ଜେଲରୁ ବାହାରିଲେ ଅଭିଜିତ ଆୟାର ମିତ୍ର,ଓଡ଼ିଶା ବାବଦରେ ଅରୁଚିକର ମନ୍ତବ୍ୟ ଦେଇ ହୋଇଥିଲେ ଗିରଫ

Published By : Prameya-News7 Bureau | December 06, 2018 IST

ଭୁବନେଶ୍ଵର;୬/୧୨-ଓଡ଼ିଶା ବାବଦରେ ବିବାଦୀୟ ମନ୍ତବ୍ୟ ପାଇଁ ଗିରଫ ହୋଇଥିବା ଅଭିଜିତ ଆୟାରଙ୍କୁ ଜାମିନ ମିଳିବା ପରେ ଆଜି ସେ ଜେଲ୍ ରୁ ମୁକୁଳିଛନ୍ତି।   ଅଭିଜିତ ଆୟାରଙ୍କ ବିରୋଧରେ ଥିବା ମାମଲାକୁ  ରାଜ୍ୟ ସରକାର  ପ୍ରତ୍ୟାହାର କରିବା ନେଇଥିଲେ। ଏହାପରେ ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା ।  କୋଣାର୍କ ଏବଂ ଓଡ଼ିଆଙ୍କ ପ୍ରତି ଅବମାନନା କରି ମନ୍ତବ୍ୟ ଦେଇ ବିବାଦୀୟ ହୋଇଥିଲେ ଅଭିଜିତ ।  ଅଭିଜିତ `୨୩ ଅକ୍ଟୋବରରେ ବିଧାନସଭାରେ ଗୃହ କମିଟିରେ ହାଜର ହୋଇ ହେଇଥିଲେ।  ସେହି ସଂଧ୍ୟାରେ  ହିଁ  ତାଙ୍କୁ   ଗିରଫ କରିଥିଲା ଓଡ଼ିଶା ପୋଲିସ । [embed]https://youtu.be/8c_NCdxtyno[/embed] ସୂଚନାଯୋଗ୍ୟ, ଅଭିଜିତ ବିଧାୟକଂକ ବିରୋଧରେ କଟୁ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଅଭିଜିତଙ୍କ ବିରୋଧରେ ବିଧାନସଭାରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆସିଥିଲା । ତାପରେ ସର୍ବଦଳୀୟ ବୈଠକର ନିଷ୍ପତି କ୍ରମେ ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିଲା ବିଧାନସଭା ଗୃହ କମିଟି । ଅକ୍ଟେବାର ୧୧ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଅଭିଜିତଂକୁ ନିର୍ଦ୍ଦେଶ ଦେଇଥିଲା କମିଟି । ତେବେ ତିତଲି ବାତ୍ୟା କାରଣ ଦର୍ଶାଇ ଗୃହ କମିଟି ଆଗରେ ହାଜର ହୋଇ ନଥିଲେ ।ପରେ ମେଲ୍ ଯୋଗେ ଓ ଟୁଇଟ୍ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲେ ।ଶେଷରେ ଗିରଫ ହୋଇଥିଲେ ଅଭିଜିତ ଆୟାର ମିତ୍ର । ଅଭିଜିତଙ୍କୁ ଗିରଫ କରିଥିଲା କମିଶନରେଟ୍ ପୋଲିସ । ବିଶ୍ବ ଐତିହ୍ୟ କୋଣାର୍କକୁ ନେଇ ଅରୁଚିକର ମନ୍ତବ୍ୟ ରଖିଥିବା ଦିଲ୍ଲୀର ଅଭିଜିତ ଆୟାର ମିତ୍ରଙ୍କୁ କଡ଼ା ସୁରକ୍ଷା ମଧ୍ୟରେ  କୋଣାର୍କ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ (ଜେଏମ୍ଏଫ୍‌ସି)ଙ୍କ ନିକଟରେ ହାଜର କରାଯାଇଥିଲା। ସେଠାରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଯିବା ପରେ ଅଭିଜିତ୍‌ଙ୍କୁ ପୁଣି ଥରେ ଭୁବନେଶ୍ବର ଝାରପଡା ଜେଲକୁ ପଠାଇ ଦିଆଯାଇଥିଲା । ଓଡ଼ିଶା, ମହାପ୍ରଭୁ ଜଗନ୍ନାଥ, ବିଶ୍ବ ଐତିହ୍ୟ କୋଣାର୍କ ସମେତ ବିଧାନସଭା ସଦସ୍ୟଙ୍କ ସଂପର୍କରେ ଅପଶଦ୍ଦ ପ୍ରୟୋଗ କରି ବିବାଦରେ ଛନ୍ଦି ହୋଇ ପଡ଼ିଥିବା ଅଭିଜିତ ଆୟର ଗତ ସପ୍ତାହରେ ବିଧାନସଭା ଗୃହ କମିଟି ନିକଟରେ ହାଜର ହୋଇ କ୍ଷମା ପ୍ରାର୍ଥନା କରିଥିଲେ। ପରେ ସହିଦନଗର ଥାନାରେ ରୁଜୁ ହୋଇଥିବା ମାମଲାରେ ପୁଲିସ ତାଙ୍କୁ ଗିରଫ କରି ଭୁବନେଶ୍ବର କୋର୍ଟରେ ହାଜର କରିଥିବା ବେଳେ ଜାମିନ୍‌ ନାମଂଜୁର ହେବାରୁ ତାଙ୍କୁ ଝାରପଡ଼ା ଜେଲକୁ ପଠାଯାଇଥିଲା ।  ଅନ୍ୟପକ୍ଷରେ ଆୟରଙ୍କ ବିରୋଧରେ କୋଣାର୍କ ଥାନା କେସ୍‌ ନଂ ୯୨/୧୮କୁ ଭିତ୍ତି କରି ପୁଲିସ ତାଙ୍କୁ ଚାରିଦିନିଆ ରିମାଣ୍ଡରେ ଆଣି  କୋଣାର୍କ ଜେଏମ୍‌ଏଫସି ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରିଥିଲା ।  ସେଠାରେ ଆୟରଙ୍କ ଜା‌ମିନ୍‌କୁ ମାଜିଷ୍ଟ୍ରେଟ୍‌ ସି.ଏ.ଦେଶପ୍ରିୟ ବାରିକ ଖାରଜ କରିବା ସହ ନଭେମ୍ବର ୫ ତାରିଖ ଯାଏ ତାଙ୍କୁ ନିମାପଡ଼ା ଜେଲରେ ରହିବା ଲାଗି ନିର୍ଦ୍ଦେଶ ଦେଇଥିଲେ ଓ ଦୁଇ ଦିନ ରିମାଣ୍ଡ୍ ପାଇଁ ଅନୁମତି ଦେଇଥିଲେ । ନିମାପଡ଼ା ଜେଲକୁ ସ୍ଥାନାନ୍ତର ହେବା ପରେ କୋଣାର୍କ ପୁଲିସ ୨୬ ତାରିଖରେ ଅଭିଜିତଙ୍କୁ ଦୁଇଦିନିଆ ରିମାଣ୍ଡରେ ନେଇ ଏକ ଅଜ୍ଞାତ ସ୍ଥାନରେ ଜେରା କରିଥିଲା ।  ସେ ଏଭଳି ମନ୍ତବ୍ୟ ଦେବା ବେଳେ ତାଙ୍କ ସହ କିଏ କିଏ ଥିଲେ? କେହି ତାଙ୍କୁ ଏଭଳି ଅପଶବ୍ଦ ବ୍ୟବହାର କରିବାକୁ ପ୍ରବର୍ତ୍ତାଇଛି କି? ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଭୂମିକା ଏଥିରେ କ'ଣ? ଏଭଳି କେତେକ ପ୍ରଶ୍ନ ଅଭିଜିତ୍‌ଙ୍କୁ ପଚରାଯାଇଥିଲା ।ତା ପରେ ତାଂକୁ ଝାରପଡ଼ା ଜେଲକୁ ପଠାଇଦିଆଯାଇଥିଲା । ଶେଷରେ ଆଜି ଝାରପଡ଼ା ଜେଲରେ ଥିବା ଅଭିଜିତ ମୁକୁଳିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.