ବାଲିକା ବଧୂଙ୍କୁ ହେଲା ପ୍ରେମ : ରୋଡିଜର ଏକ୍ସ-କଣ୍ଟେଷ୍ଟାଣ୍ଟ୍ ମିଲିନ୍ଦ ଚାନ୍ଦଓ୍ବାନିଙ୍କ ସହ ଡେଟ୍ କରୁଥିବା କଥାକୁ ଅଫିସିଆଲ୍ କଲେ ଅବିକା ଗୌର

Published By : Prameya-News7 Bureau | November 12, 2020 IST

ମୁମ୍ବାଇ ୧୨/୧୧: କମ୍ ବୟସରେ ଟିଭି ଧାରାବାହିକ ‘ବାଳିକା ବଧୂ’ରେ ଆନନ୍ଦି ଭୂମିକାରେ ଘରେ ଘରେ ଲୋକପ୍ରିୟ ହୋଇଥିବା ଅବିକା ଗୌର ନିକଟରେ ନିଜର ଜବରଦସ୍ତ ଟ୍ରାନ୍ସଫର୍ମେସନଯୋଗୁଁ ଚର୍ଚ୍ଚାରେ ଆସିଥିଲେ। ସେ ନିଜର ୧୩କିଲୋ ଓଜନ କମ୍ କରିଛନ୍ତି। ଏବେ ଅବିକା ନିଜ ଲଭ ଲାଇଫ ଯୋଗୁଁ ଚର୍ଚ୍ଚାରେ ଅଛନ୍ତି। ଅବିକା ସୋସିଆଲ ମିଡିଆରେ ରୋଡିଜର ଏକ୍ସ କଣ୍ଟେଷ୍ଟାଣ୍ଟ ଏବଂ ସୋସିଆଲ ଆକ୍ଟିଭିଷ୍ଟ ମିଲିନ୍ଦ ଚାନ୍ଦଓ୍ବାନିଙ୍କ ସହ ନିଜ ରିଲେସନଶିପକୁ କନଫର୍ମ କରିଛନ୍ତି।

{"id":360520,"sizeSlug":"large"}

ଅବିକା ଏକ ଲମ୍ବା ଚଉଡ଼ା ପୋଷ୍ଟ୍ ସେୟାର କରିଛନ୍ତି ଏବଂ ମିଲିନ୍ଦଙ୍କ ସହ ଗୋଆ ହଲିଡେର କିଛି ଫଟୋ ସେୟାର କରି ଲେଖିଛନ୍ତି ଯେ ‘ମୋ ପ୍ରାର୍ଥନା ସ୍ବୀକାର ହେଲା। ମୋତେ ମୋ ଜୀବନର ପ୍ରେମ ମିଳିଗଲା। ଏହି ଦୟାଳୁ ବ୍ୟକ୍ତି ମୋର ଏବଂ ମୁଁ ତାର। ସବୁଦିନ ପାଇଁ। ଆମେ ସମସ୍ତେ ଏପରି ପାର୍ଟନର ଚାହୁଁଛୁ ଯିଏ ଆମକୁ ବୁଝିବ,ଆମ ଉପରେ ଭରସା କରିବ,ଆମ ସାହସ ବଢ଼ାଇବ ଏବଂ ଆମ କେୟାର କରିବ।କିନ୍ତୁ ଆମକୁ ଲାଗିଥାଏ ଯେ ଏପରି ପାର୍ଟନର ମିଳିବା ଅସମ୍ଭବ। ସେଥିପାଇଁ ମୋତେ ଏହା ସବୁ ସ୍ବପ୍ନ ଭଳି ଲାଗୁଛି,କିନ୍ତୁ ଏହା ସତ। ମୁଁ ଆପଣ ମାନଙ୍କ ପାଇଁ ପ୍ରାର୍ଥନା କରିବି। ମୁଁ ଚାହୁଁଛି ଯେପରି ମୁଁ ଫିଲ୍ କରୁଛି ସେହିପରି ଆପଣ ସମସ୍ତେ ବି ଫିଲ୍ କରନ୍ତୁ। ମୁଁ ଭଗବାନଙ୍କୁ ଧନ୍ୟବାଦ କହିବାକୁ ଚାହୁଁଛି ଯେ ସେ ମୋତେ ଏହା ଅନୁଭବ କରାଇଲେ କାରଣ ଏହା ମୋ ଜୀବନର ସବୁଠୁ ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟ ହେବାକୁ ଯାଉଛି।ନା,ନା,ମୁଁ ଏବେ ବିବାହ କରୁନାହିଁ। କିନ୍ତୁ ଲୋକେ କ’ଣ କହିବେ ବାଲା ବିଚାର ତ ଏବେ ଯାଇ ସାରିଛି। ଏଥିପାଇଁ ଏହି ପ୍ରେମ ବିଷୟରେ ଖୋଲାଖୋଲି କହିବାକୁ ଚାହୁଁଥିଲି। କେହି ମୋ ଦୁନିଆକୁ ଏହି ଉଦ୍ଦେଶ୍ୟରେ ଆସିଛି ଯେ ଏହାକୁ ସୁଖରେ ଭରିବ।’

{"id":360522,"width":576,"height":325,"sizeSlug":"large"}

ଅବିକା ଏବେ ୨୩ବର୍ଷର ହୋଇ ସାରିଛନ୍ତି। ସେ ୨୦୦୮ମସିହାରେ ନିଜ ଆକ୍ଟିଂ କ୍ୟାରିୟର ଟେଲିଭିଜନ ଧାରାବାହିକ ବାଲିକା ବଧୂରୁ ଆରମ୍ଭ କରିଥିଲେ ଯେଉଁଥିପାଇଁ ତାଙ୍କୁ ଅତ୍ୟଧିକ ଲୋକପ୍ରିୟତା ମିଳିଥିଲା।

{"id":360523,"sizeSlug":"large"}

ଏହା ପରେ ସେ ଶଶୁରାଲ ସିମର କା,ଲାଡୋ:ବୀରପୁର କି ମର୍ଦାନି ଏବଂ ନନ ଫିକ୍ସନ ଶୋ ଝଲକ ଦିଖଲା ଜା,ବକ୍ସ କ୍ରିକେଟ ଲିଗ୍,ଖତରୋଁ କେ ଖିଲାଡ଼ି୯ରେ ନଜର ଆସିଛନ୍ତି। ୨୦୧୩ମସିହାରେ ଅବିକା ଫିଲ୍ମରେ ପ୍ରବେଶ କରିଥିଲେ। ସେ ତେଲୁଗୁ ଏବଂ କନ୍ନଡ଼ ଫିଲ୍ମରେ ନଜର ଆସି ସାରିଛନ୍ତି।

{"id":360525,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.