ଫ୍ୟାଟ୍ ଟୁ ଫିଟ୍ : ୧୩କିଲୋ ଓଜନ କମ୍ କଲେ ବାଳିକା ବଧୂ ଫେମ୍ ଅବିକା ଗୌର,କହିଲେ ‘ଦିନେ ବଡ଼ ହାତ,ଗୋଡ଼ ଏବଂ ପେଟକୁ ଦେଖି ଆଇନା ଆଗରେ ବହୁତ କାନ୍ଦିଥିଲି’

Published By : Prameya-News7 Bureau | October 29, 2020 IST

ମୁମ୍ବାଇ ୨୯/୧୦: କମ୍ ବୟସରେ ବାଳିକା ବଧୂରେ ଆନନ୍ଦି ଭୂମିକାରେ ଅଭିନୟ କରି ଘରେ ଘରେ ଲୋକପ୍ରିୟ ହୋଇଥିବା ଅବିକା ଗୌରଙ୍କୁ ନିଜର ବର୍ଦ୍ଧିତ ଓଜନ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଏଥିରୁ ଆଶ୍ବସ୍ତି ପାଇବା ପାଇଁ ଅବିକା ବର୍ଷେ ନିଜ ଶରୀର ପ୍ରତି ଧ୍ୟାନ ଦେଇ ନିଜକୁ ପୂରାପୂରି ଟ୍ରାନ୍ସଫର୍ମ କରିଥିଲେ। ସେ ୧୩କିଲୋ ଓଜନ କମ୍ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ବହୁତ ଝାଳ ବୁହାଇବାକୁ ପଡ଼ିଛି। ଏହି ଯାତ୍ରାକୁ ସେୟାର କରି ସେ କହିଛନ୍ତି ଯେ ସେ ବର୍ଷେ ପୂର୍ବରୁ ନିଜ ଶରୀରକୁ ନେଇ ଅସନ୍ତୁଷ୍ଟ ଥିଲେ ଏବଂ ନିଜକୁ ଘୃଣା କରିବାକୁ ଲାଗିଥିଲେ। ଏହା ପରେ ସେ ଓଜନ କମ୍ କରିବାକୁ ନିଷ୍ପତ୍ତି ନେଇଥିଲେ।

{"id":352931,"sizeSlug":"large"}

ଅବିକା ନିକଟରେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରୁ ଏକ ଗ୍ଲାମରସ୍ ଫଟୋ ସହ ନିଜ ଓ୍ବେଟ୍ ଲସ୍ ଜର୍ଣ୍ଣି ସେୟାର କରି ଲେଖିଛନ୍ତି ଯେ ତାଙ୍କୁ ଆଜି ବି ଗତ ବର୍ଷ ରାତି ମନେ ଅଛି ଯେତେବେଳେ ସେ ନିଜକୁ ଆଇନାରେ ଦେଖିଥିଲେ ଏବଂ କାନ୍ଦିବାକୁ ଲାଗିଥିଲେ। ବଡ଼ ହାତ,ଗୋଡ଼ ଏବଂ ବଢ଼ିଥିବା ପେଟ। ସେ ବହୁତ କିଛି ଯିବାକୁ ଦେଇଥିଲେ। ଯଦି ଏହା କୌଣସି ରୋଗ ପାଇଁ ହୋଇଥାନ୍ତା ତେବେ ତାଙ୍କୁ ଫରକ ପଡ଼ିନଥାନ୍ତା କାରଣ ତେବେ ଏହା ତାଙ୍କ ନିୟନ୍ତ୍ରଣ ବାହାରେ ହୋଇଥାନ୍ତା। ଏହାର କାରଣ ଥିଲା ତାଙ୍କ ଓ୍ବାର୍କଆଉଟ୍ ନ କରିବା ଏବଂ ସବୁ କିଛି ଖାଇବା ଥିଲା। ଶରୀରକୁ ଭଲ ଭାବେ ଟ୍ରିଟ୍ କରିବାକୁ ପଡ଼ିଥାଏ କିନ୍ତୁ ସେ ଏହାକୁ ଜମା ସମ୍ମାନ ଦେଇନଥିଲେ।

