଜବକୁ ନେଇ ଅଭିନେତା ଅଭିକା ଗୋର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଅତୀତରେ ସେମାନେ ଏହା ଦ୍ୱାରା ଖୁବ୍ ପ୍ରଭାବିତ ହୋଇଥିଲେ। ଯାହାଫଳରେ ସେମାନେ ପରସ୍ପରଠାରୁ ଦୂରେଇ ରଖିବାକୁ ସ୍ଥିର କରିଥିଲେ, ଏବଂ ଦୁଇ ସପ୍ତାହ ପର୍ଯ୍ୟନ୍ତ କଥା ହୋଇନଥିଲେ ।

ଅଭିକା ଗୋର ଏବଂ ମନୀଷ ରାଇସିଂଘାନ୍ ‘ସସୁରାଲ୍ ସିମର କା’ ରେ ଏକାଠି କାମ କରିଥିଲେ ଏବଂ ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ଏକ ସମୟରେ ସେମାନଙ୍କର ସିକ୍ରେଟ୍ ଚାଇଲ୍ଡ ଥିବା ଗୁଜବ ହୋଇଥିଲା। ଗୁଜବ ସତ କି ବୋଲି ପଚରାଯିବାରୁ ସେ ଆରଜେ ସିଦ୍ଧାର୍ଥ କନ୍ନନଙ୍କୁ କହିଥିଲେ, “ଏହା ଅସମ୍ଭବ! ଆଦୌ ନୁହେଁ! ଏହା ଗୁଜବ ଯେ ଆମର ଏକ ସିକ୍ରେଟ୍ ଚାଇଲ୍ଡ ଅଛି । ଆମେ ଏବେ ବି ଅତି ନିକଟତର ଏବଂ ସର୍ବଦା ରହିବୁ। ମୋ ଜୀବନରେ ତାଙ୍କ ପାଇଁ ଏକ ସ୍ୱନ୍ତ୍ର ସ୍ଥାନ ରହିଛି। ୧୩ ବର୍ଷ ବୟସରୁ ଆଜି ପର୍ଯ୍ୟନ୍ତ ମୋର ଯାତ୍ରା ସମୟରେ ସେ ମୋର ଜଣେ ଅତି ଘନିଷ୍ଠ ବନ୍ଧୁ ହୋଇ ରହିଛନ୍ତି। “

‘ମୁଁ ତାଙ୍କଠାରୁ ବହୁତ କିଛି ଶିଖିଛି। ସେ ମୋ ଠାରୁ ୧୮ ବର୍ଷ ବଡ। ମୁଁ ଏବେବି ତାଙ୍କ ଭିତରେ ଏକ ଛୋଟ ପିଲାର ମନକୁ ଅନୁଭବ କରିପାରେ । ଏବେବି ଯେତେବେଳେ ଲୋକମାନେ ଆମ ଭିତରେ ଥିବା ସମ୍ପର୍କ ବିଷରେ ପଚାରନ୍ତି ମୁଁ ସେମାନକୁ ଉତ୍ତର ଦିଏ ‘ୟାର, ସେ ମୋ ବାପାଙ୍କ ଠାରୁ ଟିକିଏ ଛୋଟ ହେବେ ।‘

   Related Posts