{"id":352932,"sizeSlug":"large"}

ଆଗକୁ ଅବିକା କହିଥିଲେ ଯେ ସେ ଯେପରି ଦେଖାଯାଉଥିଲେ ତାହା ତାଙ୍କୁ ଜମା ପସନ୍ଦ ନଥିଲା। ସେ ଡାନ୍ସକୁ ବହୁତ ଭଲ ପାଆନ୍ତି କିନ୍ତୁ ସେ କିପରି ଦେଖାଯିବେ ଭାବି ଜମା ନାଚି ପାରୁନଥିଲେ। ସେ ନିଜକୁ ଜଜ୍ କରିବା ଏବଂ ନିଜ ବିଷୟରେ ଖରାପ ଭାବିବାରେ ଏତେ ବ୍ୟସ୍ତ ଥିଲେ ଯେ ସେ ବାହାର ଲୋକଙ୍କ ପାଇଁ ତାଙ୍କୁ ନେଇ ଖରାପ ଭାବିବାକୁ ଆଶା ଛାଡ଼ିନଥିଲେ। ଏଭଳି ଇନସିକ୍ୟୁରିଟି ସବୁବେଳେ ତାଙ୍କ ମନରେ ଚାଲିଥିଲା ଏବଂ ଏହା ଦ୍ବାରା ତାଙ୍କୁ ଇରିଟେଟିଂ ଫିଲ୍ ହେଉଥିଲା।

{"id":352933,"sizeSlug":"large"}

ନିଜ ଓ୍ବେଟ୍ ଲସ୍ ଜର୍ଣ୍ଣିକୁ ଆରମ୍ଭ କରିବା ଉପରେ ଅବିକା କହିଛନ୍ତି ଯେ ଦିନେ ସେ ନିଷ୍ପତ୍ତି ନେଲେ ଯେ ଏବେ ବହୁତ ହୋଇଗଲା ,ଏବେ ତାଙ୍କୁ ବଦଳିବାକୁ ପଡ଼ିବ। କିଛି ରାତାରାତି ବଦଳିନଥାଏ। ସେ ଠିକ୍ ଜିନିଷ ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲେ। ସେହି ଜିନିଷ ଉପରେ ଯାହାକୁ ନେଇ ତାଙ୍କୁ ଗର୍ବ ଅନୁଭବ ହୋଇଥାଏ,ଯେପରିକି ଡାନ୍ସିଂ। ସେ ସବୁବେଳେ ଭଲ ଖାଇବାକୁ ଏବଂ ଓ୍ବାର୍କ ଆଉଟ୍ କରିବାକୁ ଭାବୁଥିଲେ। ଏହି ସମୟରେ ତାଙ୍କୁ ବହୁତ ସମସ୍ୟା ହୋଇଥିଲା କିନ୍ତୁ ସେ ଅଟକି ନଥିଲେ। ତାଙ୍କୁ ଗାଇଡ କରିବା ପାଇଁ ତାଙ୍କ ଲୋକ ସବୁବେଳେ ତାଙ୍କ ସହ ଥିଲେ।

{"id":352934,"sizeSlug":"large"}

ଓଜନ କମ୍ କରିବାକୁ ନେଇ ସେ କହିଛନ୍ତି ଯେ ଆଜି ଯେତେବେଳେ ସେ ନିଜକୁ ଆଇନାରେ ଦେଖୁଛନ୍ତି ସେତେବେଳେ ତାଙ୍କୁ ଖରାପ ଲାଗୁନାହିଁ। ସେ ନିଜକୁ ଦେଖି ସ୍ମାଇଲ୍ କଲେ ଏବଂ କହିଲେ ଯେ ସେ ସୁନ୍ଦର।

{"id":352937,"sizeSlug":"large"}

ଅବିକା ଶିଶୁ କଳାକାର ଭାବେ ଲୋକପ୍ରିୟ ଶୋ ବାଳିକା ବଧୂରୁ କ୍ୟାରିୟର ଆରମ୍ଭ କରିଥିଲେ। ଶୋ ଶେଷ ହେବାର ଦୀର୍ଘ ବର୍ଷ ପରେ ଅବିକା ଶଶୁରାଲ ସିମର କା ଶୋ ରେ ସପୋର୍ଟିଂ ରୋଲରେ ନଜର ଆସିଥିଲେ। ଏହା ପରେ ସେ ଲାଡୋ-ବୀରପୁର କି ମର୍ଦାନି ଶୋରେ ଥିଲେ। ହିନ୍ଦୀ ଟିଭି ଧାରାବାହିକ ବ୍ୟତୀତ ଅବିକା ଅନେକ ତେଲୁଗୁ ଏବଂ କନ୍ନଡ଼ ଭାଷାର ଫିଲ୍ମରେ ମଧ୍ୟ ନଜର ଆସିଥିଲେ।

{"id":352935,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.